ପୂଜା ଭିଡ଼ରେ ମାତିଲେ ଲୁଟେରା: ଶେଷ ଦୁଇଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି, ଲୁଟ୍‌

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଏଥର ଦୁର୍ଗାପୂଜାରେ ଚୋରି ଓ ଲୁଟ୍‌ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଶେଷକରି ପୂଜା ମଣ୍ଡପ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ପର୍ଯ୍ୟାପ୍ତ ପୋଲିସ ଓ ଏସ୍‌ପିଓ ମୁତୟନ ରହିଥିଲେ। ଏହାସତ୍ତ୍ୱେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟେରାମାନେ ଉତ୍ପାତ କରିଥିଲେ। ସେମାନେ ବାଇକ୍‌ ଚୋରି କରିନେବା ସହ ମୋବାଇଲ୍‌ ଫୋନ୍‌, ସୁନା ଚେନ୍‌ ଓ ପର୍ସ ଲୁଟିନେଇଛନ୍ତି। କେବଳ ନବମୀ ଓ ଦଶମୀ ୨ ଦିନରେ ୨ଶହରୁ ଊର୍ଦ୍ଧ୍ୱ ଚୋରି ଓ ଲୁଟ୍‌ ହୋଇଥିବା ନେଇ ଭୁବନେଶ୍ୱରର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ହାତଗଣତି କେତେଜଣଙ୍କୁ ଧରିଆଣି ପଚରାଉଚରା କରୁଥିବା ଜଣାପଡିଛି।
ଅଭିଯୋଗ ଅନୁସାରେ, ନୟାପଲ୍ଲୀ ଦୁର୍ଗାପୂଜା ଦେଖିବାକୁ ଆସିଥିବା ପାଇକ ନଗର ଅଞ୍ଚଳର ହର୍ଷମଣୀ ସ୍ବାଇଁଙ୍କ ଅଢେଇ ଭରି (୨୫ଗ୍ରାମ)ର ସୁନା ଚେନ ଲୁଟ୍‌ ହୋଇଛି। ଏହିପରି ସୁନା ଚେନ୍‌, ମୋବାଇଲ ଫୋନ୍‌ ଓ ପର୍ସ ଲୁଟ୍‌ ନେଇ ନୟାପଲ୍ଲୀ ଥାନା ପୋଲିସ ୩୦ରୁ ଉର୍ଦ୍ଧ୍ୱ ଅଭିଯୋଗ ପାଇଥିବାବେଳେ ୮ ମାମଲା ରୁଜୁ କରିଛି। ସେହିପରି ରସୁଲଗଡ ଦୁର୍ଗାପୂଜାରେ ଲୁଟ୍‌ ଓ ଚୋରିର ଶିକାର ହୋଇଥିବା ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଅଭିଯୋଗ କରିଛନ୍ତି। ୮ ବାଇକ ଚୋରି, ୫ ସୁନା ଚେନ ଓ ୬ ମୋବାଇଲ ଫୋନ୍‌ ଚୋରି ନେଇ ମଞ୍ଚେଶ୍ୱର ଥାନା ପୋଲିସ ମାମଲା ରୁଜୁ କରିଛି। ଏଥିସହ ୨ ଜଣ ମହିଳାଙ୍କ ସମେତ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମୋବାଇଲ, ପର୍ସ ଓ ସୁନା ଚେନ ଲୁଟ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଓ ଖଣ୍ଡଗିରି ଥାନା ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଛି। ସେହିପରି କ୍ୟାପିଟାଲ, ଖାରବେଳନଗର ଏବଂ ଶହୀଦନଗର ଥାନାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇଥିବାବେଳେ ସହରର ଅନ୍ୟ ଥାନାଞ୍ଚଳରେ ମଧ୍ୟ ଏପରି ଏକାଧିକ ଘଟଣା ଘଟିଥିବା ଜଣାପଡିଛି। ପୋଲିସ ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ରାଜ୍ୟ ବାହାରୁ ଆସିଥିବା ଅନେକ ଅଣଓଡିଆ ଏପରି କାଣ୍ଡ ଘଟାଇ ଫେରାର ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଧରାପଡ଼ିଥିବା କେତେଜଣ ଅଭିଯୁକ୍ତଙ୍କ ବୟାନ ଆଧାରରେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ କରାଯାଉଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri