Posted inଜାତୀୟ

ଜେଲ୍‌ରେ ପ୍ରେମରେ ପଡିଲେ ଦୁଇ ଅପରାଧୀ: ବିବାହ ପାଇଁ ମିଳିଲା ପାରୋଲ୍

ଭୁବନେଶ୍ୱର, ୨୩।୧: ରାଜସ୍ଥାନର ଅଲୱର ଜିଲାରୁ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହା କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ। କାରାଗାରରେ ସଜା କାଟୁଥିବା ଦୁଇ ଦୁର୍ଦ୍ଧାନ୍ତ ହତ୍ୟାକାରୀ ପରସ୍ପରର ପ୍ରେମରେ ପଡ଼ିବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜସ୍ଥାନ ହାଇକୋର୍ଟ ଉଭୟଙ୍କୁ ୧୫ ଦିନିଆ ଜରୁରୀକାଳୀନ ପାରୋଲ୍ (ଜାମିନ) ମଞ୍ଜୁର କରିଛନ୍ତି।

ପ୍ରିୟା ସେଠ୍ ନାମକ ଜଣେ ମଡେଲ୍ ୨୦୧୮ ରେ ‘ଟିଣ୍ଡର୍’ ଆପ୍‌ରେ ଜଣେ ଯୁବକ ଦୁଷ୍ମନ୍ତ ଶର୍ମାଙ୍କ ସହ ବନ୍ଧୁତା କରିଥିଲେ। ପରେ ତାଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ନିଜ ପ୍ରେମିକର ଋଣ ସୁଝିବା ପାଇଁ ସେ ଏହି ହତ୍ୟାକାଣ୍ଡ ଘଟାଇଥିଲେ।

ଅନ୍ୟପଟେ ନିଜ ପ୍ରେମିକାଙ୍କ ସହ ମିଶି ତାଙ୍କ ସ୍ୱାମୀ ଓ ୪ ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ ହନୁମାନ ଜେଲ୍‌ରେ ଅଛନ୍ତି। ୨୦୧୭ ରେ ଅଲୱରରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଥିଲା।

ତେବେ ସାଙ୍ଗାନେର ଓପନ ଜେଲ୍‌ରେ ସଜା କାଟୁଥିବା ସମୟରେ ପ୍ରାୟ ୬ ମାସ ପୂର୍ବରୁ ପ୍ରିୟା ଓ ହନୁମାନଙ୍କ ପ୍ରଥମ ଦେଖା ହୋଇଥିଲା। ଧୀରେ ଧୀରେ ଏହି ସାକ୍ଷାତ ପ୍ରେମରେ ପରିଣତ ହୋଇଥିଲା। ଉଭୟ ବାକି ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇ ବିବାହ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ରାଜସ୍ଥାନ ହାଇକୋର୍ଟ ଉଭୟଙ୍କ ଆବେଦନକୁ ବିଚାର କରି ବିବାହ ସମ୍ପନ୍ନ କରିବା ପାଇଁ ୧୫ ଦିନର ପାରୋଲ୍ ପ୍ରଦାନ କରିଛନ୍ତି। ଶୁକ୍ରବାର ଅଲୱରର ବାରୋଦାମେଭ୍ ଅଞ୍ଚଳରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ଘଟଣାଟି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ଜେଲ୍ ପାଚେରି ମଧ୍ୟରେ ଜନ୍ମ ନେଇଥିବା ଏହି ଅପରାଧୀଙ୍କ ପ୍ରେମ କାହାଣୀ ଏବେ ସାମାଜିକ ସ୍ୱୀକୃତି ପାଇବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri