ସମୟ ସହ ୧୮ ମିନିଟ୍‌ ସଂଘର୍ଷ

ଅନୁଗୋଳ ଅଫିସ, ୨୨।୩ – ଆମ୍ବୁଲାନ୍ସ ଭିତରେ ଛଟପଟ ହେଉଥିବା ରୋଗୀଟିଏ ପାଇଁ ସମୟର ମୂଲ୍ୟ କାହାକୁ ଅଛପା ନାହିଁ। କେସହିପରି ସମ୍ପୃକ୍ତ ରୋଗୀଙ୍କ ଜୀବନର ଗୁରୁତ୍ୱ ପରିବାର ଓ ସମ୍ପର୍କୀୟଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ତାହା ବୁଝାଇବାକୁ ପଡ଼ିବ ନାହିଁ। ହେଲେ ଏସବୁ ଜାଣି ମଧ୍ୟ ନିଦାବିଷ୍ଣୁ ଭଳି ବସିରହିଛି ତାଳଚେର ଉପଖଣ୍ଡ ଓ ଅନୁଗୋଳ ଜିଲା ପ୍ରଶାସନ। ଫଳରେ ଜୀବନ ବଞ୍ଚାଇବାକୁ ତାଳଚେର ହାଣ୍ଡିଧୁଆ ଲେଭଲ୍‌ କ୍ରସିଂ ଛକରେ ଦୈନିକ ସମୟ ସହ ସଂଘର୍ଷ କରିବାକୁ ପଡ଼ୁଛି ଅଟକୁଥିବା ଆମ୍ବୁଲାନ୍ସ ଭିତରର ରୋଗୀଙ୍କୁ। ଜଣେ ଗୁରୁତର ହୃଦ୍‌ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଗତ ଶନିବାର ସକାଳେ ଏହି ଲେଭଲ୍‌କ୍ରସିଂରେ ଦୀର୍ଘ ୧୮ ମିନିଟ୍‌ ଅଟକି ରହିବା ଜିଲାବାସୀଙ୍କୁ କେବଳ ଚକିତ କରିନାହିଁ, ବରଂ ଜୀବନ ଓ ସମୟର ମୂଲ୍ୟ ବୁଝିବାକୁ ବାଧ୍ୟ କରିଛି ପ୍ରଶାସନକୁ।
କଳାହୀରାର ସହର ତାଳଚେରର ମୁଖ୍ୟ ରାସ୍ତାରେ ହାଣ୍ଡିଧୁଆ ଲେଭଲ କ୍ରସିଂ ଥିବାରୁ ଏଠାରେ ସର୍ବଦା ଭିଡ଼ ଲାଗି ରହୁଛି। ବିଭିନ୍ନ ଶିଳ୍ପାଞ୍ଚଳକୁ ଏହି ଲେଭଲ୍‌କ୍ରସିଂ ଦେଇ ବହୁ କୋଇଲା ବୋଝେଇ ଟ୍ରେନ୍‌ ଚଳାଚଳ କରୁଥିବାରୁ ଦୈନିକ ଘଣ୍ଟା ଘଣ୍ଟା ଫାଟକ ପଡ଼ିରହୁଛି। ଫଳରେ ଜନସାଧାରଣଙ୍କ ସହ ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ଆମ୍ବୁଲାନ୍ସଗୁଡ଼ିକୁ ମଧ୍ୟ ଏଠାରେ ଅଟକି ରହିବାକୁ ପଡ଼ୁଛି। ତେଣୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଓଭରବ୍ରିଜ୍‌ ପାଇଁ ଦୀର୍ଘବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ୨୦୧୬ରେ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୧୮ରେ ଶେଷ କରାଯିବାର ଲକ୍ଷ୍ୟ ସ୍ଥିର ହୋଇଥିଲା। କିନ୍ତୁ ଧାର୍ଯ୍ୟ ଅବଧିର ୨ ବର୍ଷ ପରେ ବି ଓଭରବ୍ରିଜ୍‌ ନିର୍ମାଣ ଆଗେଇପାରି ନାହିଁ। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଲେ ପ୍ରଶାସନ ପକ୍ଷରୁ କେବଳ ବୈଠକ କରାଯାଉଛି ସିନା ହେଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଗତ ୧୫ ଦିନ ତଳେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୈଠକରେ ଓଭରବ୍ରିଜ୍‌ ଶେଷ କରାଯିବା ନେଇ ଆଲୋଚନା ହୋଇଥିଲା। କଛପ ଗତିରେ ଚାଲୁଥିବା କାର୍ଯ୍ୟ ମାର୍ଚ୍ଚ ୩୧ ସୁଦ୍ଧା ତ୍ୱରିତ ବେଗରେ କରା ନ ଗଲେ ଠିକାଦାର ବଦଳାଯିବା ଉପରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏପରି ବୈଠକ ଓ ନିଷ୍ପତ୍ତି କେବଳ କୁମ୍ଭୀର କାନ୍ଦଣା ବୋଲି ସହରବାସୀ ମତ ଦେଉଛନ୍ତି। ସେମାନେ କହିଛନ୍ତି, ଏମିତି ବୈଠକ କେତେଥର ବସିଲାଣି। ହେଲେ ତାହା କେବଳ ପ୍ରହସନ ଛଡ଼ା କିଛି ନୁହେଁ। ପ୍ରଶାସନ, ଜନପ୍ରତିନିଧି ଯଦି କଠୋର ଆଭିମୁଖ୍ୟ ରଖୁଥାନ୍ତେ ତା’ହେଲେ ଶନିବାର ୧୮ ମିନିଟ୍‌ ଧରି ଆମ୍ବୁଲାନ୍ସ ଅଟକି ନ ଥାନ୍ତା। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଓଭରବ୍ରିଜ୍‌ ନର୍ମାଣ ଶେଷ କରିବାକୁ ସହରବାସୀ ଦାବି କରିଛନ୍ତି।

କେହି କର୍ଣ୍ଣପାତ କରୁନାହାନ୍ତି
ଲେଭଲ୍‌ କ୍ରସିଂରେ ଓଭରବ୍ରିଜ୍‌ ନିର୍ମାଣ ଶେଷ ହେଉନାହିଁ। ଠିକା ସଂସ୍ଥା ଓ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଡାକି ଆଲୋଚନା କରିଛୁ। କାର୍ଯ୍ୟ ଶେଷ କରିବାକୁ ଅନୁରୋଧ ଓ ତାଗିଦ୍‌ ମଧ୍ୟ କରାଯାଉଛି। ହେଲେ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଅବଧି ସମୟ ବଢ଼ାଇବାକୁ କହୁଛନ୍ତି। ଏ ନେଇ ଜିଲାପାଳଙ୍କୁ ଅବଗତ କରାଯିବ।
-ରଜନୀକାନ୍ତ ସ୍ବାଇଁ, ତାଳଚେର ଉପଜିଲାପାଳ
ପ୍ରଶାସନକୁ ଭୟ ନାହିଁ
ଠିକା ସଂସ୍ଥା କର୍ତ୍ତୃପକ୍ଷ ପ୍ରଶାସନକୁ ଭୟ କରୁନାହାନ୍ତି। ସେଥିପାଇଁ ଦୀର୍ଘବର୍ଷ ହେଲା ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଛି। ଏଥିଯୋଗୁ ଜନସାଧାରଣଙ୍କ ସହ ଆମ୍ବୁଲାନ୍ସରେ ଯାଉଥିବା ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି। ପ୍ରଶାସନ କଠୋର ହେଲେ କାର୍ଯ୍ୟ ଶୀଘ୍ର ଶେଷ ହୋଇପାରନ୍ତା।
-ଆଶୁତୋଷ ଦାସ, ତାଳଚେର ବାସିନ୍ଦା
ଜୀବନହାନି ହେଲେ କିଏ ଦାୟୀ
ଓଭରବ୍ରିଜ୍‌ ନିର୍ମାଣ ଶେଷ ହେଉ ନ ଥିବାରୁ ଏହି ଲେଭଲ୍‌ କ୍ରସିଂ ପାର ହେବାରେ ସମସ୍ୟା ହେଉଛି। ଦୈନିକ ଘଣ୍ଟା ଘଣ୍ଟା ଧରି ଲୋକେ ଅପେକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଅଟକି ରହିବା ରୋଗୀ ଓ ସମ୍ପର୍କୀୟଙ୍କୁ ଚିନ୍ତାରେ ପକାଉଛି। ଯଦି ଜୀବନହାନି ଘଟେ ସେଥିପାଇଁ କାହାକୁ ଦାୟୀ କରାଯିବ।
-କବିତା ରଣା, ତାଳଚେର
ଦୀର୍ଘବର୍ଷ ତଳୁ ଓଭରବ୍ରିଜ୍‌ ହେବା ଶୁଣି ଆସୁଛୁ
ହାଣ୍ଡିଧୂଆରେ ଲେଭଲ୍‌ କ୍ରସିଂରେ ଓଭରବ୍ରିଜ୍‌ ହେବ ବୋଲି ଦୀର୍ଘ ବର୍ଷ ତଳୁ ଶୁଣିଆସୁଛୁ। ହେଲେ କେବେ ଏହା ଶେଷ ହେବ ତାହା ନା ଠିକାଦାର ଜାଣିଛନ୍ତି ନା ପ୍ରଶାସନ। ତେଣୁ ଏଥିପ୍ରତି କାହାରି ଆନ୍ତରିକତା ନ ଥିବା ଜଣାପଡ଼ୁଛି। ତୁରନ୍ତ ଏମ୍‌ସିଏଲ କର୍ତ୍ତୃପକ୍ଷ ଓ ପ୍ରଶାସନ ତପତ୍ରତା ପ୍ରକାଶ କରିବା ଦରକାର।
-ପ୍ରଭାକର ସାହୁ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗ୍‌ଜୋମ’: ପ୍ରବଳ ବର୍ଷା ନେଇ ଚିନ୍ତାରେ ଚାଷୀ

ଛତ୍ରପୁର,୫।୧୨(ଦିଲୀପ ସାମଲ): ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର...

କୋରେଇରେ ଛପି ରହିଛନ୍ତି ନକଲି ଶିକ୍ଷକ

କୋରେଇ,୫ା୧୨(ଚନ୍ଦ୍ରକାନ୍ତ ପତି) : ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଚାକିରିକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟର ବିଭିନ୍ନ ଜିଲାର ଅନେକ ଯୁବତୀଯୁବକ ନକଲି ପ୍ରମାଣପତ୍ର ଦେଇ...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଆସନ୍ତାକାଲି ଗଜପତିରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri