୫୩ ଲକ୍ଷର ବକେୟା ବିଲ୍‌ ଆଦାୟ,୩୪୯ ଜଣ ଖିଲାପିଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ

ବଇଣ୍ଡା,୨୧ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ବକେୟା ସହ ଚଳିତ ମାସର ବିଲ୍‌ ବାବଦକୁ ମୋଟ୍‌ ୫୩ ଲକ୍ଷ ୨୦ ହଜାର ୨୬୮ ଟଙ୍କା ସେସୁ ଓ ଏନଜେନ ପକ୍ଷରୁ ଆଦାୟ କରାଯାଇଥିବା ସୂଚନା ମିଳିଛି। ବିଭାଗସୂତ୍ରରୁ ଜଣାପଡ଼ିଛି, ସେସୁ ସିଇଓଙ୍କ ନିର୍ଦ୍ଦେଶକ୍ରମେ ୧୬ତାରିଖରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ୨ଟି ବ୍ଲକର ବିଭିନ୍ନ ଗ୍ରାମରେ ଥିବା ବିଲ୍‌ ଖିଲାପକାରୀ ଦୋକାନ ଉପରେ ଚଢାଉ କରାଯାଇ ବକେୟା ଆଦାୟ କରାଯାଉଛି। ବକେୟା ବିଲ୍‌ ବାବଦକୁ ୨୯ ଲକ୍ଷ ୫୩ ହଜାର ୬ ଶହ ଟଙ୍କା ଆଦାୟ ହୋଇଥିବା ବେଳେ ସହ ଚଳିତ ମାସର ବିଲ୍‌ ବାବଦକୁ ୨୩ ଲକ୍ଷ ୬୬ ହଜାର ୬୬୮ ଟଙ୍କା ଆଦାୟ କରାଯାଇଛି। ୩୪୯ ଜଣ ଖିଲାପିଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ସେସୁ ଏସ୍‌ଡିଓ ମୋହନ ନାୟକ କହିଛନ୍ତି, ସିଇଓଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ବକେୟା ବିଲ୍‌ ଆଦାୟ କରାଯାଉଛି। ଅକ୍ରୋଶମୂଳକ ଭାବେ କାହାରି ସଂଯୋଗ ବିଚ୍ଛିନ୍ନ କରାଯାଉନାହିଁ। ଉପଭୋକ୍ତାମାନେ ବକେୟା ବିଲ ପଇଠ କରିବାକୁ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri