ହିଂସା କମାଉଛି ମତଦାନ ହାର

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ୬ ଲୋକ ସଭା ଏବଂ ୪୧ ବିଧାନସଭା ଆସନରେ ହେବ। ବିଧାନସଭାରେ ବିଧାୟକ ଓ ସଂସଦରେ ସାଂସଦମାନେ ଆଇନ ପ୍ରଣୟନ କରନ୍ତି। ସେମାନଙ୍କୁ ଆଇନ ନିର୍ମାତା ବୋଲି କୁହାଯାଏ। ହେଲେ ସେମାନଙ୍କ ମଧ୍ୟରୁ ଅନେକେ ନିର୍ବାଚନ ସମୟରେ ଆଇନ ହାତକୁ ନେଉଛନ୍ତି। ହିଂସା ସୃଷ୍ଟି କରି ବିଜୟୀ ହେବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିବାରୁ ମତଦାନ ହାର ହ୍ରାସ ଘଟୁଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ୨ୟ ପର୍ଯ୍ୟାୟରେ ଗଞ୍ଜାମ ଜିଲା ସୋରଡା ବ୍ଲକ ବୋରସିଙ୍ଗି ପଞ୍ଚାୟତର ରେଣ୍ଟି ବୁଥ୍‌ରେ ମତଦାନ ଚାଲିଥିବାବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଶୋୟୀ ୧୦ରୁ ଊର୍ଦ୍ଧ୍ୱ ସହଯୋଗୀଙ୍କ ସହ ଜବରଦସ୍ତ ବୁଥରେ ପଶି ପୋଲିଂ କର୍ମଚାରୀଙ୍କୁ ମାଡ଼ ଓ ଇଭିଏମ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ମାମଲା(ନଂ.୫୭/୨୦୧୯) ରୁଜୁ କରାଯାଇ ନୀଳମଣିଙ୍କୁ ଗିରଫ କରାଯାଇଥିଲା। ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୨୧ତାରିଖ ରାତିରେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାଡ୍‌ ଚଢ଼ାଉ କରିବା ସମୟରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଥିରେ ମହାରଥୀ ନିଜେ ଏବଂ ତାଙ୍କ କେତେଜଣ ସହଯୋଗୀ ସମ୍ପୃକ୍ତ ଥିବାନେଇ ଅଭିଯୋଗରେ ୯୨/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ମହାରଥୀଙ୍କୁ ୨୨ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ବୀରକେଶରପୁର ଗ୍ରାମସ୍ଥିତ ବଳଭଦ୍ର ନୋଡାଲ ବିଦ୍ୟାଳୟର ୭୮ନଂ. ବୁଥ୍‌ରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଓ ତାଙ୍କ ସହଯୋଗୀ ଉକ୍ତ ବୁଥ ଭିତରେ ପଶି ପୋଲିଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା, ଇଭିଏମ୍‌ ଭାଙ୍ଗିବା ଅଭିଯୋଗ ହୋଇଛି। ଏନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ଥାନାରେ ୩୭/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଓମ୍‌ପ୍ରକାଶ ଫେରାର ଥିବାରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଛି। ନିର୍ବାଚନରେ ନେତାମାନଙ୍କ ଆପରାଧିକ କାର୍ଯ୍ୟକଳାପ ଭାରତ ପରି ଏକ ବିଶାଳ ଗଣତନ୍ତ୍ର ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ନେତାଙ୍କ ଏଭଳି ଆଚରଣ ସମ୍ପର୍କରେ ଜନସାଧାରଣ, ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଟିକେଟ ପାଇଁ ଅନ୍‌ଲାଇନ ଆବେଦନ: ଅଜୟ କୁମାର

ଭୁବନେଶ୍ୱର, ୨।୨(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇବାକୁ ହେଲେ ଆଉ ଲବି କାମ ଦେବନାହିଁ। ଯେଉଁମାନେ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ...

୫୨ ହଜାର ଭୋଟରେ ଜିତିଲେ ବସୁନ୍ଧରା

ଜୟପୁର,୩।୧୨: ୫ ବର୍ଷର ବ୍ୟବଧାନ ପରେ ଭାଜପା ପୁଣି ରାଜସ୍ଥାନରେ କ୍ଷମତାକୁ ଫେରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଭାଜପା ୧୧୫ ଆସନରେ ଆଗୁଆ ରହିଥିବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ...

ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ...

ଆଜି କର୍ନାଟକ ବିଧାନସଭା ନିର୍ବାଚନ: ୫.୩ କୋଟି ଭୋଟର ନିର୍ଣ୍ଣୟ କରିବେ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ…

ବେଙ୍ଗାଲୁରୁ,୧୦।୫ : ଆଜି କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ କରାଯାଉଛି। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ...

ଝାରସୁଗୁଡ଼ା ଉପନିର୍ବାଚନ: ଟଙ୍କଧର ଭାଜପା ପ୍ରାର୍ଥୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)-ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟ ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ପ୍ରଦାନ...

ଲଗାତର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ପାଣାଜୀ,୨୮।୩: ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ରାଜଧାନୀ ପାଣାଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ...

ବିଧାନ ପରିଷଦ ପ୍ରାର୍ଥୀ ଘୋଷଣା କଲା ଏସ୍‌ପି

ଲକ୍ଷ୍ନୌ,୧୭।୩: ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଖେଇ ଆସୁଛି। ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ସମାଜବାଦୀ ପାର୍ଟି(ଏସ୍‌ପି) ଏବେ ବିଧାନ ପରିଷଦ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri