୬ଘଣ୍ଟା ଅଚଳ ରହିଲା ଏୟାର ଇଣ୍ଡିଆ ସର୍ଭର: ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ,୨୮-୪: ଏୟାର ଇଣ୍ଡିଆ ଫ୍ଲାଇଟ୍ସ ସର୍ଭର ଶନିବାର ୬ ଘଣ୍ଟା ଅଚଳ ହୋଇଯିବା ପରେ ୧୫୫ଟି ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଥିଲା। ଫଳରେ ଏଥିରେ ଯାତ୍ରୀଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିଥିଲା। ସର୍ଭରକୁ ପ୍ରାୟ ୯ଟାରେ ଠିକ୍‌ କରାଯାଇଛି ବୋଲି ସିଏମ୍‌ଡି ଅଶ୍ୱିନୀ ଲୋହାନୀ ପ୍ରକାଶ କରିଛନ୍ତି। ତେବେ ଏହି କାରଣରୁ ଦିନର ଅବଶିଷ୍ଟ ଫ୍ଲାଇଟ ଚାଲିବାରେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଛି। ଯାହାର ନୂଆ ସିଡ୍ୟୁଲ୍‌ ଜାରି କରାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶନିବାର ରାତି ସାଢ଼େ ୮ ଟା ଯାଏ ଉଡ଼ାଣ ପ୍ରଭାବିତ ହୋଇଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ପାସେଞ୍ଜର ସର୍ଭିସେସ ସିଷ୍ଟମ ଶନିବାର ପ୍ରତ୍ୟୁଷ ସାଢ଼େ ୩ଟାରେ ଖରାପ ହୋଇଯାଇଥିଲା।

ସର୍ଭର ଅଚଳ କାରଣରୁ ଯାତ୍ରୀଙ୍କୁ ବୋର୍ଡିଂ ପାସ୍‌ ଜାରି କରାଯାଇପାରି ନ ଥିଲା। ଫଳରେ ଉଡ଼ାଣ ପ୍ରଭାବିତ ହୋଇଥିଲା। ଲୋହାନୀ କହିଛନ୍ତି ଯେ, ସୋସିଆଲ ମିଡିଆ ଏବଂ କଲ୍‌ ସେଣ୍ଟର ଜରିଆରେ ପ୍ରଭାବିତ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି। ତେବେ ଯାତ୍ରୀଙ୍କ ସଂଖ୍ୟା ଅତ୍ୟଧିକ ହେବା କାରଣରୁ କଲ୍‌ ସେଣ୍ଟର ସମସ୍ତ ଯାତ୍ରୀଙ୍କୁ ସୂଚନା ଦେବାରେ ବିଫଳ ହୋଇଛି। ବିମାନରେ ଯାଇ ପାରୁ ନ ଥିବା ଯାତ୍ରୀଙ୍କୁ ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ସେମାନଙ୍କୁ ଅନ୍ୟ ଏୟାରଲାଇନ ଜରିଆରେ ସିଫ୍‌ଟ କରାଯାଇଛି।

ତେବେ ସର୍ଭର ସାମୟିକ ଅଚଳ ହେବାର କାରଣ ଯାଞ୍ଚ କରାଯାଉଛି ବୋଲି ଲୋହାନୀ କହିଛନ୍ତି। ସୂଚନାଥାଉ କି, ଏୟାର ଇଣ୍ଡିଆ ଏସ୍‌ଆଇଟିଏ କମ୍ପାନୀର ପାସେଞ୍ଜର ସର୍ଭିସେସ୍‌ ସିଷ୍ଟମ ବ୍ୟବହାର କରିଥାଏ। ଦେଶରେ କାର୍ଯ୍ୟରତ ଅନ୍ୟ କୌଣସି ଏୟାରଲାଇନ୍ସ ଏହି ସିଷ୍ଟମ ବ୍ୟବହାର କରନ୍ତି ନାହିଁ। ଗତବର୍ଷ ଜୁନ୍‌ ୨୩ରେ ଏୟାର ଇଣ୍ଡିଆର ଚେକ୍‌ ଇନ୍‌ ସଫ୍ଟଓ୍ବେୟାରରେ ଏଭଳି ପ୍ରଯୁକ୍ତିଗତ ତ୍ରୁଟି ଦେଖାଯାଇଥିଲା। ଏହାଦ୍ୱାରା ୨୫ ଘରୋଇ ଉଡ଼ାଣ ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri