ସମ୍ମାନ ଦେଲା ସଙ୍ଗରୋଧ

(ଦିନେଶ ଦେହୁରୀ) ବନ୍ତଳା, ୭ା୫ – ବାହାର ରାଜ୍ୟ ଫେରନ୍ତାଙ୍କ ମଧ୍ୟରୁ ଅନେକେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏପରି କି କେତେଜଣ ଲୁଚି ପଳାଇ ଯାଇ ନିଜ ସହ ପରିବାର, ସମ୍ପର୍କୀୟଙ୍କ ପାଇଁ ବିପଦ ସାଜିବାର ସମ୍ଭାବନା ସୃଷ୍ଟି କରୁଛନ୍ତି। ସରକାରଙ୍କ ସଙ୍ଗରୋଧ ବ୍ୟବସ୍ଥା ଯେ ଜୀବନର ସୁରକ୍ଷା ସହ ସମ୍ମାନ ଦେଉଛି ଏହା ହୁଏତ ସେମାନେ ଜାଣିପାରୁ ନାହାନ୍ତି। କିନ୍ତୁ ଏପରି ବିଶୃଙ୍ଖଳାକାରୀ ବହିରାଗତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଜୟନ୍ତ ବେହେରା(୪୦)। ଆନ୍ଧ୍ରପ୍ରଦେଶରୁ ଅନୁଗୋଳ ୮୫୦ କିମି ଦୂର ଚାଲି ଚାଲି ଘରକୁ ଆସିବା ସହ ସରକାରୀ ଭାବେ ନାମ ପଞ୍ଜୀକରଣ କରିବା ଓ ୧୪ ଦିନ ସଙ୍ଗରୋଧରେ ରହି ସେ ବୁଧବାର ଖୁସିର ସହ ଘରକୁ ଫେରିଛନ୍ତି। ଅଧିକ ୧୦ ଦିନ ନିଜକୁ ପରିବାରଠାରୁ ଅଲଗା ରଖିବାର ନିର୍ଦ୍ଦେଶ ମଧ୍ୟ ପାଳନ କରିବେ ବୋଲି ଜୟନ୍ତ ପ୍ରକାଶ କରିଛନ୍ତି।
ଜୟନ୍ତଙ୍କ କହିବା ମୁତାବକ, ସେ ଆନ୍ଧ୍ରପ୍ରଦେଶର ଏକ ଢାବାରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଘରକୁ ଆସିବାକୁ ଗାଡ଼ିମୋଟର ସୁବିଧା ନ ପାଇବାରୁ ସେ ଏପ୍ରିଲ ୧୦ରେ ପୋକତୁଙ୍ଗା, ନାକଚି, ଠାକୁରଗଡ଼, ନରସିଂହପୁର ଅଞ୍ଚଳର ୧୦ ଜଣଙ୍କ ସହ ଚାଲି ଚାଲି ଆସିଥିଲେ। ଏଥିପାଇଁ ତାଙ୍କୁ ୧୩ ଦିନ ଲାଗିଥିଲା। ଶାରୀରିକ ପୀଡ଼ା ହେଉଥିଲେ ହେଁ ସେ ଘରକୁ ନ ଯାଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରି ପୋକତୁଙ୍ଗା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତାଙ୍କ ଯୋଗୁ ପରିବାର କିମ୍ବା ଗ୍ରାମବାସୀ ଅସୁବିଧାରେ ନ ପଡନ୍ତୁ ତାହା ସେ ଚାହଁିଥିଲେ। ୧୪ ଦିନ ସେଠାରେ ରହିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ସଙ୍ଗରୋଧ କେନ୍ଦ୍ରରୁ ସେ ସୁସ୍ଥ ଓ ସମ୍ମାନର ସହ ଫେରିଥିବା ଯୋଗୁ ବେଶ୍‌ ଖୁସି ଅନୁଭବ କରୁଥିବା ଜୟନ୍ତ କହିଛନ୍ତି। ଏ ବିଷୟରେ ପୋକତୁଙ୍ଗା ସରପଞ୍ଚ ରିନାରାଣୀ ପ୍ରଧାନ ଓ ଗ୍ରାମ ସମ୍ପାଦକ ପ୍ରଶାନ୍ତ ପ୍ରଧାନ କହିଛନ୍ତି, ଦୀର୍ଘ ରାସ୍ତା ପାଦରେ ଚାଲି ଆସିବା ପରେ ଜୟନ୍ତ ଫୋନ କରି କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ। ଘରକୁ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକ ତାଙ୍କ ଭଳି ସଚେତନ ନାଗରିକର କର୍ତ୍ତବ୍ୟ କରିବା ଉଚିତ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri