ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ଲାଗିଲା ସିସିଏମ୍‌ଏସ୍‌

ଅନୁଗୋଳ ଅଫିସ, ୩୧।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ବିଦ୍ୟୁତ ସଞ୍ଚୟ ପାଇଁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ସହରରେ ସୂର୍ଯ୍ୟ ଉଇଁଲେ ଆପେ ଆପେ ସହରରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଲିଭିଯିବ। ଆଉ ସୂର୍ଯ୍ୟ ଅସ୍ତ ହେଲେ ମନକୁ ଜଳିବ ଲାଇଟ୍‌। ସେଥିପାଇଁ ପୌରପାଳିକା ଅଧୀନରେ ଥିବା ୬୨ଟି ସବ୍‌ଷ୍ଟେଶନରେ ସିସିଏମ୍‌ଏସ୍‌ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଦ୍ୱାରା ସହରର ୧୨ଟି ସ୍ଥାନରେ ସିସିଏମ୍‌ଏସ୍‌ କାର୍ଯ୍ୟକ୍ଷମ ହୋଇଛି ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି।
ଅନୁଗୋଳ ସହରରେ ବିଭିନ୍ନ ସମୟରେ ଦିନରେ ଲାଇଟ ଜଳୁଥିବା ନେଇ ଅଭିଯୋଗ ଆସିଥିଲା। ଏପରି କି ଦିନ ରାତି ଆଲୋକ ଜଳିବା କାରଣରୁ ବିଭିନ୍ନ ସ୍ଥାନରେ ଲାଇଟ୍‌ ଖରାପ ମଧ୍‌ ହେଉଥିବା ଦେଖାଯାଇଥିଲା। ଏହାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ପୌରପାଳିକାର ଥିବା ପ୍ରତ୍ୟେକ ବିଦ୍ୟୁତ ଖୁଣ୍ଟିରେ ସିସିଏମ୍‌ଏସ୍‌ ଲାଗିବ। ଏହି ସିସିଏମ୍‌ଏସ୍‌ ସନ୍ଧ୍ୟା ହେଲେ ବିଦ୍ୟୁତ ଖୁଣ୍ଟିରେ ଲାଗିଥିବା ଆଲୋକକୁ ଜଳାଇବ। ଆଉ ସକାଳ ହେଲେ ଲାଇଟ ଆପେ ଲିଭିଯିବ। ଫଳରେ ବିଦ୍ୟୁତ ଖର୍ଚ୍ଚ ବଞ୍ଚତ୍ବା ସହ ସହରରେ ଲାଗିଥିବା ଏଲଇଡ଼ି ଲାଇଟ୍‌ର ଆୟସ ମଧ୍ୟ ବଢ଼ିବ। ଶୁକ୍ରବାର ଅମଲାପଡ଼ାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ସିଭିଲ ଏସ୍‌ଡ଼ିଓ ଛକ, ମେଡିକାଲ ଛକ ଓ ବସ୍‌ ଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ଲାଗିଛି। ଆଗକୁ ଏହା ସହରର ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ମରୈଗାଁରେ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ, ରକ୍ତଦାନ କଲେ…

ହାଟଡିହୀ/ଛେନାପଦୀ,୧୫।୬(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସତ୍ୟସାଇ ସେବା ସଂଗଠନ ତରଫରୁ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି । ଉକ୍ତ…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri