ଭିନ୍ନକ୍ଷମଙ୍କୁ ନେଇ ଅନୁଗୋଳରେ ଦଲାଲଙ୍କ ବେପାର: କାହାକୁ ମିଳୁଛି ମଜୁରି, କାହାକୁ ଦରମା

ଅନୁଗୋଳ ଅଫିସ, ୨୫।୧୦-ପାର୍ବଣ ବେଳେ ଭିଡ଼ରୁ ଭଲ ଆୟ କରିବା ଲକ୍ଷ୍ୟରେ କଲିକତାରୁ କିଛି ଦଲାଲ ଭିନ୍ନକ୍ଷମମାନଙ୍କୁ ଅନୁଗୋଳ ଆଣି ଭିକ୍ଷା ବେପାରରେ ଲଗାଇଛନ୍ତି। ଗତ ଲକ୍ଷ୍ମୀ ପୂଜା ବେଳେ ବିଭିନ୍ନ ସ୍ଥାନରେ ଏମାନଙ୍କୁ ବସାଇ ଦିନକୁ ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି। ହେଲେ ଉକ୍ତ ରୋଜଗାରରୁ ମାତ୍ର କିଛି ଅର୍ଥ କାହାକୁ ମଜୁରି ଭାବେ ଦିଆଯାଇଛି ତ ଆଉ କାହାକୁ ମାସିକ ଦରମା ଭାବେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
କଲିକତା ହୁଗୁଳି ଜିଲାର ପଣ୍ଡୁଆରୁ ଦୁଇଟି ଗ୍ରୁପ୍‌ରେ ଅନୁଗୋଳ ଆସିଥିଲେ ୮ ଜଣ ଭିନ୍ନକ୍ଷମ। ଗୋଟିଏ ଗ୍ରୁପ୍‌ରେ ୩ଜଣ ଥିବାବେଳେ ଅନ୍ୟ ଗ୍ରୁପ୍‌ରେ ୫ଜଣ ଥିଲେ। ଏମାନଙ୍କ ସହ ଅଛନ୍ତି ୧୦ ଜଣ ଦଲାଲ। ପାର୍ବଣର ଜନଗହଳି ସ୍ଥାନରେ ଚାଲିଥିଲା ଏମାନଙ୍କ ବ୍ୟବସାୟ। ଏହି ଭିନ୍ନକ୍ଷମମାନେ ରୋଜଗାର କରୁଥିବା ଅର୍ଥ ସିଧାସଳଖ ଦଲାଲ୍‌ଙ୍କ ପକେଟକୁ ଯାଇଛି। ଏପରି କି ଜଣେ ଜଣେ ଦିନକୁ ପାଖାପାଖି ଏକ ହଜାର ଟଙ୍କା ରୋଜଗାର କରିଥିବା ବେଳେ ସେମାନଙ୍କୁ ମିଳିଛି ମାତ୍ର ଦିନକୁ ୨ଶହରୁ ୩ଶହ ଟଙ୍କା, ତାହା ପୁଣି ବୟସ ଅନୁପାତରେ ବଣ୍ଟା ଯାଇଛି। ବିଳମ୍ବିତ ରାତିରେ ପୂଜା ଭିଡ଼ ଭାଙ୍ଗିବା ପରେ ଦଲାଲ୍‌ମାନେ ଭିନ୍ନକ୍ଷମମାନଙ୍କ ଠେଲାଗାଡ଼ିକୁ ଟାଣି ଟାଣି ଅନୁଗୋଳ ଷ୍ଟାଡିୟମ ବାହାରେ ପହଞ୍ଚୁଥିଲେ। ସେଠାରେ ଧଳା ଚାଦର ଘୋଡ଼ାଯାଇଥିବା ଏକ ସଂସ୍ଥାର ତମ୍ବୁତଳେ ରାତି ଭୋଜନ ଦେବା ପରେ ସକାଳୁ ପୁଣି ବେପାର ସ୍ଥାନରେ ଛାଡ଼ି ଦେଉଥିଲେ। ହୁଗୁଳିରୁ ଆସିଥିବା ଜଣେ ଭିନ୍ନକ୍ଷମ କହିଛନ୍ତି, ରୋଜଗାରର କିଛି ପନ୍ଥା ନାହିଁ। ଟଙ୍କା ଗଣି ମଧ୍ୟ ଜାଣିନାହିଁ। ମୋତେ ଦୁଇଓଳି ଖାଇବାକୁ ଦିଆଯାଉଥିବା ବେଳେ ମୋ ପରିବାର ଲୋକଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଦିଆଯାଉଥିବା ଜାଣିଛି। ମଧ୍ୟାହ୍ନରେ ଜନଗହଳି ଥିଲେ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଏପରି କି ଦିନେ ଦିନେ ଖାଇବାକୁ ମଧ୍ୟ ମିଳି ନ ଥାଏ। ସେହିପରି ହୁଗୁଳିରୁ ୫ଜଣ ଭିନ୍ନକ୍ଷମଙ୍କୁ ଆଣିଥିବା ଦଲାଲ ଜଣଙ୍କ କହିଛନ୍ତି, ପାର୍ବଣ ସମୟରେ ଆମେମାନେ ବିଭନ୍ନ ସହରକୁ ଯାଇଥାଉ। ସେଠାରୁ ରୋଜଗାର ହେଉଥିବା ଟଙ୍କାରୁ ଆମକୁ କିଛି ମିଳିଥାଏ। ଆଉ ଭିନ୍ନକ୍ଷମମାନଙ୍କୁ ମାସକୁ ଦରମା ଆକାରରେ ଟଙ୍କା ଦିଆଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ଲୋକ ରହିଛନ୍ତି। ଯେଉଁଠାରେ ପାର୍ବଣ ହୋଇଥାଏ ସେଠାରୁ ଫୋନ୍‌ ଆସିବା ପରେ ଟ୍ରେନ୍‌ ଓ ବସ୍‌ରେ ଭିନ୍ନକ୍ଷମଙ୍କୁ ନିଆଯାଇଥାଏ। ଫୋନ୍‌ କରିଥିବା ଲୋକକୁ ମଧ୍ୟ ବ୍ୟବସାୟ ଅନୁଯାୟୀ କିଛି କିଛି ଟଙ୍କା ଦିଆଯାଇଥାଏ ବୋଲି ସମ୍ପୃକ୍ତ ଦଲାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri