ଭିନ୍ନକ୍ଷମଙ୍କୁ ନେଇ ଅନୁଗୋଳରେ ଦଲାଲଙ୍କ ବେପାର: କାହାକୁ ମିଳୁଛି ମଜୁରି, କାହାକୁ ଦରମା

ଅନୁଗୋଳ ଅଫିସ, ୨୫।୧୦-ପାର୍ବଣ ବେଳେ ଭିଡ଼ରୁ ଭଲ ଆୟ କରିବା ଲକ୍ଷ୍ୟରେ କଲିକତାରୁ କିଛି ଦଲାଲ ଭିନ୍ନକ୍ଷମମାନଙ୍କୁ ଅନୁଗୋଳ ଆଣି ଭିକ୍ଷା ବେପାରରେ ଲଗାଇଛନ୍ତି। ଗତ ଲକ୍ଷ୍ମୀ ପୂଜା ବେଳେ ବିଭିନ୍ନ ସ୍ଥାନରେ ଏମାନଙ୍କୁ ବସାଇ ଦିନକୁ ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି। ହେଲେ ଉକ୍ତ ରୋଜଗାରରୁ ମାତ୍ର କିଛି ଅର୍ଥ କାହାକୁ ମଜୁରି ଭାବେ ଦିଆଯାଇଛି ତ ଆଉ କାହାକୁ ମାସିକ ଦରମା ଭାବେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
କଲିକତା ହୁଗୁଳି ଜିଲାର ପଣ୍ଡୁଆରୁ ଦୁଇଟି ଗ୍ରୁପ୍‌ରେ ଅନୁଗୋଳ ଆସିଥିଲେ ୮ ଜଣ ଭିନ୍ନକ୍ଷମ। ଗୋଟିଏ ଗ୍ରୁପ୍‌ରେ ୩ଜଣ ଥିବାବେଳେ ଅନ୍ୟ ଗ୍ରୁପ୍‌ରେ ୫ଜଣ ଥିଲେ। ଏମାନଙ୍କ ସହ ଅଛନ୍ତି ୧୦ ଜଣ ଦଲାଲ। ପାର୍ବଣର ଜନଗହଳି ସ୍ଥାନରେ ଚାଲିଥିଲା ଏମାନଙ୍କ ବ୍ୟବସାୟ। ଏହି ଭିନ୍ନକ୍ଷମମାନେ ରୋଜଗାର କରୁଥିବା ଅର୍ଥ ସିଧାସଳଖ ଦଲାଲ୍‌ଙ୍କ ପକେଟକୁ ଯାଇଛି। ଏପରି କି ଜଣେ ଜଣେ ଦିନକୁ ପାଖାପାଖି ଏକ ହଜାର ଟଙ୍କା ରୋଜଗାର କରିଥିବା ବେଳେ ସେମାନଙ୍କୁ ମିଳିଛି ମାତ୍ର ଦିନକୁ ୨ଶହରୁ ୩ଶହ ଟଙ୍କା, ତାହା ପୁଣି ବୟସ ଅନୁପାତରେ ବଣ୍ଟା ଯାଇଛି। ବିଳମ୍ବିତ ରାତିରେ ପୂଜା ଭିଡ଼ ଭାଙ୍ଗିବା ପରେ ଦଲାଲ୍‌ମାନେ ଭିନ୍ନକ୍ଷମମାନଙ୍କ ଠେଲାଗାଡ଼ିକୁ ଟାଣି ଟାଣି ଅନୁଗୋଳ ଷ୍ଟାଡିୟମ ବାହାରେ ପହଞ୍ଚୁଥିଲେ। ସେଠାରେ ଧଳା ଚାଦର ଘୋଡ଼ାଯାଇଥିବା ଏକ ସଂସ୍ଥାର ତମ୍ବୁତଳେ ରାତି ଭୋଜନ ଦେବା ପରେ ସକାଳୁ ପୁଣି ବେପାର ସ୍ଥାନରେ ଛାଡ଼ି ଦେଉଥିଲେ। ହୁଗୁଳିରୁ ଆସିଥିବା ଜଣେ ଭିନ୍ନକ୍ଷମ କହିଛନ୍ତି, ରୋଜଗାରର କିଛି ପନ୍ଥା ନାହିଁ। ଟଙ୍କା ଗଣି ମଧ୍ୟ ଜାଣିନାହିଁ। ମୋତେ ଦୁଇଓଳି ଖାଇବାକୁ ଦିଆଯାଉଥିବା ବେଳେ ମୋ ପରିବାର ଲୋକଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଦିଆଯାଉଥିବା ଜାଣିଛି। ମଧ୍ୟାହ୍ନରେ ଜନଗହଳି ଥିଲେ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଏପରି କି ଦିନେ ଦିନେ ଖାଇବାକୁ ମଧ୍ୟ ମିଳି ନ ଥାଏ। ସେହିପରି ହୁଗୁଳିରୁ ୫ଜଣ ଭିନ୍ନକ୍ଷମଙ୍କୁ ଆଣିଥିବା ଦଲାଲ ଜଣଙ୍କ କହିଛନ୍ତି, ପାର୍ବଣ ସମୟରେ ଆମେମାନେ ବିଭନ୍ନ ସହରକୁ ଯାଇଥାଉ। ସେଠାରୁ ରୋଜଗାର ହେଉଥିବା ଟଙ୍କାରୁ ଆମକୁ କିଛି ମିଳିଥାଏ। ଆଉ ଭିନ୍ନକ୍ଷମମାନଙ୍କୁ ମାସକୁ ଦରମା ଆକାରରେ ଟଙ୍କା ଦିଆଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ଲୋକ ରହିଛନ୍ତି। ଯେଉଁଠାରେ ପାର୍ବଣ ହୋଇଥାଏ ସେଠାରୁ ଫୋନ୍‌ ଆସିବା ପରେ ଟ୍ରେନ୍‌ ଓ ବସ୍‌ରେ ଭିନ୍ନକ୍ଷମଙ୍କୁ ନିଆଯାଇଥାଏ। ଫୋନ୍‌ କରିଥିବା ଲୋକକୁ ମଧ୍ୟ ବ୍ୟବସାୟ ଅନୁଯାୟୀ କିଛି କିଛି ଟଙ୍କା ଦିଆଯାଇଥାଏ ବୋଲି ସମ୍ପୃକ୍ତ ଦଲାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?