ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ

ଅନୁଗୋଳ ଅଫିସ, ୧୯।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଗତ ୪ ମାସ ମଧ୍ୟରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ୮ ଜଣ ବ୍ୟବସାୟୀଙ୍କ ସମ୍ପତ୍ତି ଜବତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬ ଜଣ ବ୍ୟବସାୟୀ ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ସେମାନଙ୍କଠାରୁ ଜବତ ସମ୍ପତ୍ତିର ମୂଲ୍ୟ ଦେଢ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଘଟଣାରେ ଭାରତ ସରକାରଙ୍କ ଅର୍ଥ ବିଭାଗର କମ୍ପୋନେଟ୍‌ ଅଥରିଟିଙ୍କ ନିକଟକୁ ଦସ୍ତାବିତ ଧରି ଜିଲାର ୪ ଥାନା ଅଧିକାରୀ ଦିଲ୍ଲୀ ଅଭିମୁଖେ ଯାଇଥିଲେ। ୬ ବ୍ୟବସାୟୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମିଶାଇ ମୋଟ ୯ ଜଣଙ୍କ ବେଆଇନ୍‌ ସମ୍ପତ୍ତି ଜବତ କରିବା ପାଇଁ ଅନୁଗୋଳ ପୋଲିସକୁ କମ୍ପୋନେଟ୍‌ ଅଥରେଟି ଅନୁମୋଦନ ଦେଇଥିଲେ। ଏହାପରେ ମୋଟ ୯ ଜଣଙ୍କ ସମ୍ପତ୍ତି ଜବତ କରାଯାଇଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଥାନାରୁ ଧରାପଡ଼ିଥିବା ବ୍ରାଉନ ସୁଗାର ବ୍ୟବସାୟୀଙ୍କ ମୋଟ ୧କୋଟି ୫୨ଲକ୍ଷ ୫ ହଜାର ୮୯ ଟଙ୍କାର ସମ୍ପତ୍ତିକୁ ପୋଲିସ ଜବତ କରିଛି। ନାଲକୋ ଥାନା କୁରୁଡ଼ୁଲୁ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୪୦)ଙ୍କଠାରୁ ପୋଲିସ ୬ ହଜାର ଟଙ୍କାର ଏକ ମୋବାଇଲ, ୭ ହଜାର ୬୭୦ ଟଙ୍କା ଓ ୫୦ ହଜାର ଟଙ୍କାର ନମ୍ବର ବିହୀନ ସ୍କୁଟିକୁ ଜବତ କରିଥିଲା। ସେହିପରି ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମର ଶ୍ରୀରାମ ସାହୁ(୩୦)ଙ୍କଠାରୁ ୪ ହଜାର ୫ ଶହ ଟଙ୍କାର ଏକ କାନଫୁଲ, ୩୨ ହଜାର ଟଙ୍କାର ଦୁଇଟି ମୁଦି ଓ ୫୦ ହଜାର ଟଙ୍କାର ଏକ ବୁଲେଟ୍‌ (ନଂ. ଓଏସି-୫୨୨୩) ଜବତ କରିଥିଲା ପୋଲିସ। ଏଥିସହ ଅନୁଗୋଳ ଥାନା କୁକୁଡ଼ାଙ୍ଗ ଗ୍ରାମର ସୁବ୍ରତ ବାରିକ(୩୩)ଙ୍କ ନିକଟରୁ ୫ ଲକ୍ଷ ଟଙ୍କା ମୂଲ୍ୟର କାର୍‌ (ନଂ. ଓଡ଼ି-୦୨-ଏକ୍ସ-୫୪୭୩) ଜବତ କରିଥିଲା। ଏହି ମାମଲାରେ ଉକ୍ତ ଗ୍ରାମର ସୁଜ୍ଞାନୀ ଦେହୁରୀ(୩୧)ଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୪୦ ହଜାର ଟଙ୍କାର ସୁନା ଚେନ ଓ ୩୦ ହଜାର ଟଙ୍କାର ସ୍କୁଟି (ନଂ. ଓଡ଼ି-୧୯-ଏଲ୍‌-୬୧୦୪) ଜବତ କରାଯାଇଛି। ପରେ ଅନୁଗୋଳ ଥାନା କୁମଣ୍ଡ ଗ୍ରାମର କାଳନ୍ଦୀ ଚରଣ ସାହୁ(୪୩)ଙ୍କ ନିକଟରୁ ୨୧ ହଜାର ୩୧୦ ଟଙ୍କା ଓ ୩୦ ହଜାର ଟଙ୍କାର ସ୍କୁଟି (ନଂ. ଓଡ଼ି-୧୯-ଏଲ୍‌-୨୮୯୩)କୁ ପୋଲିସ ଜବତ କରିଛି। ନାଲକୋ ଥାନା କୁଲାଡ଼ ଗ୍ରାମର ପ୍ରକାଶ ସେଠ(୪୬)ଙ୍କ ନିକଟରୁୁ ୨୫ ହଜାର ଟଙ୍କାର ଅଳଙ୍କାର, ୧୩ ହଜାର ଟଙ୍କାର କୁଲର, ୧୮ ହଜାର ୫ ଶହ ଟଙ୍କାର ଇନ୍‌ଭର୍ଟର, ୧୨ ହଜାର ଟଙ୍କା ଟିଭି, ୭୫ ହଜାର ଟଙ୍କାର ବାଇକ୍‌(ନଂ. ଓଡ଼ି-୧୯-ପି-୬୩୧୮) ଓ ୬ ଲକ୍ଷ ୧୦ ହଜାର ୧୦୯ ଟଙ୍କାର କାର୍‌ (ନଂ. ଓଡ଼ି-୧୯-ପି-୧୫୯୪) ଜବତ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ୬ ଅଭିଯୁକ୍ତଙ୍କ ମଧ୍ୟରୁ କିଛି ସମ୍ପତ୍ତି ପରିବାର ଲୋକଙ୍କ ନାମରେ କରିଥିଲେ। ମୋଟ ୩ ଜଣ ପରିବାର ଲୋକଙ୍କ ନାମରେ ଥିବା ସମ୍ପତ୍ତି ମଧ୍ୟ ଜବତ ହୋଇଛି। ଜବତ ସମ୍ପତ୍ତିକୁ ଏନ୍‌ଡିପିଏସ୍‌ ନିୟମ ଅନୁଯାୟୀ ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପତ୍ତି ନେଇ ଖୋଳତାଡ଼ ଚାଲିଥିବା ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri