ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ

ଅନୁଗୋଳ ଅଫିସ, ୧୯।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଗତ ୪ ମାସ ମଧ୍ୟରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ୮ ଜଣ ବ୍ୟବସାୟୀଙ୍କ ସମ୍ପତ୍ତି ଜବତ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬ ଜଣ ବ୍ୟବସାୟୀ ବେଆଇନ୍‌ ଭାବେ ସମ୍ପତ୍ତି ଠୁଳ କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ସେମାନଙ୍କଠାରୁ ଜବତ ସମ୍ପତ୍ତିର ମୂଲ୍ୟ ଦେଢ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଘଟଣାରେ ଭାରତ ସରକାରଙ୍କ ଅର୍ଥ ବିଭାଗର କମ୍ପୋନେଟ୍‌ ଅଥରିଟିଙ୍କ ନିକଟକୁ ଦସ୍ତାବିତ ଧରି ଜିଲାର ୪ ଥାନା ଅଧିକାରୀ ଦିଲ୍ଲୀ ଅଭିମୁଖେ ଯାଇଥିଲେ। ୬ ବ୍ୟବସାୟୀଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ମିଶାଇ ମୋଟ ୯ ଜଣଙ୍କ ବେଆଇନ୍‌ ସମ୍ପତ୍ତି ଜବତ କରିବା ପାଇଁ ଅନୁଗୋଳ ପୋଲିସକୁ କମ୍ପୋନେଟ୍‌ ଅଥରେଟି ଅନୁମୋଦନ ଦେଇଥିଲେ। ଏହାପରେ ମୋଟ ୯ ଜଣଙ୍କ ସମ୍ପତ୍ତି ଜବତ କରାଯାଇଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଥାନାରୁ ଧରାପଡ଼ିଥିବା ବ୍ରାଉନ ସୁଗାର ବ୍ୟବସାୟୀଙ୍କ ମୋଟ ୧କୋଟି ୫୨ଲକ୍ଷ ୫ ହଜାର ୮୯ ଟଙ୍କାର ସମ୍ପତ୍ତିକୁ ପୋଲିସ ଜବତ କରିଛି। ନାଲକୋ ଥାନା କୁରୁଡ଼ୁଲୁ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୪୦)ଙ୍କଠାରୁ ପୋଲିସ ୬ ହଜାର ଟଙ୍କାର ଏକ ମୋବାଇଲ, ୭ ହଜାର ୬୭୦ ଟଙ୍କା ଓ ୫୦ ହଜାର ଟଙ୍କାର ନମ୍ବର ବିହୀନ ସ୍କୁଟିକୁ ଜବତ କରିଥିଲା। ସେହିପରି ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମର ଶ୍ରୀରାମ ସାହୁ(୩୦)ଙ୍କଠାରୁ ୪ ହଜାର ୫ ଶହ ଟଙ୍କାର ଏକ କାନଫୁଲ, ୩୨ ହଜାର ଟଙ୍କାର ଦୁଇଟି ମୁଦି ଓ ୫୦ ହଜାର ଟଙ୍କାର ଏକ ବୁଲେଟ୍‌ (ନଂ. ଓଏସି-୫୨୨୩) ଜବତ କରିଥିଲା ପୋଲିସ। ଏଥିସହ ଅନୁଗୋଳ ଥାନା କୁକୁଡ଼ାଙ୍ଗ ଗ୍ରାମର ସୁବ୍ରତ ବାରିକ(୩୩)ଙ୍କ ନିକଟରୁ ୫ ଲକ୍ଷ ଟଙ୍କା ମୂଲ୍ୟର କାର୍‌ (ନଂ. ଓଡ଼ି-୦୨-ଏକ୍ସ-୫୪୭୩) ଜବତ କରିଥିଲା। ଏହି ମାମଲାରେ ଉକ୍ତ ଗ୍ରାମର ସୁଜ୍ଞାନୀ ଦେହୁରୀ(୩୧)ଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୪୦ ହଜାର ଟଙ୍କାର ସୁନା ଚେନ ଓ ୩୦ ହଜାର ଟଙ୍କାର ସ୍କୁଟି (ନଂ. ଓଡ଼ି-୧୯-ଏଲ୍‌-୬୧୦୪) ଜବତ କରାଯାଇଛି। ପରେ ଅନୁଗୋଳ ଥାନା କୁମଣ୍ଡ ଗ୍ରାମର କାଳନ୍ଦୀ ଚରଣ ସାହୁ(୪୩)ଙ୍କ ନିକଟରୁ ୨୧ ହଜାର ୩୧୦ ଟଙ୍କା ଓ ୩୦ ହଜାର ଟଙ୍କାର ସ୍କୁଟି (ନଂ. ଓଡ଼ି-୧୯-ଏଲ୍‌-୨୮୯୩)କୁ ପୋଲିସ ଜବତ କରିଛି। ନାଲକୋ ଥାନା କୁଲାଡ଼ ଗ୍ରାମର ପ୍ରକାଶ ସେଠ(୪୬)ଙ୍କ ନିକଟରୁୁ ୨୫ ହଜାର ଟଙ୍କାର ଅଳଙ୍କାର, ୧୩ ହଜାର ଟଙ୍କାର କୁଲର, ୧୮ ହଜାର ୫ ଶହ ଟଙ୍କାର ଇନ୍‌ଭର୍ଟର, ୧୨ ହଜାର ଟଙ୍କା ଟିଭି, ୭୫ ହଜାର ଟଙ୍କାର ବାଇକ୍‌(ନଂ. ଓଡ଼ି-୧୯-ପି-୬୩୧୮) ଓ ୬ ଲକ୍ଷ ୧୦ ହଜାର ୧୦୯ ଟଙ୍କାର କାର୍‌ (ନଂ. ଓଡ଼ି-୧୯-ପି-୧୫୯୪) ଜବତ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ୬ ଅଭିଯୁକ୍ତଙ୍କ ମଧ୍ୟରୁ କିଛି ସମ୍ପତ୍ତି ପରିବାର ଲୋକଙ୍କ ନାମରେ କରିଥିଲେ। ମୋଟ ୩ ଜଣ ପରିବାର ଲୋକଙ୍କ ନାମରେ ଥିବା ସମ୍ପତ୍ତି ମଧ୍ୟ ଜବତ ହୋଇଛି। ଜବତ ସମ୍ପତ୍ତିକୁ ଏନ୍‌ଡିପିଏସ୍‌ ନିୟମ ଅନୁଯାୟୀ ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପତ୍ତି ନେଇ ଖୋଳତାଡ଼ ଚାଲିଥିବା ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?