ବଞ୍ଚିବା ମୋର ଅଧିକାର

ମୀରା ବେଉରା

ଯଦି କୁକୁରଟିଏ ମଣିଷକୁ କାମୁଡ଼େ, ତେବେ କିଛିଦିନ ଚିକିତ୍ସା ପରେ ମଣିଷ ବିଷମୁକ୍ତ ହୋଇଯାଏ। ଯଦି ବିଷଧର ସର୍ପଟିଏ ବା ବିଛାଟିଏ ମଣିଷକୁ ଦଂଶନ କରେ ତେବେ ତିନିଚାରିଦିନ ଚିକିତ୍ସା ପରେ ସେ ଆରୋଗ୍ୟ ହୋଇଥାଏ। କିନ୍ତୁ ଯଦି ମଣିଷଟିଏ ମଣିଷକୁ କାମୁଡ଼େ ତେବେ ବଞ୍ଚତ୍ବାର ଆଶା ବହୁତ କମ୍‌। ସତରେ କେତେ ଭୟଙ୍କର ଏ ସଭ୍ୟ ବୋଲାଉଥିବା ମଣିଷର ବିଷ! ସମଗ୍ର ବିଶ୍ୱରେ ସବୁଠାରୁ ଭୟଙ୍କର ଓ ଅବିଶ୍ୱାସୀ ପ୍ରାଣୀ ହେଉଛି ମଣିଷ; ଯିଏ ନିଜର କ୍ଷୁଧା ମେଣ୍ଟାଇବା ପାଇଁ ମଣିଷକୁ ଦଂଶନ କରି ଆନନ୍ଦ ପାଏ। ବିଷଧର ଜନ୍ତୁଙ୍କୁ ଭୟ କରିବା ସ୍ବାଭାବିକ, କିନ୍ତୁ ମଣିଷ ମଣିଷକୁ ଭୟ କରିବ, ଏହା କେତେଦୂର ଯୁକ୍ତିଯୁକ୍ତ। ଅବିଶ୍ୱାସ, ଭ୍ରଷ୍ଟାଚାର, ବଳାତ୍କାର ଆଦି ପ୍ରଦୂଷଣରେ ଆଜି ସମଗ୍ର ମାନବ ସମାଜ କବଳିତ। ଏକବିଂଶ ଶତାବ୍ଦୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ମଣିଷ ମଣିଷକୁ ଭୟ କରୁଛି। ତା’ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଆମେ ଭୁଲିଯାଉଛୁ ଯେ ଯେଉଁ ମାତୃଶକ୍ତିଠାରୁ ଆମେ ଜନ୍ମ ହେଉଛେ ସେହି ମାତୃଜାତିକୁ ଆମେ ସୁରକ୍ଷା ଦେବାକୁ ଅସମର୍ଥ।
ଆମେ କେବେ ଆମତ୍ସମୀକ୍ଷା କରୁଛୁ କି? ଆମେ ଏମିତି ଗୋଟିଏ ହିଂସ୍ର ସମାଜରେ ବଞ୍ଚୁଛୁ; ଯେଉଁଠି କୌଣସି କୋଣରେ ବି ଝିଅଟିକୁ ସୁରକ୍ଷାର ବଳୟ ଦେଇପାରୁ ନାହୁଁ। ପ୍ରତି ମୁହୂର୍ତ୍ତରେ ଝିଅଟି ନିଜକୁ ଅସୁରକ୍ଷିତ ମନେକରୁଛି। ଏଇଠି ମନେପଡ଼େ ନୋବେଲ ପୁରସ୍କାର ବିଜେତା ସାରାମାଗୋଙ୍କ କଥା। ସେ କହିଥିଲେ, ”ଇଏ ଏମିତି ଏକ ବିଶ୍ୱ ଯିଏ ମଙ୍ଗଳ ଗ୍ରହକୁ ଯନ୍ତ୍ର ପଠାଏ, ଚନ୍ଦ୍ରକୁ ମଣିଷ ପଠାଏ, କିନ୍ତୁ ନିଜ ଇଲାକାରେ ମଣିଷ ନିଧନ ଓ ହିଂସା ବନ୍ଦକରି ନାରୀକୁ ସୁରକ୍ଷା ଦେଇପାରେ ନାହିଁ।“ କହିବାର ତାତ୍ପର୍ଯ୍ୟ ହେଉଛି ସମଗ୍ର ମାନବ ସମାଜ ଓ ସଂସ୍କୃତି ଆଜି କଳୁଷିତ ହୋଇଯାଇଛି। କେବଳ ଭାରତର ନୁହେଁ ଆମେରିକାର ନ୍ୟୁୟର୍କରେ ସଂସ୍କୃତି ନାମରେ ମହିଳାଙ୍କୁ ଯୌନଦାସୀ କରିବା ହେତୁ ଆମତ୍ଘୋଷିତ ଗୁୁରୁ କିଥ୍‌ ରାନିଅରଙ୍କୁ ନ୍ୟୁୟର୍କ ବ୍ରକ୍‌ଲିନ୍‌ କୋର୍ଟ ୧୨୦ବର୍ଷ ଜେଲ ଏବଂ ୧.୭୫ ନିୟୁତ ଡଲାର ଜରିମାନା ଆଦେଶ କରିଛନ୍ତି।
ମାତୃଗର୍ଭରେ କନ୍ୟାଭ୍ରୂଣଠାରୁ ଆରମ୍ଭକରି ମୃତ୍ୟୁ ମୁଖାଗତା ବୃଦ୍ଧାଟି ମଧ୍ୟ ଏ ସଭ୍ୟ ସମାଜରେ ସୁରକ୍ଷିତ ନୁହେଁ। ଶହଶହ ବର୍ଷର ଅତ୍ୟାଚାର, ଶୋଷଣ, କୁସଂସ୍କାର, ବିଦେଶୀ ଶତ୍ରୁମାନଙ୍କ ଆକ୍ରମଣର ଶିକାର ହୋଇ ମଧ୍ୟ ଯେଉଁ ନାରୀଶକ୍ତି ଗରୀୟାନ ଥିଲା ଆଜି ତା’ର ଜୀବନ ବିପନ୍ନ। ଆମତ୍ାର ବିକାଶ ପାଇଁ ତା’ର ସବୁ ସଂଗ୍ରାମ ଓ ତପସ୍ୟା ଆଜି ଦିଗଭ୍ରଷ୍ଟ। ସେ ଆଜି ଲକ୍ଷ୍ୟଚ୍ୟୁତ ହୋଇ ବସ୍ତୁଭାବେ ଉପଭୋଗ୍ୟର ପାତ୍ର ହୋଇଛି। ପାରିବାରିକ ହିଂସା ହେଉ ବା ସମ୍ମିଳିତ ପାଶବିକ ଅତ୍ୟାଚାର ହେଉ କେଉଁଠି ବି ସେ ସୁରକ୍ଷିତ ନୁହେଁ। ଶିକ୍ଷା, ସାହିତ୍ୟ, କଳା, ସଂସ୍କୃତି, ପ୍ରଶାସନ, ବିଜ୍ଞାନ ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥାଇ ମଧ୍ୟ ସେ ହିଂସାର ଶିକାର ହୋଇଛି। ସମ୍ବିଧାନ ଧାରା-୨୧ କହେ ବଞ୍ଚତ୍ବା ଏକ ଅଧିକାର କିନ୍ତୁ କ୍ଷୋଭ ଏବଂ ଦୁଃଖର କଥା ଆମେ ଝିଅଟିର ବଞ୍ଚତ୍ବାର ଅଧିକାର ତା’ଠାରୁ ଛଡ଼ାଇ ନେଇଛୁ। ପାଶବିକ ଅତ୍ୟାଚାର ପରେ ତାକୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହୁଁ; ଯାହାର ବଳିଷ୍ଠ ଉଦାହରଣ ହେଉଛି ଉତ୍ତର ପ୍ରଦେଶର ହାଥରସ୍‌ ଘଟଣା ଗଣବଳାତ୍କାର ପରେ ତା’ର ଜିଭ କାଟି ସବୁ ସାକ୍ଷ ପ୍ରମାଣକୁ ନଷ୍ଟ କରିଦେବାକୁ ଉଦ୍ୟମ କରିବା ସବୁ ବର୍ବରତାର ସୀମାପାର କରିଦେଇଛି । ଆଉ ଏକ ଘଟଣା ଯାହା ଘଟିଯାଇଛି ଦିବାଲୋକରେ ଜନଗହଳିପୂର୍ଣ୍ଣ ହରିୟାଣାର ଫରିଦାବାଦ ଜିଲା ବଲ୍ଲବଗଡ଼ ଅଞ୍ଚଳରେ। ଜଣେ ଛାତ୍ରୀକୁ ଚଳନ୍ତା କାରରୁ ଉଠାଇ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଯାହା ହେଉନା କାହିଁକି ଏଭଳି ଅମାନବୀୟ ଘଟଣାକୁ କୌଣସି ସମାଜ ଆଦୌ ସହ୍ୟ କରିପାରିବ ନାହିଁ। ମୃତ୍ୟୁଦଣ୍ଡ ମଧ୍ୟ କମ୍‌ ହେବ ଦୋଷୀପାଇଁ। ଏହିସବୁ ଲୋମହର୍ଷଣକାରୀ ଘଟଣା ପରେ ଆମେ କହିପାରିବା କି ଆମେ ଶତାବ୍ଦୀର ଶ୍ରେଷ୍ଠ ମଣିଷ? ଆମେ ନିଜର ପରିଚୟ ଦେବା ପୂର୍ବରୁ ନିଜକୁ ପ୍ରଶ୍ନ କରିବା ମୋ ଭିତରେ ମଣିଷ ପଣିଆ ଶତକଡ଼ା କେତେ ଭାଗ ଅଛି। ମୁଁ ଗୋଟିଏ ମଣିଷ ତ? ଏସବୁ କାହିଁକି? ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଆଦୌ ଶୁଭଙ୍କର ନୁହେଁ। ଯେ ପର୍ଯ୍ୟନ୍ତ ଆମେ ମା’,ମାତୃଶକ୍ତି ଓ ମାତୃଭୂମି ପ୍ରତି ସମ୍ମାନ ଜାଗ୍ରତ କରିପାରିନାହୁଁ, ଆମେ କଦାପି କହିପାରିବା ନାହିଁ ଯେ ଆମେ ସଭ୍ୟ, ଶିକ୍ଷିତ, ବିକାଶଶୀଳ ରାଷ୍ଟ୍ରର ନାଗରିକ।
ପ୍ରତ୍ୟେକ ନାଗରିକ ଆମତ୍ସମୀକ୍ଷା କରିବା ବାଞ୍ଛନୀୟ ଯେ ମୋର ଯେତିକି ବଞ୍ଚତ୍ବାର ଅଧିକାର ଅଛି, ଏ ସମାଜରେ ପ୍ରତ୍ୟେକ ମା’ର ମଧ୍ୟ ସେତିକି ବଞ୍ଚତ୍ବାର ଅଧିକାର ଅଛି। ଗୋଟିଏ ନାଗରିକ ଭାବେ ନିଜ ରାଷ୍ଟ୍ରରେ ନିଜ ସମାଜରେ ଯଦି ସମ୍ମାନର ସହ ଆମେ ଝିଅଟିକୁ ତା’ର ବଞ୍ଚତ୍ବାର ଅଧିକାର ଯୋଗାଇ ପାରିନାହୁଁ, ତେବେ କାହିଁକି ମାତୃଶକ୍ତି ପୂଜାର ପ୍ରହସନ କରି ସଂସ୍କୃତି ଓ ପରମ୍ପରାର ଦ୍ୱାହିଦେଇ ପରମ୍ପରାର ରକ୍ଷକ ବୋଲି ଦାବି କରିବା। ଏହା ପରମ୍ପରା ଓ ସଂସ୍କୃତି ନାମରେ ଛଳନା ନୁହେଁ ତ ଆଉ କ’ଣ? ପରାଧୀନ ଭାରତଠାରୁ ଅଧିକ ଅସୁରକ୍ଷିତ ନାରୀ ତଥା କନ୍ୟାର ଶରୀର, ଦେହ, ମନ ଓ ଆତ୍ମା। ନିଜର କ୍ଷୁଧା ପାଇଁ ସବୁ ପଶୁଜଗତକୁ ମଧ୍ୟ ପଛରେ ପକାଇ ଦେଇଛି ଏ ସଭ୍ୟ ସମାଜ। ଏହା ସଂସ୍କୃତିର ଅବକ୍ଷୟ ନୁହେଁ ତ ଆଉ କ’ଣ?
ନିଶା ହିଁ ଯାବତୀୟ ହିଂସା ଓ ନାରୀ ନିର୍ଯାତନାର ଅନ୍ତରାଳେ ବିଦ୍ୟମାନ । କଠୋରରୁ କଠୋର ଦଣ୍ଡବିଧାନ ଏବଂ ନିଶାର ସମ୍ପୂର୍ଣ୍ଣ ପ୍ରସାର ବନ୍ଦ ନ ହେଲେ କୌଣସି ଆଇନ ଆଜିର କନ୍ୟାକୁ ସୁରକ୍ଷା ଦେଇପାରିବ ନାହିଁ। ଏଥିପାଇଁ ସାମାଜିକ ଗଣଆନ୍ଦୋଳନ ଆବଶ୍ୟକ। ନାରୀକୁ ତା’ର ବଞ୍ଚତ୍ବାର ଅଧିକାର ମିଳୁ। ଯେଉଁଦିନ ଏ ସଭ୍ୟ ଶିକ୍ଷିତ ସମାଜ ନାରୀକୁ ତଥା ରାଷ୍ଟ୍ରର କନ୍ୟାକୁ ସମ୍ମାନର ସହ ତା’ର ବଞ୍ଚତ୍ବାର ଅଧିକାର ଦେବ, ସେହିଦିନ ଆମେ ଦାବିକରିବା ଆମେ ପୁଣ୍ୟଭୂମି, ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ଆମେ ପ୍ରକୃତ ଦାୟାଦ ।
ରଘୁନାଥଜିଉ ମହାବିଦ୍ୟାଳୟ, ଦେଉଳସାହି, କଟକ, ମୋ-୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri