Posted inଖେଳ

ହାଇତି ଫୁଟ୍‌ବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା

ଜୁରିଚ୍‌, ୨୧ା୧୧ (ଏପି)-ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟ୍‌ବଲ ମହାସଂଘ ସଭାପତି ଓ୍ବାଇଭେସ୍‌ ଜିନ୍‌ ବାର୍ଟଙ୍କୁ ବିଶ୍ୱ ପରିଚାଳନା ସଂସ୍ଥା ଫିଫା ଶୁକ୍ରବାରଠାରୁ ଖେଳରୁ ଆଜୀବନ ବାସନ୍ଦ କରିଛି। ଜିନ୍‌ ବାର୍ଟ ନିଜ ପଦବୀର ଅପବ୍ୟହାର କରି ବହୁ ମହିଳା ଖେଳାଳିଙ୍କ ଯୌନ ଶୋଷଣ କରିଛନ୍ତି। ସେମାନଙ୍କ ମଧ୍ୟରେ ନାବାଳିକା ଓ ଜାତୀୟ ଦଳର କେତେଜଣ ଖେଳାଳି ମଧ୍ୟ ଅଛନ୍ତି। ବାସନ୍ଦ ଦଣ୍ଡ ବ୍ୟତୀତ ତାଙ୍କୁ ୧ନିୟୁତ ସୁଇସ୍‌ ଫ୍ରାଙ୍କ୍‌ (୧.୧ ନିୟୁତ ଡଲାର) ମଧ୍ୟ ଜରିମାନା କରାଯାଇଛି। ଜିନ୍‌ ବାର୍ଟଙ୍କ କଳାକାରନାମା ସମ୍ପର୍କରେ ଏକ ବ୍ରିଟିଶ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ ଫିଫା ପାଣ୍ଠି ସହାୟତାରେ ଚାଲିଥିବା ଦେଶର ଜାତୀୟ ଟ୍ରେନିଂ ସେଣ୍ଟରଠାରେ ସେ ଏହି କୁତ୍ସିତ କାର୍ଯ୍ୟ କରିଥାନ୍ତି। ଜିନ୍‌ ବାର୍ଟ ରାଞ୍ଚ୍‌ ନାମରେ ପରିଚିତ। ୨୦୦୦ରୁ ସେ ହାଇତି ଫୁଟ୍‌ବଲର ମୁଖ୍ୟ ରହି ଆସିଛନ୍ତି। ସରକାରୀକଳ, ରାଜନୀତି ଏବଂ ଆଇନ ବ୍ୟବସ୍ଥାସହ ତାଙ୍କର ସୁସମ୍ପର୍କ ରହିଥିବା ହ୍ୟୁମାନ ରାଇଟ୍‌ ଓ୍ବାଚ୍‌ କହିଛି। ତାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗର କିନ୍ତୁ ସେ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କୁ ରୋମାଣ୍ଟିକ୍‌ ପୋଷ୍ଟ ଲେଖିଲେ ସ୍ତ୍ରୀ

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ନିଜର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନରେ ସେ ପରିବାରଠାରୁ ଦୂରରେ ଅଛନ୍ତି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକଙ୍କ ସ୍ତ୍ରୀ ନତାଶା...

ମୁମ୍ବାଇର ପଞ୍ଚମ ବିଜୟ

ଆବୁଧାବି, ୧୨।୧୦- କ୍ୱିଣ୍ଟନ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ...

ଲେଗ୍‌ ସ୍ପିନର ନ ଖେଳାଇବାରୁ ବିଦା ହେଲେ ଦୁଇ କୋଚ୍‌

ଢାକା,୧୮।୧୦(ପି.ଟି.)- ଅନ୍ତର୍ଜାତୀୟ ସ୍ତରରେ ବାଂଲାଦେଶର ବ୍ୟାଟ୍ସମ୍ୟାନମାନେ ଲେଗ୍‌ ସ୍ପିନରଙ୍କ ସାମ୍ନାରେ ସଂଘର୍ଷ କରୁଥିତ୍ବାରୁ ବିସିବି ଏବେ ଲେଗ୍‌ ସ୍ପିନରଙ୍କୁ ଏବେ ଅଧିକ ଗୁରୁତ୍ୱ ଦେଉଛି। ଜାତୀୟ...

ରାତାରାତି କୋଟିପତି ହେଲେ କଶ୍ମୀର ଯୁବକ

ଅନନ୍ତନାଗ,୨୩।୫: ସମଗ୍ର ବିଶ୍ୱ କ୍ରିକେଟ୍‌ ଜଗତର ଆଖି ଏବେ ଭାରତରେ ଖେଳାଯାଉଥିବା ଆଇପିଏଲ୍‌ ୨୦୨୨ ଉପରେ ଅଛି। ଏହି ଲିଗରେ ବିଭିନ୍ନ ଦେଶର ଖେଳାଳିମାନେ କୋଟି...

ନୂତନ ଆରମ୍ଭ ଲକ୍ଷ୍ୟରେ ଭାରତ

ଓ୍ବେଲିଂଟନ୍‌,୧୮ା୧୧(ପି.ଟି): ବିଶ୍ୱକପ୍‌ ବିଫଳତା ପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜରେ ନୂତନ ନେତୃତ୍ୱ ସହିତ...

ଏହି କ୍ରିକେଟର୍‌ଙ୍କ ପରଲୋକ

କଲମ୍ବୋ,୧୮।୧୦: ଶ୍ରୀଲଙ୍କାର ପ୍ରଥମ ଟେଷ୍ଟ ଅଧିନାୟକ ବାନ୍ଦୁଲା ଓ୍ବର୍ଣ୍ଣପୁରାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସୁଗାର ସ୍ତର ବଢିବା ପରେ ୬୮ ବର୍ଷୀୟ ଓ୍ବର୍ଣ୍ଣପୁରାଙ୍କୁ ଆଇସିୟୁରେ...

ଶ୍ରୀଲଙ୍କାକୁ ହରାଇ ସିରିଜ ବରାବର୍‌ କଲା ନ୍ୟୁଜିଲାଣ୍ଡ

କଲମ୍ବୋ, ୨୬।୮ (ଏଏଫ୍‌ପି)- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଇନିଂସ...

ଦ୍ୱିତୀୟ ଟେଷ୍ଟ: ଲଞ୍ଚ୍‌ ସୁଦ୍ଧା ଭାରତ ୧୪୪/୭

ନୂଆଦିଲ୍ଲୀ,୧୭।୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ନୂଆଦିଲ୍ଲୀର ଅରୁଣ ଜେଟ୍‌ଲୀ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଶନିବାର ଦ୍ୱିତୀୟ...

Advertisement
Archives

Model This Week