ଫ୍ଲାଟ୍‌ ଦେବା ନାଁରେ ନାଭି ଅଫିସରଙ୍କଠାରୁ ୭୧ଲକ୍ଷ ଠକେଇ

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ଫ୍ଲାଟ ଦେବାକୁ କହି ଏକ ବିଲ୍ଡର ସଂସ୍ଥା ଜଣେ ମର୍ଚ୍ଚାଣ୍ଟ ନାଭି ଅଫିସରଙ୍କଠାରୁ ୭୧ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏନେଇ ‘ଓଡିଶା ହୋମ୍‌ ଆଣ୍ଡ କମର୍ସିଆଲ ନାମକ ଏକ ବିଲ୍ଡର ସଂସ୍ଥା ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗସତ୍ତ୍ୱେ ପୋଲିସ ମାମଲା ରୁଜୁ କରୁ ନ ଥିଲା। ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ବେହେରା ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଭେଟିବା ପରେ ଥାନା ପୋଲିସ ସଂସ୍ଥାର ଏମ୍‌ଡି ମନୋଜ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା ଓ ଅରବିନ୍ଦ ସାନ୍ତରାଙ୍କ ନାମରେ ଆଇପିସି ଦଫା ୪୨୦ ଓ ୩୪ ଅନୁଯାୟୀ ଏକ ମାମଲା (ନଂ.୨୭୯/୧୯) ରୁଜୁ କରି ତଦନ୍ତ ଚଳାଇଛି। ଗତ ୧୩ ତାରିଖରୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିବାରୁ ଅଭିଯୁକ୍ତମାନେ ଫେରାର ହେବା ସହ ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଯୋଜନା କରୁଥିବା ପ୍ରଫୁଲ୍ଲ କହିଛନ୍ତି।
ମିିଳିଥିବା ସୂଚନାନୁସାରେ, ନୟାପଲ୍ଲୀ ଥାନା ଆଇଆର୍‌ସି ଭିଲେଜ ଭିଆଇପି କଲୋନୀସ୍ଥିତ ପ୍ଲଟ ନଂ-୧୫୬ରେ ରହିଛି ଉକ୍ତ ବିଲ୍ଡର ସଂସ୍ଥା। ଜୟଦେବ ବିହାର ନିକଟରେ ରୁହନ୍ତି ଅଭିଯୋଗକାରୀ ପ୍ରଫୁଲ୍ଲ କୁମାର ବେହେରା। ତାଙ୍କ ପୁଅ ସିଙ୍ଗାପୁରରେ ମର୍ଚ୍ଚାଣ୍ଟ ନାଭିରେ ଚାକିରି କରନ୍ତି। ପୁଅ ପ୍ରଶାନ୍ତ ଫ୍ଲାଟ୍‌ କିଣିବାକୁ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ୨୦୧୪ରେ ସଂସ୍ଥା ତାଙ୍କୁ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ହେଉଥିବା ଏକ ପ୍ରୋଜେକ୍ଟରେ ଫ୍ଲାଟ ଦେବାକୁ କହି ୫୭ ଲକ୍ଷ ଟଙ୍କା ନେଇଥିଲା। ୨୦୧୫ ଶେଷ ହୋଇଯାଇଥିଲେ ମଧ୍ୟ ସଂସ୍ଥା ତାଙ୍କୁ ଫ୍ଲାଟ ଦେଇପାରି ନ ଥିଲା। ଟଙ୍କା ଫେରାଇବାକୁ ପ୍ରଶାନ୍ତ କହିବାରୁ ରସୁଲଗଡରେ ହେଉଥିବା ଆଉ ଏକ ପ୍ରୋଜେକ୍ଟରେ ଘର ଦେବ ବୋଲି ସଂସ୍ଥା କହିଥିଲା। ଏଥିପାଇଁ ଆହୁରି ୧୪ ଲକ୍ଷ ଟଙ୍କା ନେଇଥିଲେ ମଧ୍ୟ ଘର ଦେଇପାରି ନ ଥିଲେ। ସଂସ୍ଥାର ନିର୍ଦ୍ଦେଶକ ଓ ଅନ୍ୟମାନେ ଧରାଛୁଆଁ ନ ଦେବାରୁ ଗତ ୪ ମାସ ତଳେ ଥାନାରେ ଅଭିଯୋଗ କରିଥିଲେ। ତତ୍‌କାଳୀନ ଥାନାଧିକାରୀ ଉମାକାନ୍ତ ପ୍ରଧାନ ବିଲ୍ଡରଙ୍କୁ ଥାନାକୁ ଡାକିଥିଲେ। ହେଲେ ସେ ନିଜେ ନ ଆସି ଅନ୍ୟ ଜଣଙ୍କୁ ପଠାଇ ଟଙ୍କା ଫେରାଇବାକୁ କହି ଚେକ୍‌ ଧରାଇ ସମୟ ନେଇଥିଲେ। ପରେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ଏହାପରେ ପୁଣି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ପ୍ରଶାନ୍ତ ଚାକିରି କରୁଥିବାରୁ ବାପା ପ୍ରଫୁଲ୍ଲ ଥାନାକୁ ଦୌଡିବା ପରେ ଶେଷରେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ଭେଟି ଜଣାଇଥିଲେ। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ନୟାପଲୀ ଥାନା ଅଧିକାରୀ ସଂପୃକ୍ତ ବିଲ୍ଡରଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଏନେଇ ଥାନା ଅଧିକାରୀ ଅରୁଣ କୁୁମାର ସ୍ବାଇଁ କହିଛନ୍ତି,ଏନେଇ ଆମେ ଏକ ମାମଲା ରୁଜୁ କରି ତଦନ୍ତ କରୁଛୁ। ଏ ସଂକ୍ରାନ୍ତ କାଗଜପତ୍ର ଯାଞ୍ଚ କରାଯାଉଛି। ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri