ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ଏନେଇ ମୃତ କ୍ରିଷ୍ଣାଙ୍କ ଭାଇ ଧାମନଗର ଥାନାରେ ଅଭିଯୋଗ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ ରବିବାର ସକାଳେ ମୃତ କ୍ରିଷ୍ଣାରାଣୀ ଶୌଚ ହେବାକୁ ଘର ନିକଟସ୍ଥ ଗେଙ୍ଗୁଟି ନଦୀକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବା ନେଇ ପରିବାର ଓ ଗ୍ରାମବାସୀ ଲୋକେ ଖୋଜାଖୋଜି କରିଥିଲେ। ପରେ ସ୍ଥାନୀୟ ଲୋକେ ଘରଠାରୁ କିଛି ଦୂର ନଦୀର ଯନ୍ତଖାଇ ମାହାରାଠାରେ ଏକ ମୃତଦେହ ଭାସୁଥିବା ନେଇ ଦେଖିବାକୁ ପାଇଥିଲେ। ମୃତକଙ୍କୁ ଉଦ୍ଧାର କରିବା ନେଇ ଧାମନଗର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ପରିବାର ଲୋକ କ୍ରିଷ୍ଣା ରାଣୀ ବୋଲି ଚିହ୍ନଟ କରିଥିଲେ। ଅଗ୍ନିଶମ ବିଭାଗ ଦ୍ୱାରା ମୃତଦେହକୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ଖବର ପାଇ ଧାମନଗର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଯାଇଛି।
ପ୍ରକାଶ ଥାଉ କି, ଗତ କିଛିଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାମନଗରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ଜଳରେ ଉକ୍ତ ଅଞ୍ଚଳର ନଦୀବନ୍ଧ କରରେ ଥିବାରୁ ଲୋକଙ୍କ ଘରେ ପାଣି ପଶି ଯାଇଥିଲା। ଏପରିକି ଘରଦ୍ୱାର, ପାଇଖାନା ବାଡ଼ିଘର ପାଣି ସବୁ ସ୍ଥାନରେ ପାଣି ପଶିଯାଇଥିବାରୁ ଲୋକେ ଶୌଚ ହେବା ନେଇ ନଦୀବନ୍ଧ କଡ଼କୁ ବ୍ୟବହାର କରୁଥିଲେ। ଯାହାକି ମୃତ କ୍ରିଷ୍ଣାରାଣୀ ଶୌଚ ହେବାକୁ ଯାଇ ନଦୀରେ ଗୋଡ଼ ଖସି ଯିବାରୁ ଭାସିଯାଇ ଦୁର୍ଘଟଣା ଘଟିଛି । ଏହି ଖବର ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?