ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ ଯୋଡ଼ି ହେଉଥିବା ୧୫ଟି ଜିଲାର ଲୋକେ ପ୍ରଭାବିତ ହେବେ। ଏଭଳି ପରିସ୍ଥିତିରେ ପୂର୍ତ୍ତ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ରବିବାର ଅପରାହ୍ନରେ କଳିଙ୍ଗା ଘାଟି ଅଞ୍ଚଳକୁ ଆସି ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡ଼ା ଉପସ୍ଥିତ ଥିଲେ।

ଏହି ସମୟରେ ଖବରଦାତାଙ୍କ ସହ ଆଲୋଚନା କରି ସଚିବ କହିଥିଲେ ଯେ, ଘାଟି ରାସ୍ତାର ସ୍ଥିତି ସମୀକ୍ଷା କରିବା ପାଇଁ ବାହାରୁ ବୈଷୟିକ ଟିମ ଆସିବେ। ଏହି ଟିମ୍‌ର ରିପୋର୍ଟକୁ ଆଧାର କରି ପରବର୍ତ୍ତୀ କାମ କରାଯିବ। ଘାଟିରେ ବାରମ୍ବାର ଭୂସ୍ଖଳନ ହେବାର କାରଣ ମଧ୍ୟ ସମୀକ୍ଷା କରାଯିବ। ଏଥିସହ ରାସ୍ତାର ଡିଜାଇନ୍‌ରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ ବୋଲି ସେ କହିଥିଲେ। ଜାତୀୟ ରାଜପଥର କେତେକ ସ୍ଥାନରେ ରାସ୍ତା ଖରାପ ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏହାର ମଧ୍ୟ ସମୀକ୍ଷା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯିବ ବୋଲି ସଚିବ କହିଥିଲେ।
କଳିଙ୍ଗା ଘାଟି ରାସ୍ତା କେବେ ଖୋଲିବ ବୋଲି ପଚରାଯିବାରୁ ସଚିବ କହିଥିଲେ ଯେ, ବାହାରୁ ଆସିବାକୁ ଥିବା ବୈଷୟିକ ଟିମ୍‌ର ରିପୋର୍ଟ ମିଳିବା ପରେ ହିଁ ରାସ୍ତା କେବେ ଖୋଲିବ ତାହା ସ୍ପଷ୍ଟ ହେବ। ବର୍ତ୍ତମାନ ହୋଇଥିବା କ୍ଷୟକ୍ଷତିର ପରିମାଣ ଦେଖି ଏ ସମ୍ପର୍କରେ ତୁରନ୍ତ କିଛି କହିବା ସମ୍ଭବ ନୁହେଁ। ଲୋକଙ୍କ ସୁବିଧା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ଘାଟି ରାସ୍ତାକୁ ଯଥାସମ୍ଭବ ଶୀଘ୍ର ସ୍ବାଭାବିକ କରିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ବାରମ୍ବାର ଭୂସ୍ଖଳନ ଯୋଗୁ ଘାଟିରେ ବିକଳ୍ପ ରାସ୍ତା ନିର୍ମାଣ ନେଇ ମଧ୍ୟ ଆଲୋଚନା ହେଉଛି। ଏହି ବିଷୟରେ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ସଚିବ କହିଥିଲେ। ଏହାପରେ ସେ ବିକଳ୍ପ ରାସ୍ତା ନିର୍ମାଣ ହେବାକୁ ଥିବା ସ୍ଥାନ ବୁଲି ଦେଖିଥିଲେ।

ସଚିବଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦଭୂଷଣ, ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର ବେହେରା, ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ ମହାର, ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରତାପ ନାୟକ, ସହକାରୀ ଯନ୍ତ୍ରୀ ଗୋପାଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

EPFOକୁ ବଡ଼ ଝଟ୍‌କା: ବୁଡ଼ିଗଲା ୧,୮୦୦ କୋଟିରୁ ଅଧିକ ଟଙ୍କା!

ନୂଆଦିଲ୍ଲୀ, ୨୦।୧୧: ଦେଶର କୋଟି କୋଟି ଚାକିରିଆଙ୍କ କଷ୍ଟ ଅର୍ଜିତ ଟଙ୍କାର ଦାୟିତ୍ୱ ବହନ କରୁଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)କୁ ଲାଗିଛି ବଡ଼ ଝଟ୍‌କା। ରିଲାଏନ୍ସ…

ନିଖୋଜ ସନ୍ତୋଷଙ୍କ ମିଳିଲା ମୃତଦେହ: ଖେଳିଗଲା ଶୋକର ଛାୟା

ଗୁଡାରି,୨୦।୧୧(ପ୍ରମୋଦ କୁମାର ପତି): ଗତ ୧୮ ତାରିଖ ଅପରାହ୍ନରୁ ନିଖୋଜ ଥିବା ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଞ୍ଚାୟତର ମେରିଆପାଙ୍ଗା ଗ୍ରାମର ଯୁବକ ସନ୍ତୋଷ…

କାହାରି କଥା ଶୁଣନ୍ତି ନାହିଁ ଶୁବମନ ଗିଲ, ନିଜ ଇଚ୍ଛାର ମାଲିକ ହୋଇଯାଇଛନ୍ତି, ୪ଟି ଭୁଲ ପାଇଁ…

ନୂଆଦିଲ୍ଲୀ,୨୦।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନରେ ବଡ଼ ଭୁଲ କରିଥିଲେ। ଭାରତକୁ ଏହାର…

୩୨ ବର୍ଷର ଅପେକ୍ଷାର ଘଟିଲା ଅନ୍ତ: ନ୍ୟୁଜିଲାଣ୍ଡ ମାଟିରେ ବିରଳ ରେକର୍ଡ କଲେ ଜୟସ୍ବାଲ-ରାହୁଲ

ଓ୍ବେଲିଂଟନ୍‌,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ନିଜର ଦମ୍‌ଦାର ପ୍ରଦର୍ଶନ ବଳରେ ଏକ ଐତିହାସିକ ରେକର୍ଡ…

ଡିସେମ୍ବର ପହିଲାରୁ ୪ ରାଶିଙ୍କ ଗୋଲଡେନ୍‌ ଟାଇମ ଆରମ୍ଭ: ବୁଧ କରିବେ ମାଲାମାଲ, ମିଳିବ ବଡ଼ ଫାଇଦା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ବୁଧ ଗ୍ରହ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ରରେ…

ଭାରତର ଅଶୋଧିତ ତୈଳ ଆମଦାନୀରେ ୧୧% ବୃଦ୍ଧି: କମିଲା ଏଲପିଜି ଆମଦାନୀ

ନୂଆଦିଲ୍ଲୀ, ୨୦।୧୧: ବିଶ୍ୱବ୍ୟାପୀ ଶକ୍ତି ଯୋଗାଣକୁ ନେଇ ଉତ୍ତେଜନା ଏବଂ ମଧ୍ୟପ୍ରାଚ୍ୟ ସହ ହର୍ମୁଜ ପ୍ରଣାଳୀରେ ଅସ୍ଥିରତା ମଧ୍ୟରେ ଭାରତ ଅଶୋଧିତ ତୈଳ (Crude Oil) ଆମଦାନୀ…

ୱେଲିଂଟନ୍‌ରେ ଜୟସ୍ବାଲଙ୍କ ଧମାକା: SENA ଦେଶରେ ଗୌତମ ଗମ୍ଭୀରଙ୍କୁ ପକାଇଲେ ପଛରେ

ୱେଲିଂଟନ,୨୦।୧୧: ୱେଲିଂଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍‌ରେ ଦେଖିବାକୁ ମିଳିଛି ଦମ୍‌ଦାର ପ୍ରଦର୍ଶନ। ପ୍ରଥମ…

ଅକ୍ବାନ ପ୍ରଭାବରେ ଦିଗପହଣ୍ଡି ଜଳବନ୍ଦୀ, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ସାହିରେ ପଶିଲା ନର୍ଦ୍ଦମା ପାଣି

ଦିଗପହଣ୍ଡି,୨୦।୧୧(ଅଶେଷ ନାଥ ମିଶ୍ର): ଅକ୍ୱାନ ପ୍ରଭାବରେ ଦିଗପହଣ୍ଡିରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଦିଗପହଣ୍ଡି ସହର ଉବୁ ଟୁବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?