ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ବିଭିନ୍ନ ଠିକଣାରେ ରବିବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢାଉ କରାଯାଇଛି ।

ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ତଦନ୍ତ ମାମଲା ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ରବିବାର ସକାଳୁ ଭିଜିଲାନ୍ସର ଏକାଧିକ ଟିମ୍‌ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିରେ ଥିବା ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ୪ ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ୨ ମହଲା ବିଶିଷ୍ଟ କୋଠା, ଗଞ୍ଜାମ ଜିଲାର ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁରର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିସ୍ଥିତ ଭଡ଼ାଘର, ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ଥିତ କାର୍ଯ୍ୟାଳୟ କକ୍ଷ ଉପରେ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଟିମ୍‌ରେ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୫ ଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି ।

ଭୁବନେଶ୍ୱରସ୍ଥିତ କୋଠା ୬୭୬୦ ବର୍ଗଫୁଟର ବୋଲି ଜଣାପଡ଼ିଥିବା ବେଳେ ବ୍ରହ୍ମପୁର ନୀଳାଚଳ ନଗରର କୋଠା ୨୫୦୦ ବର୍ଗଫୁଟ ଥିବା ଜଣାପଡ଼ିଛି । ତାଙ୍କ ନାମରେ ମୋଟ ୬ଟି ମୂଲ୍ୟବାନ ପ୍ଲଟ ଥିବା ବେଳେ ସେଥିମଧ୍ୟରୁ ୩ଟି ବ୍ରହ୍ମପୁର, ଗୋଟିଏ ଖୋର୍ଦ୍ଧା, ଗୋଟିଏ ଗୋବରା ଓ ଗୋଟିଏ ପୂରୀରେ ଥିବା ତଦନ୍ତରୁ ଜଣାପଡ଼ିଛି। ଏଥିସହ ଗୋଟିଏ ଚାରିଚକିଆ ଗାଡ଼ି, ୩ଟି ମୋଟର ସାଇକେଲ ଓ ଗୋଟିଏ ସ୍କୁଟର ଥିବା ଜଣାପଡ଼ିଛି । ବ୍ୟାଙ୍କ ଓ ପୋଷ୍ଟ ଅଫିସର ଖାତାଗୁଡ଼ିକ ଯାଞ୍ଚ ଚାଲିଥିବା ବେଳେ ଏହି ସମସ୍ତ ସମ୍ପତ୍ତିର ମୂଲ୍ୟ ସମ୍ବନ୍ଧରେ ତଦନ୍ତ ଚାଲିଛି । ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ୪ ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ୨ ମହଲା ବିଶିଷ୍ଟ କୋଠା, ଗଞ୍ଜାମ ଜିଲାର ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁରର


Enter your email to get our daily news in your inbox.

All Right Reserved By Dharitri.Com

ପୋତାଗଡ଼ରେ ନାହିଁ ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକ ହନ୍ତସନ୍ତ

ଗଞ୍ଜାମ,୨୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରୁ କିଛି ଦୂରରେ ରହିଛି ଐତିହାସିକ ପୋତାଗଡ଼ । ଏହି ପୁରାତନ ବ୍ରିଟିଶ ଅମଳର ପୋତାଗଡ଼ ଦୁର୍ଗକୁ ଦେଖିବା ପାଇଁ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?