କଲ୍ୟାଣମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ମାଲିକ ଆଉ କୋଟିଏ ନ ଦେବାରୁ କରିଥିଲେ ଗୁଳି

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଶହୀଦନଗର ଥାନା ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଥିବା ଖଟାମିଠା କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସଂପୃକ୍ତ ଗ୍ୟାଙ୍ଗ୍‌ର ୬ଜଣଙ୍କୁ କଟକରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ୩ ବାଇକ ସହ ବିପୁଳ ଇଲେକ୍ଟ୍ରୋନିକ୍‌ ଓ ଦାମୀ ଆସବାବପତ୍ରକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍‌ ମୁଖ୍ୟ କଟକ ସଦର ହରିଅନ୍ତା ଅଞ୍ଚଳର ପ୍ରଭାସଚନ୍ଦ୍ର ଜେନା ଓରଫ ବୁଲୁ(୨୮), ଗୋବିନ୍ଦପୁରର ଦୁର୍ଗାମାଧବ ପାତ୍ର ଓରଫ ବାପି(୩୪), ଫୁଲନଖରାର ସରୋଜ କୁମାର ନାୟକ(୨୩), କଟକ ସଦରର ଫିରୋଜ ଖାଁ(୨୮) ଓ ରିଆଜୁଲ ହକ୍‌ (୨୫)। କେସ୍‌ ନଂ.୧୩୨/୧୯ରେ ଆଇପିସି ଦଫା ୩୦୭, ୩୪ ଓ ୨୫/୨୭ ଆମର୍‌ସ ଆକ୍ଟ ଲଗାଇ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ତେବେ ସେମାନଙ୍କୁ ପଚରାଉଚରାବେଳେ ପୋଲିସ ବହୁ ତଥ୍ୟ ହାସଲ କରିଛି। ଅଭିଯୁକ୍ତମାନେ ଖଟାମିଠା କଲ୍ୟାଣ ମଣ୍ଡପ ମାଲିକ ଅନୁପ ବାଗୋଇଙ୍କୁ ୨୦୧୭ରେ ପ୍ରଥମେ ଦେଖାକରି ବନ୍ଧୁକ ଦେଖାଇ ଭାଇ (ଗ୍ୟାଙ୍ଗ୍‌ଷ୍ଟର) ପଠାଇଛନ୍ତି କହି ଦାଦାବଟି ମାଗିଥିଲେ। ଭୟରେ ଅନୁପ ଦାବି ମୁତାବକ ୧ ଲକ୍ଷ ଟଙ୍କା ଦେଇଥିଲେ। ସେବେଠାରୁ ପ୍ରତିମାସରେ ଧମକାଇ ଲକ୍ଷାଧିକ ଟଙ୍କା ନେଉଥିଲେ। ଏଭଳି ମୋଟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇସାରିଥିଲେ। କ୍ରମଶଃ ଲୋଭ ବଢ଼ିଥିଲା। ବାଇକ୍‌ରେ ଲୁଟ୍‌ ଓ ଅନ୍ୟ ଅପରାଧ ଘଟାଇବାବେଳେ ସମସ୍ୟା ହେଉଥିବାରୁ ସେମାନେ କାର କିଣିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ଭାଇ ଦାମୀ କାର କିଣିବେ, ସେଥିପାଇଁ ଏକକାଳୀନ କୋଟିଏ ଟଙ୍କା ଦେବାକୁ ଅନୁପଙ୍କୁ କହିଥିଲେ। ହେଲେ ଏତେ ଟଙ୍କା ନ ଥିବା ୩୦ଲକ୍ଷ ଦେବାକୁ ଅନୁପ କହିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅନୁପଙ୍କୁ ଭୟଭୀତ କରି ଟଙ୍କା ନେବା ପାଇଁ ମାର୍ଚ୍ଚ ୧୬ ଭୋର୍‌ ସମୟରେ ସିକ୍ୟୁରିଟି ଗାର୍ଡ ଜ୍ଞାନ ରଞ୍ଜନ ମଲ୍ଲିକ କଲ୍ୟାଣ ମଣ୍ଡପରେ ଡ୍ୟୁଟି କରୁଥିଲେ। ଅନ୍ୟତମ ଅଭିଯୁକ୍ତ ରବୀନ୍ଦ୍ର ବରାଳ ଓ ଅନ୍ୟଜଣେ ଓଡି-୦୨-ଏଓ୍ବାଇ-୪୦୭୯ ନମ୍ବର ବିଶିଷ୍ଟ ବାଇକରେ ଆସି ତାଙ୍କଠାରୁ ପାଣିପିଇବା ପରେ ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ଅନୁପଙ୍କୁ ନିଆଳି ନିକଟକୁ ଏକୁଟିଆ ଡାକି ଟଙ୍କା ଦେବା ପାଇଁ କହିଥିଲେ। ଟଙ୍କା ନ ମିଳିଲେ ପରିବାରର ସମସ୍ତ ସଦସ୍ୟଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

କେମିତି ଧରା ପଡ଼ିଲେ
ଘଟଣା ପରେ ଶହୀଦନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେମାନେ କଲ୍ୟାଣ ମଣ୍ଡପ ମାଲିକ ଅନୁପଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ଭୟରେ କିଛି କହି ନ ଥିଲେ। କିନ୍ତୁ ବିନା କାରଣରେ କେହି କାହିଁକି ସିକ୍ୟୁରିଟି ଗାର୍ଡକୁ ଗୁଳି କରିବ, ସେନେଇ ପୋଲିସର ସନ୍ଦେହ ଉପୁଜିଥିଲା। ତଦନ୍ତ ସମୟରେ କଟକରୁ କିଛି ସୁରାକ ମିଳିଥିଲା। ଗିରଫ ସମସ୍ତ ଅଭିଯୁକ୍ତ ଉକ୍ତ ଟଙ୍କାରେ ନିଜ ଘରର ନକ୍ସା ବଦଳାଇ ଦେଇଥିଲେ। ଘରେ ଏସି ଲଗାଇବା ସହ ଦାମୀ ଏଲ୍‌ଇଡି ଟିଭି, ଓ୍ବାଶିଂ ମେଶିନ ସହ ଦାମୀ ଘରକରଣା ସାମଗ୍ରୀ କରିଥିଲେ। ଦାମୀ ମଦ ମଧ୍ୟ ପିଉଥିଲେ। ଏହାଦେଖି ପଡୋଶୀଙ୍କ ମନରେ ସନ୍ଦେହ ହୋଇଥିଲା। ସ୍ପେଶାଲ ସ୍କ୍ବାଡ୍‌ ନିଜର ଖବରି ମାଧ୍ୟମରେ ସୂଚନା ପାଇବା ପରେ ପ୍ରଥମେ ଜଣଙ୍କୁ ଧରି ପଚରାଉଚରା ପରେ ଅନ୍ୟମାନଙ୍କୁ ଧରିଥିଲା।
ଜେଲ୍‌ରେ ସମ୍ପର୍କ, ଗଢ଼ିଥିଲେ ଗ୍ୟାଙ୍ଗ୍‌
ବିଭିନ୍ନ ମାମଲାରେ ସମସ୍ତେ ପୂର୍ବରୁ ଜେଲରେ ଥିଲେ। ସେହି ସମୟରେ ଚିହ୍ନା ପରିଚିତ ହୋଇଥିଲେ। ଯୋଜନା ମୁତାବକ ଜେଲରୁ ବାହାରିବା ପରେ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ବୁଲୁ ଓ ବାପି ଗ୍ୟାଙ୍ଗ୍‌ ଚଳାଉଥିଲେ। ଅନ୍ୟ ଅପରାଧୀମାନଙ୍କୁ ସାମିଲ କରି ସାମ୍ରାଜ୍ୟ ବଢ଼ାଉଥିଲେ। ରାଜଧାନୀ ଓ ଆଖପାଖରେ ଥିବା ବଡ଼ ବଡ଼ ହୋଟେଲ, କଲ୍ୟାଣ ମଣ୍ଡପ ମାଲିକଙ୍କ ସହ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ବିଶେଷକରି ଯେଉଁ ମାଲିକ ଓଡ଼ିଶା ବାହାରେ ରହୁଛନ୍ତି ସେମାନଙ୍କୁ ଅଧିକ ଟାର୍ଗେଟ କରନ୍ତି। ଭାଇ (ଗ୍ୟାଙ୍ଗ୍‌ଷ୍ଟର) ପଠାଇଛନ୍ତି ବୋଲି କହି ଡରାଇ ଦାଦାବଟି ମାଗନ୍ତି।
ବୁଲୁଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା
ଏହି ଗ୍ୟାଙ୍ଗ ଭୁବନେଶ୍ୱର ଓ କଟକର ଏକାଧିକ ବ୍ୟବସାୟୀଙ୍କୁ ଧମକାଇ ଦାଦାବଟି ନେଇଥିବା ସନ୍ଦେହ କରାଯାଉଛି। ସେମାନେ ଅନ୍ୟ କେଉଁ ହୋଟେଲ ମାଲିକଙ୍କୁ ଦାଦାବଟି ମାଗି ଟଙ୍କା ନେଇଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି। ଆବଶ୍ୟକ ପଡିଲେ ଗ୍ୟାଙ୍ଗ୍‌ର ମୁଖ୍ୟ ବୁଲୁକୁ ରିମାଣ୍ଡରେ ଆଣିବ ବୋଲି ପୋଲିସ କହିଛି। ଅନ୍ୟପଟରେ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ମୋହନ ସରକାରଙ୍କ ବଡ଼ ଘୋଷଣା, ସରକାରୀ କର୍ମଚାରୀଙ୍କ ୨ଟି ପିଲା ଥିଲେ…

ଭୋପାଳ,୧୦।୬: ସରକାରୀ କର୍ମଚାରୀ ଏବଂ ଚାକିରି ଆଶାୟୀମାନଙ୍କ ପାଇଁ ଏକ ବଡ଼ ଖବର ଆସିଛି: ସେମାନେ ଆଉ “ଦୁଇ ସନ୍ତାନ” ନିୟମର ଅଧୀନରେ ରହିବେ ନାହିଁ। ମଧ୍ୟପ୍ରଦେଶ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ଜଳୁଛି ଜଙ୍ଗଲ: ବନ୍ୟଜନ୍ତୁ ଗାଁ ମୁହାଁ

ମାଲକାନଗିରି,୧୦।୬: ମାଲକାନଗିରି ସଦର ମହକୁମାର ନିକଟ ଜଙ୍ଗଲରେ ନିଆଁ ଲାଗିଯାଇଛି। ନିଆଁ ମଙ୍ଗଳବାରଠାରୁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରାଯାଇନାହିଁ। ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି।…

କଂଗ୍ରେସରେ ମିଶିଯିବ TMC? ରାହୁଲଙ୍କୁ ଭେଟିଲେ… ରାଜନୀତିରେ ବଡ଼ ହଲଚଲ!

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ ଭିତରେ ଖିନ୍‌ଭିନ୍‌ ହେଉଥିବା ପରି ମନେ ହେଉଛି, ଦଳର ନେତାମାନେ ତୁରନ୍ତ ଇସ୍ତଫା ଦେଉଛନ୍ତି। ଏହା…

ଦିଦିଙ୍କୁ ଝଟ୍‌କା ପରେ ଝଟ୍‌କା: ପୁଣି ଏମ୍‌ପି ଦେଲେ ଇସ୍ତଫା

କୋଲକାତା,୧୦।୬: ତୃଣମୂଳ କଂଗ୍ରେସ (ଟିଏମସି)କୁ ଆଉ ଏକ ଝଟକା ଲାଗିଛି। ଏମ୍‌ପି ସୁସ୍ମିତା ଦେବ ରାଜ୍ୟ ସଭାରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଆସାମ ମୁଖ୍ୟମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି: ଦୀପ ଲଗାଇ ସ୍ବତନ୍ତ୍ର ପୂଜା, ପ୍ରାର୍ଥନା କଲେ ବିଧାୟକଙ୍କ ସହିତ ଶହ ଶହ ନେତା, କର୍ମୀ

ଛତ୍ରପୁର,୧୦।୬ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri