କଲ୍ୟାଣମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ: ମାଲିକ ଆଉ କୋଟିଏ ନ ଦେବାରୁ କରିଥିଲେ ଗୁଳି

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଶହୀଦନଗର ଥାନା ଟଙ୍କପାଣି ରୋଡ୍‌ ସାଇମନ୍ଦିର ନିକଟରେ ଥିବା ଖଟାମିଠା କଲ୍ୟାଣ ମଣ୍ଡପର ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ସଂପୃକ୍ତ ଗ୍ୟାଙ୍ଗ୍‌ର ୬ଜଣଙ୍କୁ କଟକରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି, ୩ ବାଇକ ସହ ବିପୁଳ ଇଲେକ୍ଟ୍ରୋନିକ୍‌ ଓ ଦାମୀ ଆସବାବପତ୍ରକୁ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ୟାଙ୍ଗ୍‌ ମୁଖ୍ୟ କଟକ ସଦର ହରିଅନ୍ତା ଅଞ୍ଚଳର ପ୍ରଭାସଚନ୍ଦ୍ର ଜେନା ଓରଫ ବୁଲୁ(୨୮), ଗୋବିନ୍ଦପୁରର ଦୁର୍ଗାମାଧବ ପାତ୍ର ଓରଫ ବାପି(୩୪), ଫୁଲନଖରାର ସରୋଜ କୁମାର ନାୟକ(୨୩), କଟକ ସଦରର ଫିରୋଜ ଖାଁ(୨୮) ଓ ରିଆଜୁଲ ହକ୍‌ (୨୫)। କେସ୍‌ ନଂ.୧୩୨/୧୯ରେ ଆଇପିସି ଦଫା ୩୦୭, ୩୪ ଓ ୨୫/୨୭ ଆମର୍‌ସ ଆକ୍ଟ ଲଗାଇ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ତେବେ ସେମାନଙ୍କୁ ପଚରାଉଚରାବେଳେ ପୋଲିସ ବହୁ ତଥ୍ୟ ହାସଲ କରିଛି। ଅଭିଯୁକ୍ତମାନେ ଖଟାମିଠା କଲ୍ୟାଣ ମଣ୍ଡପ ମାଲିକ ଅନୁପ ବାଗୋଇଙ୍କୁ ୨୦୧୭ରେ ପ୍ରଥମେ ଦେଖାକରି ବନ୍ଧୁକ ଦେଖାଇ ଭାଇ (ଗ୍ୟାଙ୍ଗ୍‌ଷ୍ଟର) ପଠାଇଛନ୍ତି କହି ଦାଦାବଟି ମାଗିଥିଲେ। ଭୟରେ ଅନୁପ ଦାବି ମୁତାବକ ୧ ଲକ୍ଷ ଟଙ୍କା ଦେଇଥିଲେ। ସେବେଠାରୁ ପ୍ରତିମାସରେ ଧମକାଇ ଲକ୍ଷାଧିକ ଟଙ୍କା ନେଉଥିଲେ। ଏଭଳି ମୋଟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇସାରିଥିଲେ। କ୍ରମଶଃ ଲୋଭ ବଢ଼ିଥିଲା। ବାଇକ୍‌ରେ ଲୁଟ୍‌ ଓ ଅନ୍ୟ ଅପରାଧ ଘଟାଇବାବେଳେ ସମସ୍ୟା ହେଉଥିବାରୁ ସେମାନେ କାର କିଣିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ ଭାଇ ଦାମୀ କାର କିଣିବେ, ସେଥିପାଇଁ ଏକକାଳୀନ କୋଟିଏ ଟଙ୍କା ଦେବାକୁ ଅନୁପଙ୍କୁ କହିଥିଲେ। ହେଲେ ଏତେ ଟଙ୍କା ନ ଥିବା ୩୦ଲକ୍ଷ ଦେବାକୁ ଅନୁପ କହିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅନୁପଙ୍କୁ ଭୟଭୀତ କରି ଟଙ୍କା ନେବା ପାଇଁ ମାର୍ଚ୍ଚ ୧୬ ଭୋର୍‌ ସମୟରେ ସିକ୍ୟୁରିଟି ଗାର୍ଡ ଜ୍ଞାନ ରଞ୍ଜନ ମଲ୍ଲିକ କଲ୍ୟାଣ ମଣ୍ଡପରେ ଡ୍ୟୁଟି କରୁଥିଲେ। ଅନ୍ୟତମ ଅଭିଯୁକ୍ତ ରବୀନ୍ଦ୍ର ବରାଳ ଓ ଅନ୍ୟଜଣେ ଓଡି-୦୨-ଏଓ୍ବାଇ-୪୦୭୯ ନମ୍ବର ବିଶିଷ୍ଟ ବାଇକରେ ଆସି ତାଙ୍କଠାରୁ ପାଣିପିଇବା ପରେ ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ଅନୁପଙ୍କୁ ନିଆଳି ନିକଟକୁ ଏକୁଟିଆ ଡାକି ଟଙ୍କା ଦେବା ପାଇଁ କହିଥିଲେ। ଟଙ୍କା ନ ମିଳିଲେ ପରିବାରର ସମସ୍ତ ସଦସ୍ୟଙ୍କୁ ମାରିଦେବାକୁ ଧମକ ଦେଇଥିଲେ।

କେମିତି ଧରା ପଡ଼ିଲେ
ଘଟଣା ପରେ ଶହୀଦନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେମାନେ କଲ୍ୟାଣ ମଣ୍ଡପ ମାଲିକ ଅନୁପଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେ ଭୟରେ କିଛି କହି ନ ଥିଲେ। କିନ୍ତୁ ବିନା କାରଣରେ କେହି କାହିଁକି ସିକ୍ୟୁରିଟି ଗାର୍ଡକୁ ଗୁଳି କରିବ, ସେନେଇ ପୋଲିସର ସନ୍ଦେହ ଉପୁଜିଥିଲା। ତଦନ୍ତ ସମୟରେ କଟକରୁ କିଛି ସୁରାକ ମିଳିଥିଲା। ଗିରଫ ସମସ୍ତ ଅଭିଯୁକ୍ତ ଉକ୍ତ ଟଙ୍କାରେ ନିଜ ଘରର ନକ୍ସା ବଦଳାଇ ଦେଇଥିଲେ। ଘରେ ଏସି ଲଗାଇବା ସହ ଦାମୀ ଏଲ୍‌ଇଡି ଟିଭି, ଓ୍ବାଶିଂ ମେଶିନ ସହ ଦାମୀ ଘରକରଣା ସାମଗ୍ରୀ କରିଥିଲେ। ଦାମୀ ମଦ ମଧ୍ୟ ପିଉଥିଲେ। ଏହାଦେଖି ପଡୋଶୀଙ୍କ ମନରେ ସନ୍ଦେହ ହୋଇଥିଲା। ସ୍ପେଶାଲ ସ୍କ୍ବାଡ୍‌ ନିଜର ଖବରି ମାଧ୍ୟମରେ ସୂଚନା ପାଇବା ପରେ ପ୍ରଥମେ ଜଣଙ୍କୁ ଧରି ପଚରାଉଚରା ପରେ ଅନ୍ୟମାନଙ୍କୁ ଧରିଥିଲା।
ଜେଲ୍‌ରେ ସମ୍ପର୍କ, ଗଢ଼ିଥିଲେ ଗ୍ୟାଙ୍ଗ୍‌
ବିଭିନ୍ନ ମାମଲାରେ ସମସ୍ତେ ପୂର୍ବରୁ ଜେଲରେ ଥିଲେ। ସେହି ସମୟରେ ଚିହ୍ନା ପରିଚିତ ହୋଇଥିଲେ। ଯୋଜନା ମୁତାବକ ଜେଲରୁ ବାହାରିବା ପରେ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ବୁଲୁ ଓ ବାପି ଗ୍ୟାଙ୍ଗ୍‌ ଚଳାଉଥିଲେ। ଅନ୍ୟ ଅପରାଧୀମାନଙ୍କୁ ସାମିଲ କରି ସାମ୍ରାଜ୍ୟ ବଢ଼ାଉଥିଲେ। ରାଜଧାନୀ ଓ ଆଖପାଖରେ ଥିବା ବଡ଼ ବଡ଼ ହୋଟେଲ, କଲ୍ୟାଣ ମଣ୍ଡପ ମାଲିକଙ୍କ ସହ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ବିଶେଷକରି ଯେଉଁ ମାଲିକ ଓଡ଼ିଶା ବାହାରେ ରହୁଛନ୍ତି ସେମାନଙ୍କୁ ଅଧିକ ଟାର୍ଗେଟ କରନ୍ତି। ଭାଇ (ଗ୍ୟାଙ୍ଗ୍‌ଷ୍ଟର) ପଠାଇଛନ୍ତି ବୋଲି କହି ଡରାଇ ଦାଦାବଟି ମାଗନ୍ତି।
ବୁଲୁଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା
ଏହି ଗ୍ୟାଙ୍ଗ ଭୁବନେଶ୍ୱର ଓ କଟକର ଏକାଧିକ ବ୍ୟବସାୟୀଙ୍କୁ ଧମକାଇ ଦାଦାବଟି ନେଇଥିବା ସନ୍ଦେହ କରାଯାଉଛି। ସେମାନେ ଅନ୍ୟ କେଉଁ ହୋଟେଲ ମାଲିକଙ୍କୁ ଦାଦାବଟି ମାଗି ଟଙ୍କା ନେଇଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି। ଆବଶ୍ୟକ ପଡିଲେ ଗ୍ୟାଙ୍ଗ୍‌ର ମୁଖ୍ୟ ବୁଲୁକୁ ରିମାଣ୍ଡରେ ଆଣିବ ବୋଲି ପୋଲିସ କହିଛି। ଅନ୍ୟପଟରେ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri