ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ମୋଟ ୧,୭୪୧ଟି ଭୁଲ ଚିହ୍ନଟ ହୋଇଛି। ବିଶେଷ କଥା ହେଉଛି, ଏହି ବହିଗୁଡ଼ିକର ଛାପା ପାଇଁ ସରକାର ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି।

ସରକାରଙ୍କ ତଥ୍ୟ ଅନୁସାରେ, ଏହି ଭୁଲଗୁଡ଼ିକ ମଧ୍ୟରୁ ଅଧିକାଂଶ ବ୍ୟାକରଣ, ଟାଇପିଂ ଏବଂ ବନାନ ସମ୍ବନ୍ଧୀୟ। ମୋଟ ୧,୭୪୧ଟି ଭୁଲ ମଧ୍ୟରୁ ୧,୦୭୫ଟି ଏହି ପ୍ରକାରର ତ୍ରୁଟି ଥିଲା। ଏହା ବ୍ୟତୀତ ୫ଟି ଭୁଲକୁ ତଥ୍ୟଗତ ବା ଧାରଣାଗତ ତ୍ରୁଟି (Factual/Conceptual Error) ଭାବେ ବିବେଚନା କରାଯାଇଛି। ପାଠ୍ୟପୁସ୍ତକର ମାନ ଉନ୍ନତ କରିବା ପାଇଁ ୬୬୧ଟି ପରାମର୍ଶ ମଧ୍ୟ ମିଳିଥିଲା।

ଯେଉଁ ପାଠ୍ୟପୁସ୍ତକଗୁଡ଼ିକର ଯାଞ୍ଚ କରାଯାଇଥିଲା, ସେଥିରେ ସର୍ବାଧିକ ଭୁଲ ଅଷ୍ଟମ ଶ୍ରେଣୀ ବିଜ୍ଞାନ ବହିରେ ମିଳିଥିଲା। ଏହି ବହିରେ ମୋଟ ୨୯୪ଟି ଭୁଲ ଚିହ୍ନଟ ହୋଇଥିଲା। ଏହା ପରେ ସପ୍ତମ ଶ୍ରେଣୀ ଉର୍ଦ୍ଦୁ ବହିରେ ୧୨୧ଟି ଏବଂ ଅଷ୍ଟମ ଶ୍ରେଣୀ ସଂସ୍କୃତ ବହିରେ ୧୧୪ଟି ଭୁଲ ମିଳିଥିଲା। ସେହିପରି ଷଷ୍ଠ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ୯୮ଟି ଏବଂ ସପ୍ତମ ଶ୍ରେଣୀ ସଂସ୍କୃତ ବହିରେ ୯୨ଟି ଭୁଲ ସାମ୍ନାକୁ ଆସିଥିଲା।

ପାଠ୍ୟପୁସ୍ତକରେ ଭୁଲ ଥିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମେ ୧,୬୭୮ଟି ଭୁଲ ଥିବା ସୂଚନା ଦିଆଯାଇଥିଲା। ପରେ ଯାଞ୍ଚ ସମୟରେ ଏହି ସଂଖ୍ୟା ବଢ଼ି ୧,୭୩୧ରେ ପହଞ୍ଚିଥିଲା। ଏହା ପରେ ପାଠ୍ୟପୁସ୍ତକଗୁଡ଼ିକର ପୁନଃ ଯାଞ୍ଚ ବେଳେ ଆଉ କିଛି ତ୍ରୁଟି ମିଳିବାରୁ ମୋଟ ଭୁଲ ସଂଖ୍ୟା ୧,୭୪୧ରେ ପହଞ୍ଚିଥିଲା।

ଏହି ତ୍ରୁଟିକୁ ନେଇ ସରକାର ତଦନ୍ତ ମଧ୍ୟ କରାଇଥିଲେ। ତଦନ୍ତରେ ପାଠ୍ୟପୁସ୍ତକ ପ୍ରସ୍ତୁତିର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା। ରିପୋର୍ଟ ଅନୁସାରେ, କିଛି ବ୍ୟକ୍ତିଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଇଥିଲା। ଅର୍ଥାତ୍, ଜଣେ ବ୍ୟକ୍ତିଙ୍କୁ ଲେଖକ ସହିତ ସମୀକ୍ଷକ କିମ୍ବା ପ୍ରୁଫ୍ରିଡର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଥିଲା। ବହିର ଫାଇନାଲ ଡ୍ରାଫ୍ଟ ଯାଞ୍ଚ କରିବା ପାଇଁ ବିଷୟ ବିଶେଷଜ୍ଞମାନଙ୍କୁ ମାତ୍ର ଗୋଟିଏ ଦିନ ସମୟ ଦିଆଯାଇଥିଲା। ଏହା ବ୍ୟତୀତ ପ୍ରିଣ୍ଟରଙ୍କଠାରୁ ମିଳିଥିବା ପ୍ରୁଫ ଏବଂ ଶେଷରେ ଛପା ହୋଇଥିବା ବହିର ପ୍ରତ୍ୟେକ ପୃଷ୍ଠାକୁ ମଧ୍ୟ ଠିକ ଭାବେ ଯାଞ୍ଚ କରାଯାଇନଥିଲା।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପାଠ୍ୟପୁସ୍ତକଗୁଡ଼ିକର ଫିଲ୍ଡ ଟେଷ୍ଟିଂ କରାଯାଇନଥିଲା। ଅଳ୍ପ ସମୟ ମଧ୍ୟରେ ବହି ପ୍ରସ୍ତୁତ କରି ନୂଆ ଶିକ୍ଷାବର୍ଷ ପାଇଁ ଜାରି କରାଯାଇଥିଲା। ଏହା ପରେ ବହିଗୁଡ଼ିକ ପିଲା ଓ ଶିକ୍ଷକଙ୍କ ନିକଟରେ ପହଞ୍ଚିବା ପରେ ଅନେକ ଭୁଲ ସାମ୍ନାକୁ ଆସିଥିଲା।

ପାଠ୍ୟପୁସ୍ତକରେ ବହୁ ସଂଖ୍ୟାରେ ଭୁଲ ଚିହ୍ନଟ ହେବା ପରେ ସରକାର କିଛି ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାରଙ୍କ ସୂଚନା ଅନୁସାରେ, ତତ୍କାଳୀନ ନିର୍ଦ୍ଦେଶକ ଏବଂ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ସରକାରଙ୍କ କହିବା ଅନୁସାରେ, ଭବିଷ୍ୟତରେ ଏଭଳି ତ୍ରୁଟି ଯେପରି ନ ହୁଏ, ସେଥିପାଇଁ ପାଠ୍ୟପୁସ୍ତକ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରାଯିବ। ଏଥିରେ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ତଥ୍ୟ ଯାଞ୍ଚ ଏବଂ ଭାଷା ବିଶେଷଜ୍ଞଙ୍କ ଦ୍ୱାରା ବ୍ୟାକରଣ ଓ ଭାଷାର ଯାଞ୍ଚ କରାଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

ରାଜନୀତିରେ ହଇଚଇ! ଯୁବକଙ୍କୁ ରାସ୍ତାରେ ଚାପୁଡ଼ା ମାରିଲେ ମନ୍ତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀର PWD ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?