ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ: ପିଏମ୍‌ଏୱାଇ ତାଲିକାରେ ଅନିୟମିତତା ଅଭିଯୋଗ

ବଇଣ୍ଡା,୧୯।୨(ଡି.ଏନ.ଏ.) – କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏଓ୍ବାଇ)ରେ ଗୃହ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ହେଲେ ଅଧିକାଂଶ ପଞ୍ଚାୟତରେ କୋଠାଘର ଥିଲା ବାଲାଙ୍କୁ ଗୃହ ଯୋଗାଇ ଦେବା ପାଇଁ ତାଲିକା ପ୍ରକାଶ ପାଇଥିବାରୁ ଅସନ୍ତୋଷ ଦେଖାଦେଇଛି। ମଙ୍ଗଳବାର ବ୍ଲକର ଝରାବେରେଣୀ ପଞ୍ଚାୟତରେ ମରାଯାଇଥିବା ତାଲିକାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଶତାଧିକ ମହିଳାପୁରୁଷ ହିତାଧିକାରୀ ସେମାନଙ୍କୁ ଗୃହ ପାଇବା ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ କରି ପଞ୍ଚାୟତ ଅଫିସକୁ ଘେରାଉ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଅଞ୍ଚଳବାସୀଙ୍କୁ ବୁଝାଶୁଝା କରିଥିଲେ।
ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ଏହି ପଞ୍ଚାୟତର ଖଉଦର, ବର୍ବତିପାଲି, ରସୁଣପାଳ, କରଡିଙ୍ଗବାହାଳ, ବାଙ୍କେଶ୍ୱର ଆଦି ୧୦ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି। ଏ ନେଇ ପଞ୍ଚାୟତ ଓ ୧୦ଟି ଗ୍ରାମରେ ବିଭିନ୍ନ ଲୋକଙ୍କ ଘର କାନ୍ଥରେ ତାଲିକା ମରାଯାଇଛି। ହେଲେ ଏହି ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶ ନ ଥିବାବେଳେ ଅନେକ କୋଠା ଥିଲା ବାଲା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଛି। ଘର ଖଣ୍ଡିଏ ନ ଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ ବହୁବାର ପଞ୍ଚାୟତ କାର୍ଯ୍ୟାଳୟଠାରେ ଆବେଦନ କରାଯାଇଥିଲେ ମଧ୍ୟ ସେମାନଙ୍କ ନାମ ତାଲିକାରେ ପ୍ରକାଶ ପାଇ ନ ଥିବା ଅଭିଯୋଗ ହୋଇଛି। ପଞ୍ଚାୟତର କେତେଜଣ କର୍ମଚାରୀ ଟଙ୍କା ନେଇ ଏପରି କରୁଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି। ତୁରନ୍ତ ଏହାର ଯାଞ୍ଚ କରି ପଞ୍ଚାୟତ ବିଭାଗର ଉଚ୍ଚ ପଦାଧିକାରୀ ଓ ଅନୁଗୋଳ ଜିଲାପାଳ ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦେବା ପାଇଁ ସତ୍ୟନାରାୟଣ ପ୍ରଧାନ, ବାବୁଲା ନାୟକ, ଚିତ୍ତରଞ୍ଜନ ନାୟକ, ବୈଦନାଥ ବେହେରା, ଭାଗ୍ୟ ସେଠୀ, ସୁଶାନ୍ତ ମୁଣ୍ଡା, ପ୍ରଫୁଲ୍ଲ ମୁଣ୍ଡା, ପିଣ୍ଟୁ ସାହୁ, ଦେବରାଜ ଦେହୁରି, ନିରାକାର ପ୍ରଧାନ, ସୁଶିଳା ପ୍ରଧାନ, ଉସା ମାହାର, ଗୌରୀ ମୁଣ୍ଡା, ରଶ୍ମିତା ଦେହୁରି ପ୍ରମୁଖ ଦାବି କରିଛନ୍ତି।
ଏ ନେଇ କିଶୋରନଗର ବିଡିଓ ଅମୃତା ପ୍ରିୟମ୍ବଦା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନ ହୋଇଥିବା ହିତାଧିକାରୀଙ୍କ ନାମ ବିଭିନ୍ନ ପଞ୍ଚାୟତରେ ତାଲିକା ମରାଯାଇଛି। ଯେଉଁମାନେ ଗୃହ ପାଇବାରେ ଅଯୋଗ୍ୟ ଥିବେ ଅଭିଯୋଗ ଆସିବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଆଉ ଯୋଗ୍ୟଙ୍କ ଅଭିଯୋଗର ତୁରନ୍ତ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri