ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର

ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ର ଉଦ୍‌ଯାପନୀ ଉତ୍ସବରେ ରବିବାର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ସଦସ୍ୟ ତଥା ପୂର୍ବଦିଲ୍ଲୀର ଏମ୍‌ପି ଗୌତମ ଗମ୍ଭୀର। ସେହିପରି ଅତିଥି ଭାବେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳରେ ଏକ ଅନ୍ତର୍ଜାତୀୟସ୍ତରର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଜିଲାବାସୀ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି।
ଫାଇନାଲ ମ୍ୟାଚର ଅତିଥି ହେବାକୁ ଗୌତମ ଗମ୍ଭୀର ଆସୁଥିବା ଜାଣି ସକାଳୁ କଦମ ପଡ଼ିଆରେ ଦର୍ଶକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହ ଗମ୍ଭୀର ପହଞ୍ଚିବା ମାତ୍ରେ ତାଙ୍କୁ ଦେଖିବାକୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଦର୍ଶକମାନେ ମଞ୍ଚ ନିକଟକୁ ଧସେଇ ପଶିବାରୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସକୁ ଶେଷରେ ମୃଦ୍ୟୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏହାପରେ ପଡ଼ିଆକୁ ପୋଲିସ ସମ୍ପୂର୍ଣ୍ଣ ଘେରି ରହିବା ପରେ ଗମ୍ଭୀର ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟ ଅତିଥିମାନେ ପଡ଼ିଆ ମଧ୍ୟକୁ ଯାଇ ଅନୁଗୋଳ କ୍ରିକେଟ କ୍ଳବ ଏବଂ କଟକ ୟୁନିୟନ୍‌ ସ୍ପୋର୍ଟିଂର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ତେବେ କାର୍ଯ୍ୟବ୍ୟସ୍ତତା କାରଣରୁ ମ୍ୟାଚ ଶେଷ ଭାଗ ପର୍ଯ୍ୟନ୍ତ ଗମ୍ଭୀର ରହିପାରି ନ ଥିଲେ। କିନ୍ତୁ ଯିବା ପୂର୍ବରୁ ହୃଦୟର ସହ ଭଲପାଇବା ପାଇଥିବାରୁ ଗମ୍ଭୀର ମଞ୍ଚ ଉପରୁ ଅନୁଗୋଳବାସୀଙ୍କ ନିକଟରେ ଋଣି ବୋଲି କହିଥିଲେ। ଅନୁଗୋଳ କ୍ରିକେଟ୍‌ ଆସୋସିଏଶନକୁ ସାଧୁବାଦ ଜଣାଇବା ସହ ଫାଇନାଲ ମ୍ୟାଚ୍‌ ଖେଳୁଥିବା ୨ ଟିମକୁ ଶୁଭେଚ୍ଛା ଜଣାଇଥିଲେ। ଯେଉଁ ଦଳ ଭଲ ପ୍ରଦର୍ଶନ କରିବ, ସେ ନିଶ୍ଚିତ ବିଜୟୀ ହେବ ବୋଲି କହି ଗମ୍ଭୀର ବିଦାୟ ନେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ଖେଳ ପ୍ରତି ଯୁବବର୍ଗଙ୍କ ମଧ୍ୟରେ ବହୁତ ଆସକ୍ତି ଅଛି। ତେଣୁ ଏଠାରେ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ୍‌ ଷ୍ଟାଡିୟମ ନିର୍ମାଣ କରିବା ସହ ଅନ୍ୟାନ୍ୟ କ୍ରୀଡାଭିତ୍ତିକ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲାର ଲୋକମାନେ ସଂକଳ୍ପ କରିବା ଉଚିତ୍‌। ସଂକଳ୍ପ କଲେ ହିଁ ଏହି ଲକ୍ଷ୍ୟ ଆଗକୁ ଯିବାର ବାଟ ଦେଖାଇବ। ଷ୍ଟାଡିୟମ ନିର୍ମାଣ ହେବା ଦ୍ୱାରା ଜିଲାର ପିଲାମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢିବ। ଏଥିସହ ଆଗାମୀ ଦିନରେ ଅନୁଗୋଳ ଜିଲାରେ ରଣଜୀ ଟ୍ରଫିର ବ୍ୟବସ୍ଥା କରିବା ପାଇଁ ରାଜ୍ୟ କ୍ରିକେଟ ସଂଘ(ଓସିଏ)କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ସମ୍ପାଦକ ସଞ୍ଜୟ ବେହେରା କହିଥିଲେ, ଆଗାମୀ ଦିନରେ ଅନୁଗୋଳ ଜିଲାକୁ ବିସିସିଆଇ ଭେନ୍ୟୁ କରିବାକୁ ଉଦ୍ୟମ କରାଯିବ। ଅନୁଗୋଳରେ କ୍ରିକେଟ୍‌ ଏକାଡେମୀ କରାଯାଇଛି। ତେବେ ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ କରାଗଲେ ବିସିସିଆଇର ମ୍ୟାଚ ଖେଳାଯାଇପାରିବ। ଏହି ଅବସରରେ ଅନୁଗୋଳ ଜିଲାର ୪୦ଟି କ୍ରିକେଟ୍‌ କ୍ଲବ୍‌କୁ କ୍ରିକେଟ ଉପକରଣ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଅନୁଗୋଳ ଜିଲା କ୍ରିକେଟ ସଂଘର ସମସ୍ତ ସଦସ୍ୟ ଓ ଅନୁଗୋଳ କପ୍‌ ୨୦୨୨ର ସମସ୍ତ ଆୟୋଜକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନୁଗୋଳ ଜିଲାରୁ ଓଡ଼ିଶା ପାଇଁ ଖେଳୁଥିବା ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?