ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ: ଗମ୍ଭୀର

ଅନୁଗୋଳ ଅଫିସ, ୨୬ା୧୨:ଅନୁଗୋଳ ନୁହେଁ, ଓଡ଼ିଶାରୁ ଭଲ କ୍ରିକେଟର ବାହାରନ୍ତୁ। ଦେଶର ନାମ ଗର୍ବିତ କରନ୍ତୁ। ଅନୁଗୋଳ ଜିଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ର ଉଦ୍‌ଯାପନୀ ଉତ୍ସବରେ ରବିବାର ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ସଦସ୍ୟ ତଥା ପୂର୍ବଦିଲ୍ଲୀର ଏମ୍‌ପି ଗୌତମ ଗମ୍ଭୀର। ସେହିପରି ଅତିଥି ଭାବେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳରେ ଏକ ଅନ୍ତର୍ଜାତୀୟସ୍ତରର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଜିଲାବାସୀ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି।
ଫାଇନାଲ ମ୍ୟାଚର ଅତିଥି ହେବାକୁ ଗୌତମ ଗମ୍ଭୀର ଆସୁଥିବା ଜାଣି ସକାଳୁ କଦମ ପଡ଼ିଆରେ ଦର୍ଶକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହ ଗମ୍ଭୀର ପହଞ୍ଚିବା ମାତ୍ରେ ତାଙ୍କୁ ଦେଖିବାକୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଦର୍ଶକମାନେ ମଞ୍ଚ ନିକଟକୁ ଧସେଇ ପଶିବାରୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସକୁ ଶେଷରେ ମୃଦ୍ୟୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏହାପରେ ପଡ଼ିଆକୁ ପୋଲିସ ସମ୍ପୂର୍ଣ୍ଣ ଘେରି ରହିବା ପରେ ଗମ୍ଭୀର ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଅନ୍ୟ ଅତିଥିମାନେ ପଡ଼ିଆ ମଧ୍ୟକୁ ଯାଇ ଅନୁଗୋଳ କ୍ରିକେଟ କ୍ଳବ ଏବଂ କଟକ ୟୁନିୟନ୍‌ ସ୍ପୋର୍ଟିଂର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ତେବେ କାର୍ଯ୍ୟବ୍ୟସ୍ତତା କାରଣରୁ ମ୍ୟାଚ ଶେଷ ଭାଗ ପର୍ଯ୍ୟନ୍ତ ଗମ୍ଭୀର ରହିପାରି ନ ଥିଲେ। କିନ୍ତୁ ଯିବା ପୂର୍ବରୁ ହୃଦୟର ସହ ଭଲପାଇବା ପାଇଥିବାରୁ ଗମ୍ଭୀର ମଞ୍ଚ ଉପରୁ ଅନୁଗୋଳବାସୀଙ୍କ ନିକଟରେ ଋଣି ବୋଲି କହିଥିଲେ। ଅନୁଗୋଳ କ୍ରିକେଟ୍‌ ଆସୋସିଏଶନକୁ ସାଧୁବାଦ ଜଣାଇବା ସହ ଫାଇନାଲ ମ୍ୟାଚ୍‌ ଖେଳୁଥିବା ୨ ଟିମକୁ ଶୁଭେଚ୍ଛା ଜଣାଇଥିଲେ। ଯେଉଁ ଦଳ ଭଲ ପ୍ରଦର୍ଶନ କରିବ, ସେ ନିଶ୍ଚିତ ବିଜୟୀ ହେବ ବୋଲି କହି ଗମ୍ଭୀର ବିଦାୟ ନେଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାରେ ଖେଳ ପ୍ରତି ଯୁବବର୍ଗଙ୍କ ମଧ୍ୟରେ ବହୁତ ଆସକ୍ତି ଅଛି। ତେଣୁ ଏଠାରେ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ୍‌ ଷ୍ଟାଡିୟମ ନିର୍ମାଣ କରିବା ସହ ଅନ୍ୟାନ୍ୟ କ୍ରୀଡାଭିତ୍ତିକ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲାର ଲୋକମାନେ ସଂକଳ୍ପ କରିବା ଉଚିତ୍‌। ସଂକଳ୍ପ କଲେ ହିଁ ଏହି ଲକ୍ଷ୍ୟ ଆଗକୁ ଯିବାର ବାଟ ଦେଖାଇବ। ଷ୍ଟାଡିୟମ ନିର୍ମାଣ ହେବା ଦ୍ୱାରା ଜିଲାର ପିଲାମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢିବ। ଏଥିସହ ଆଗାମୀ ଦିନରେ ଅନୁଗୋଳ ଜିଲାରେ ରଣଜୀ ଟ୍ରଫିର ବ୍ୟବସ୍ଥା କରିବା ପାଇଁ ରାଜ୍ୟ କ୍ରିକେଟ ସଂଘ(ଓସିଏ)କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଯୋଗଦେଇଥିବା ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ର ସମ୍ପାଦକ ସଞ୍ଜୟ ବେହେରା କହିଥିଲେ, ଆଗାମୀ ଦିନରେ ଅନୁଗୋଳ ଜିଲାକୁ ବିସିସିଆଇ ଭେନ୍ୟୁ କରିବାକୁ ଉଦ୍ୟମ କରାଯିବ। ଅନୁଗୋଳରେ କ୍ରିକେଟ୍‌ ଏକାଡେମୀ କରାଯାଇଛି। ତେବେ ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ କରାଗଲେ ବିସିସିଆଇର ମ୍ୟାଚ ଖେଳାଯାଇପାରିବ। ଏହି ଅବସରରେ ଅନୁଗୋଳ ଜିଲାର ୪୦ଟି କ୍ରିକେଟ୍‌ କ୍ଲବ୍‌କୁ କ୍ରିକେଟ ଉପକରଣ ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ଅନୁଗୋଳ ଜିଲା କ୍ରିକେଟ ସଂଘର ସମସ୍ତ ସଦସ୍ୟ ଓ ଅନୁଗୋଳ କପ୍‌ ୨୦୨୨ର ସମସ୍ତ ଆୟୋଜକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନୁଗୋଳ ଜିଲାରୁ ଓଡ଼ିଶା ପାଇଁ ଖେଳୁଥିବା ଖେଳାଳିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri