ଏଇ ଭାରତରେ

ଶିଶୁସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଜଗଦୀପ ଗମ୍ଭୀରଙ୍କ ପ୍ରୟାସ ବେଶ୍‌ ପ୍ରେରଣାଦାୟକ। ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସରୁ ଶିକ୍ଷା ଶେଷ କରି ସେ ଚାକିରି କରିଥିଲେ। କିନ୍ତୁ ପରେ ଚାକିରି ଛାଡିି ‘କର୍ମା ହେଲ୍‌ଥକେୟାର’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ସଂସ୍ଥା ସେ ୨୦୧୪ରେ ରାଜସ୍ଥାନ ଉଦୟପୁରରେ ପ୍ରତିଷ୍ଠା କରି ତା’ମାଧ୍ୟମରେ ଇ-ଡକ୍ଟର କ୍ଲିନିକ ଆରମ୍ଭ କରିଥିଲେ। ନର୍ସମାନେ ଏହି କ୍ଲିନିକ୍‌୍‌ରେ ଶିଶୁମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଭିଡିଓ କନ୍‌ଫରେନ୍ସରେ ସଂସ୍ଥା ଦ୍ୱାରା ସ୍ବୀକୃତିପ୍ରାପ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଉଛି। କ୍ଲିନିକ୍‌ରେ ପରୀକ୍ଷା ଲାଗି ଡାଇଗ୍ନୋଷ୍ଟିକ ଲାବ୍‌ ବ୍ୟବସ୍ଥା ମଧ୍ୟ ରହିଛି। କେବଳ ଏତିକି ନୁହେଁ ଓ୍ୟଷଧ ଦେବା ଲାଗି ଫାର୍ମାସିଷ୍ଟ ମଧ୍ୟ ନିଯୁକ୍ତି ପାଇଛନ୍ତି। କ୍ଲିନିକ୍‌ ଚଳାଇବା ଲାଗି ଗମ୍ଭୀର ପ୍ରଥମେ ସବୁ ଖର୍ଚ୍ଚ ନିଜ ପକେଟରୁ କରୁଥିଲେ। ଏବେ ଅନ୍ୟ ସଂସ୍ଥାଗୁଡିକ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଗତ ୬ ବର୍ଷ ମଧ୍ୟରେ କର୍ମା ହେଲ୍‌ଥ କେୟାର ୩୫ଟି ଇ-ଡକ୍ଟର କ୍ଲିନିକ୍‌ ପ୍ରତିଷ୍ଠା କରିପାରିଛି। ହରିୟାଣା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଦୁର୍ଗମ ଅଞ୍ଚଳର ୩୫ଟି ଗାଁରେ ଏହା କରାଯାଇଛି। ଏଯାବତ ଏହି କ୍ଲିନିକ୍‌ରେ ଦେଢ଼ ଲକ୍ଷ ଶିଶୁ ଚିକିତ୍ସିତ ହୋଇସାରିଲେଣି। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ମୋଟରେ ୯୨ ଜଣ କ୍ଲିନିକ୍‌ଗୁଡିକରେ କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ୍‌ରେ ଶିଶୁମାନେ ଚିକିତ୍ସାରୁ କେମିତି ବଞ୍ଚିତ ନ ହେବେ ସେଥିପାଇଁ ଭିନ୍ନ ଉପାୟ କରିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସହ ଭିଡ଼ିଓ କଲ୍‌ ମାଧ୍ୟମରେ ଯୋଗଯୋଗ କରିବାର ବ୍ୟବସ୍ଥା କରାଯିବା ସହ ଇ-କ୍ଲିନିକ୍‌ରୁ ଘରେ ଓ୍ୟଷଧ ପହଞ୍ଚାଇ ଦିଆଯାଉଛି। ଏଥିପାଇଁ ସେ ୨୪ ଘଣ୍ଟିଆ ସେବା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?