ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ

ମଙ୍ଗୁଳି ଚରଣ ନିଶଙ୍କ

ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ ମୁତାବକ ପ୍ରସ୍ତୁତ କରାଇ ଅଧୁନା ଅତ୍ୟାଧୁନିକ, ଯନ୍ତ୍ରବତ ଓ ଆବଶ୍ୟକତାଠାରୁ ବହୁଗୁଣିତ ପରିବେଶ ସଜାଡି ପାରିଛି। ନିଜର ଛୋଟ ଛୋଟ ଭାବନାକୁ ପ୍ରୟୋଗାମତ୍କ ଢଙ୍ଗରେ ପରୀକ୍ଷାମୂଳକ ଭାବେ ଶନୈଃଶନୈଃ ପ୍ରବେଶ କରି ସମସ୍ତ ଦିଗରେ ସ୍ବୟଂସମ୍ପନ୍ନ ସାମାଜିକ ସୁସ୍ଥିତି ନିଶ୍ଚିତ କରାଇ ତା’ର ଅନ୍ତର୍ନିହିତ କୌଶଳ ଓ ଭାବନାକୁ ପୂର୍ଣ୍ଣ ମାତ୍ରାରେ ଅନ୍ତର୍ନିବେଶ କରାଇ ପାରିଛି। ସମସ୍ତ ପାର୍ଥିବ କ୍ଷେତ୍ର ଜଳ, ସ୍ଥଳ ଓ ଆକାଶ ଓ ସାମାଜିକ କ୍ଷେତ୍ର ଯଥା ସାହିତ୍ୟ, ସଂସ୍କୃତି, ଦର୍ଶନ, ଅର୍ଥଶାସ୍ତ୍ର, ବିଜ୍ଞାନ ଓ ଗଣିତଶାସ୍ତ୍ର ଓ ନିର୍ମାଣ କ୍ଷେତ୍ରକୁ ଚମତ୍କାର ଭାବେ ଆୟତ୍ତ କରି ସମଗ୍ର ବିଶ୍ୱକୁ ରଙ୍ଗମଞ୍ଚରେ ପରିଣତ କରାଇପାରିଛି। ସମସ୍ତ ସଫଳତା ପଛରେ ବିଶ୍ୱର ପ୍ରମୁଖ ବୁଦ୍ଧିଜୀବୀ, ବୈଜ୍ଞାନିକ, ଦାର୍ଶନିକ, ଗବେଷକ, କବି ଓ ଲେଖକ ମାନଙ୍କର ପ୍ରଚ୍ଛନ୍ନ ହାତ ରହିଛି।
ବନ୍ୟା, ବାତ୍ୟା, ଭୂକମ୍ପ, ମହାମାରୀ ଆଦି ମରଣାନ୍ତକ ଦୁର୍ଘଟଣାମାନଙ୍କରୁ ମଣିଷର ଅମୂଲ୍ୟ ଜୀବନ ଓ କାର୍ଯ୍ୟଧାରାକୁ ଅବ୍ୟାହତ ରଖିବାରେ ଚେଷ୍ଟିତ। ବେଳେ ବେଳେ ସେମାନଙ୍କର ଛୋଟିଆ ଛୋଟିଆ ପରିକଳ୍ପନା ସାମାଜିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିପାରିଛି। ବହୁବର୍ଷ ଆଗରୁ ମଣିଷ ଗଣିତର ପ୍ରୟୋଗ କରିବା ଜାଣିଥିଲେ ମଧ୍ୟ ପଞ୍ଚମ ଶତାବ୍ଦୀର ମଧ୍ୟଭାଗରେ ଭାରତୀୟମାନଙ୍କ ଦ୍ୱାରା ‘ଶୂନ’(ଜିରୋ) ର ବ୍ୟବହାର ଗଣିତଶାସ୍ତ୍ରରେ ଏକ ବିରାଟ ଓ ଚମତ୍କାରୀ ପରିବର୍ତ୍ତନ ଯାହା ସମସ୍ତ ଗଣିତଶାସ୍ତ୍ରକୁ ଶାଣିତ ଓ ମାର୍ଜିତକରି ଏକ ସୁନ୍ଦର ଓ ସହଜ ଅଭିନବ ସୃଷ୍ଟିର ନିଦର୍ଶନ ହୋଇପାରିଛି। ପୃଥିବୀର ଅନେକ ସୁପ୍ରତିଷ୍ଠିତ ଓ ବିଖ୍ୟାତ ବୈଜ୍ଞାନିକମାନଙ୍କର ଉଚ୍ଚକୋଟୀର ଉଦ୍ଭାବନ ବିଶ୍ୱ ପାଇଁ ଅନେକ ପରିବର୍ତ୍ତନ ଆଣିଲେ ମଧ୍ୟ ଛୋଟ ଛୋଟ ଉଦ୍ଭାବନ ମାନବ ସମାଜ ପ୍ରତି ଅତି ଦରକାରୀ ସାବ୍ୟସ୍ତ ହୋଇପାରିିଛି। ପୃଥିବୀର ବଡ ବଡ ବୈଜ୍ଞାନିକମାନେ ଯଦିଓ ଯୁଗାନ୍ତକାରୀ ଯଥା ଜଟିଳ ତଥ୍ୟକୁ ଆଧାର କରି ଉଦ୍ଭାବନ ଓ ଆବିଷ୍କାର କରିଥିଲେ ମଧ୍ୟ ଥୋମାସ ଆଲ୍‌ଭା ଏଡିସନ୍‌ଙ୍କର ଇଲେକ୍‌ଟ୍ରିକ୍‌ ବଲ୍‌ବର ଉଦ୍ଭାବନ ସମଗ୍ର ଅନ୍ଧକାର ବିଶ୍ୱକୁ ଆଲୋକିତ କରି ଆଶ୍ଚର୍ଯ୍ୟାବିଭୂତ କରିପାରିଥିଲା ଓ ଯେଉଁଥିପାଇଁ ତାଙ୍କ ଉଦ୍ଦେଶ୍ୟରେ ଆମେରିକାରେ ଏକ ବିରାଟ ଉତ୍ସବ ପାଳନ କରାଯାଇଥିଲା। ୧୯୯୯ ମସିହା ଓଡ଼ିଶା ମହାବାତ୍ୟାରେ ଅଶେଷ କ୍ଷତିରୁ ଶିକ୍ଷା ଲାଭକରି ଓଡ଼ିଶା ସରକାର ଭବିଷ୍ୟତର ବନ୍ୟା ଓ ବାତ୍ୟା ଦୁର୍ଘଟଣାକୁ ପ୍ରତିହତ କରିବା ପାଇଁ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟ ବଳ (ଓଡ୍ରାଫ) ଗଠନ କରି ସମଗ୍ର ବର୍ଷ ପାଇଁ ଉଦାହରଣ ପାଲଟିଗଲେ। ବନ୍ୟା ଓ ବାତ୍ୟାପ୍ରବଣ ଓଡ଼ିଶା ରାଜ୍ୟ ପରବର୍ତ୍ତୀ ସମୟରେ ଅନେକ ବିପର୍ଯ୍ୟୟ ଯଥା ଫାଇଲିନ୍‌, ହୁଡୁହୁଡୁ ,ତିତ୍‌ଲି ଓ ଫନୀ ଭଳି ଅତି ଭୟଙ୍କରି ବାତ୍ୟାର ମୁକାବିଲାର ସଫଳ ହୋଇ ଦେଶର ଅନ୍ୟାନ୍ୟ ଅଞ୍ଚଳ ପାଇଁ ଦୁର୍ଘଟଣା ସମୟରେ ଆବଶ୍ୟକ ପଡୁଛି। ବଶ୍ୱବ୍ୟାପୀ ମହାମାରୀ କରୋନାର ପ୍ରକୋପ ବିଶ୍ୱକୁ ବର୍ତ୍ତମାନ ଗୋଟିଏ ପ୍ରକାର ଅନିଶ୍ଚିତ ସୁଧାର ଆଣିବା ଲାଗି ମନେହେଉଥିଲେ ମଧ୍ୟ ଭାରତ ସରକାରଙ୍କର ବଳିଷ୍ଠ ପଦକ୍ଷେପ ସ୍ବରୂପ ଲୋକମାନଙ୍କ ପାଇଁ ସଂସ୍କାରିତ ଆଚରଣ ନିୟମାବଳୀ ଅତି ବହୁଜନ ସାନ୍ଦ୍ରତା ବିଶିଷ୍ଟ ଭାରତ ବର୍ଷରେ ସଂଗରୋଧ, ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ସାମାଜିକ ଦୂରତ୍ୱ ଇତ୍ୟାଦି ତ୍ୱରିତ ପରିକଳ୍ପନା କରି ଅନ୍ୟ ଉନ୍ନତଶୀଳ ରାଷ୍ଟ୍ରମାନଙ୍କ ଅପେକ୍ଷା କରୋନା ନିୟନ୍ତ୍ରଣରେ ତୁଳନାମତ୍କ ଭାବେ ସଫଳ ହୋଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଶଂସିତ ହୋଇ ଅନ୍ୟ ରାଷ୍ଟ୍ରମାନଙ୍କ ପାଇଁ ଉଦାହରଣ ହୋଇପାରିଛି। ଶିଶୁ ଓ ମାତୃ ମୃତ୍ୟୁହାର କମାଇବା ଓ ସେମାନଙ୍କର ପୁଷ୍ଟତାକୁ ବଜାଇ ରଖିବା ସହିତ ସ୍ବାସ୍ଥ୍ୟର ଯତ୍ନ ଉଦ୍ଦେଶ୍ୟରେ ଗରିବ ଓ ମଧ୍ୟବିତ୍ତ ପରିବାର ମାନଙ୍କ ପାଇଁ ଓଡ଼ିଶା ସରକାର ‘ମମତା’ ଯୋଜନା ପ୍ରଣୟନ କରି ଅଶେଷ ହିତ ସାଧନ କରିବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଥିଲେ।
ସମସ୍ତ ଅତ୍ୟାଧୁନିକ ଓ ଉନ୍ନତ ଯୋଜନାମାନଙ୍କର ପରିକଳ୍ପନା ଓ ସଫଳତାର ଚରମ ଉନ୍ନତିରେ ଚାବିକାଠି ହେଉଛି ଶିକ୍ଷା। ବର୍ତ୍ତମାନ କରୋନା ମହାବିପତ୍ତିରୁ ନିସ୍ତାର ପାଇବା ପାଇଁ ପାଠକୁ ତନତନ କରି ତର୍ଜମା କରାଯାଉଛି। ଶିକ୍ଷିତ ଗୋଷ୍ଠୀ ଓ ଗବେଷକମାନେ ବର୍ତ୍ତମାନ ଗବେଷଣାରତ ଯାହା ଦିନେ ସଫଳ ହେବ ଓ କରୋନାର କାୟାକୁ ସଙ୍କୁଚିତ କରାଯିବ ଏହା ନିଃସନ୍ଦେହ। କରୋନାର ବିସ୍ତାରରେ ‘ଶିକ୍ଷା’ କିଛିମାତ୍ରାରେ ବିପଦରେ ପଡିଛି। ସେଥିପାଇଁ କିପରି ଶିକ୍ଷାର ସ୍ଥିର ଅଭିବୃଦ୍ଧି ଓ ଅବିରତ ଗୁଣାମତ୍କ ଶିକ୍ଷାକୁ ବଞ୍ଚାଇବା ପାଇଁ ଯନ୍ତ୍ର ମାଧ୍ୟମରେ ଶିକ୍ଷାକୁ ଶିକ୍ଷାର୍ଥୀମାନଙ୍କ ପାଖରେ ପହଞ୍ଚାଇ ଦିଆଯାଇ ପାରୁଛି। ସଙ୍କଟମୟ ସମୟରେ ବିଶ୍ୱର ସମସ୍ତ ପାଠଶାଳା ଅଗଣା ଶୂନ୍‌ଶାନ୍‌ ଯଦିଓ ଅନ୍ୟାନ୍ୟ ସହଶୈକ୍ଷିକ କାର୍ଯ୍ୟକ୍ରମ ବର୍ତ୍ତମାନ ସମୟରେ ଅସମ୍ଭବ ତଥାପି ଅନେକ ରାଷ୍ଟ୍ର ଶିକ୍ଷାର ସର୍ବନିମ୍ନମାନ ବଜାୟ ରଖିବା ପାଇଁ ଚେଷ୍ଟିତ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଅନ୍ତର୍ଗତ ଖୋର୍ଦ୍ଧା ଜିଲାର ଜିଲା ଶିକ୍ଷା ଅଧିକାରିଣୀ ମହାଶୟାଙ୍କର ‘ଶିକ୍ଷା ସଂଯୋଗ’ ପରିକଳ୍ପନା ନିଶ୍ଚୟ ପ୍ରଶଂସାଯୋଗ୍ୟ। ଶିକ୍ଷାର୍ଥୀମାନଙ୍କର ନିରନ୍ତର ଶିକ୍ଷା ବ୍ୟାହତ ନ ହେବା ପାଇଁ ହ୍ବାଟ୍‌ସଆପ ମାଧ୍ୟମରେ ସମସ୍ତ ବିଷୟର ନିର୍ଦ୍ଧାରିତ ସମୟର ପ୍ରସଙ୍ଗକୁ ପିଲାମାନଙ୍କ ପାଖରେ ପହଞ୍ଚାଇ ଶିକ୍ଷାର୍ଥୀମାନଙ୍କର ଆଗ୍ରହ ଓ ବ୍ୟଗ୍ରତାକୁ ରକ୍ଷା କରିପାରିଛନ୍ତି। ଏହି ଅଭିନବ ଶିକ୍ଷା ସ୍ରୋତରେ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହଅଧିକାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରତ୍ୟକ୍ଷ ସାମିଲ କରାଇ ଉପଯୁକ୍ତ ସମ୍ବଳ ଶିକ୍ଷକଙ୍କ ଜରିଆରେ ପାଠ ପ୍ରସ୍ତୁତ ଓ ବାରମ୍ବାର ବିଶ୍ଳେଷଣ କରାଯାଇ ପ୍ରତିଦିନ ନିର୍ଦ୍ଧିଷ୍ଟ ସମୟରେ ଶିକ୍ଷଣ କାର୍ଯ୍ୟଗୁଡିକୁ ପ୍ରେରଣ କରିବା ଏକ ସାହସିକ ଓ ସମୟୋପଯୋଗୀ ଦାୟିତ୍ୱ ହୋଇପାରିଛି। ହ୍ବାଟ୍‌ସଆପ ମାଧ୍ୟମରେ ଯଦିଓ କିଛି ଶିକ୍ଷାର୍ଥୀ ମାନଙ୍କ ପାଖରେ ‘ଶିକ୍ଷା ସଂଯୋଗ’ ପହଞ୍ଚତ୍ପାରି ନାହଁି ତଥାପି ଏହି ସଙ୍କଟମୟ ସମୟରେ ଏହା ଅତି ସ୍ବାଗତଯୋଗ୍ୟ ଓ ଅବିକଳ୍ପ ପଦକ୍ଷେପ। ଏଭଳି ଅଭିନବ ଓ ଆନ୍ତରିକପୂର୍ଣ୍ଣ ଚିନ୍ତାଧାରା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରାଜ୍ୟର ସମସ୍ତ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ବାସ୍ତବରେ କରୋନାକୁ ମୁକାବିଲା ଓ ଅନ୍ତଃହୀନ ଶିକ୍ଷାକୁ ଅକ୍ଷୁଣ୍ଣ ରଖିବା ପାଇଁ ଯେଉଁ ଚେତନାଧର୍ମୀ ବ୍ୟକ୍ତିତ୍ୱମାନେ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅହରହ ଚିନ୍ତାକରି ସତର୍କତାର ସହିତ ଠିକ ଢଙ୍ଗରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିପାରୁଛନ୍ତି ସେହିମାନେ ହଁି ସମୟଯୁଦ୍ଧର ପ୍ରକୃତ ଯୋଦ୍ଧା। ଉପରୋକ୍ତ ସମସ୍ତ ଅଭିନବ କାର୍ଯ୍ୟଶୈଳୀରୁ ଆମେ ନିଶ୍ଚିତ ଯେ ସମାଜର ଅତି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଯେତ୍ରମାନଙ୍କରେ କାର୍ଯ୍ୟରତ ସମସ୍ତ ବୁଦ୍ଧିଜୀବୀ, ଅଧିକାରୀ ଓ ପ୍ରତ୍ୟେକ ବ୍ୟକ୍ତିବିଶେଷମାନଙ୍କର ଅନ୍ତର୍ନିହିତ ଉନ୍ନତ ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ ନିଶ୍ଚୟ।

ରାମଚଣ୍ଡୀ, ନରଣଗଡ଼, ଖୋରଧା
ମୋ-୬୩୭୧୫୪୭୬୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?