Posted inଖେଳ

ଲକ୍‌ଡାଉନ୍‌ରେ ପୋଲିସ ୟୁନିଫର୍ମରେ ଇନ୍ଦୁମତୀ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଲକ୍‌ଡାଉନ୍‌ ଯୋଗୁ ଭାରତର ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଦଳର ଖେଳାଳିମାନେ ଏବେ ଘରେ ସେମାନଙ୍କ ପରିବାର ସହିତ ଦିନ ବିତାଉଛନ୍ତି। ହେଲେ ସେମାନଙ୍କର ଜଣେ ସାଥୀ ଖେଳାଳି ମିଡ୍‌ଫିଲ୍ଡର ଇନ୍ଦୁମତୀ କାଥିରେସାନ୍‌ ଏବେ ପୋଲିସ ୟୁନିଫର୍ମରେ ଡ୍ୟୁଟି କରୁଛନ୍ତି। କରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ସରକାର ଯେଉଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ତାହାକୁ ମାନି ଚଳିବା ଲାଗି ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରୁଛନ୍ତି। ସେ ତାମିଲନାଡୁ ପୋଲିସ୍‌ର ପାରମ୍ପରିକ ‘ଖାକି’ ୟୁନିଫର୍ମ ପରିଧାନ କରିଛନ୍ତି। ସୁରକ୍ଷା ପାଇଁ ମୁହଁରେ ସର୍ଜିକାଲ ମାସ୍କ ଓ ଦୁଇ ହାତରେ ଲଗାଇଛନ୍ତି ଗ୍ଲୋବ୍ସ। ୨୫ ବର୍ଷୀୟା ଇନ୍ଦୁମତୀ ଜଣେ ତାମିଲନାଡୁ ପୋଲିସ ସବ୍‌ ଇନ୍ସପେକ୍ଟର। ଚେନ୍ନାଇର ଆନ୍ନା ନଗର ଅଞ୍ଚଳରେ ସେ ଡ୍ୟୁଟି କରୁଛନ୍ତି। ବେଳେ ବେଳେ ତାଙ୍କୁ ନାଇଟ୍‌ ଡ୍ୟୁଟି କରିବାକୁ ହେଉଛି। ତାଙ୍କୁ ଯାନବାହନ ଯାଞ୍ଚ କାର୍ଯ୍ୟ ମଧ୍ୟ ତୁଲାଇବାକୁ ପଡ଼ୁଛି। ସମଗ୍ର ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିବା ଲାଗି ଆବଶ୍ୟକ ପ୍ରତିଷେଧକମୂଳକ ନିୟମ ମାନି ଚଳିବାକୁ ହେବ। କଠିନ ପରିସ୍ଥିତିରେ ସାଧାରଣତଃ ଜଣେ ନିଜ ପରିବାର ସହିତ କଟାଇବାକୁ ଚାହିଁଥାଏ। ମୋ ପାଇଁ ଅବଶ୍ୟ ଏହି ସୁଯୋଗ ନାହିଁ। କରୋନା ଭାଇରସ ବିରୋଧରେ ମୁକାବିଲା ସମଗ୍ର ଦେଶ ପାଇଁ ଏକ ଆହ୍ବାନ। କୋଭିଡ୍‌-୧୯ ମହାମାରୀ ବେଳେ ମୋତେ ଦେଶ ପାଇଁ ସବୁଦିନ ଖେଳିବାକୁ ପଡ଼ିବ। ଏହି କ୍ରିଏଟିଭ୍‌ ମିଡ୍‌ଫିଲ୍ଡର କହିଛନ୍ତି ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଜଣେ ପୋଲିସ ଅଫିସର ଭାବେ ଦାୟିତ୍ୱ ତୁଲାଇବା କଷ୍ଟକର। କାରଣ ଦିନକୁ ଦିନ ଡ୍ୟୁଟିରେ ପରିବର୍ତ୍ତନ ଘଟିଥାଏ। ହେଲେ ବର୍ତ୍ତମାନ ପରିସ୍ଥିତିରେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିବାରୁ ମୋ ପାଇଁ ଏକ ସୌଭାଗ୍ୟ। ଜାତୀୟ ଫୁଟ୍‌ବଲ ଦଳରେ ଥାଇ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨କୁ ଯୋଗ୍ୟତା ଅର୍ଜନ କରିବା ଗତବର୍ଷ ସାଫ୍‌ ଚାମ୍ପିୟନଶିପ୍‌ ଜିତିବାର ଖୁସି ମୁହୂର୍ତ୍ତକୁ ମୁଁ ଆଦୌ ଭୁଲିପାରିବି ନାହିଁ ବୋଲି ଇନ୍ଦୁମତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ବଡ ଭୁଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶୀ: ଅଳ୍ପକେ…

ନୂଆଦିଲ୍ଲୀ,୧୧।୬: ଆଫଗାନିସ୍ତାନ ଏ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିବାରୁ ବୈଭବ ସୂର୍ଯ୍ୟବଂଶୀ ବଞ୍ଚିତ ହୋଇଥିଲେ। ଗୁରୁବାର ଭାରତ ଏ ଏବଂ ଆଫଗାନିସ୍ତାନ ଏ ମଧ୍ୟରେ ଟ୍ରାଏ-ସିରିଜ ମୁକାବିଲାରେ,…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ଆଜିଠୁ ଫିଫା ବିଶ୍ୱକପ୍‌: ଭାଗନେବେ ୪୮ ଦେଶ

ମେକ୍ସିକୋ ସିଟି (ମେକ୍ସିକୋ), ୧୧ା୬:ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଭାବେ ବିବେଚନା କରାଯାଉଥିବା ଫିଫା ବିଶ୍ୱକପ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଫୁଟ୍‌ବଲ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri