ଆଷାଢ଼େ ଖୋଲିବ ଜଳଛତ୍ର

ଅନୁଗୋଳ ଅଫିସ୍‌, ୬।୬ – ବୈଶାଖ ଯାଇ ଜ୍ୟେଷ୍ଠ ସରିବାକୁ ବସିଲାଣି। ଆଉ କିଛି ଦିନ ପରେ ଆଷାଢ଼ ପଶିବ। କିନ୍ତୁ ଏଯାଏ ଅନୁଗୋଳରେ ଜଳଛତ୍ର ଖୋଲିଲା ନାହିଁ। ଚଳିତବର୍ଷ ତାପମାତ୍ରାରେ ଅନୁଗୋଳ ଜିଲା ରେକର୍ଡ କରିଥିଲେ ବି ଜଳଛତ୍ର କଥା ମନେ ପଡ଼ିନି ପ୍ରଶାସନର। ଗତ କିଛିଦିନ ତଳେ ଜିଲା ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଜିଲାପାଳ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେବା ପରେ ଏ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ କରୋନା ପାଇଁ ଅଧିକାରୀମାନେ ବ୍ୟସ୍ତ ଥିବାରୁ ଏଥିରେ ବିଳମ୍ବ ହୋଇଥିବା ପ୍ରଶାସନ ସ୍ବୀକାର କରିଛି।
ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରତ୍ୟେକ ଅଞ୍ଚଳରେ ଗ୍ରୀଷ୍ମକାଳୀନ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ତାତିରେ ଆଉଟୁପାଉଟୁ ହେଉଥିବା ଅନୁଗୋଳ ଜିଲାରେ ଏଯାଏ ଜଳଛତ୍ର ଖୋଲାଯାଇ ନାହିଁ। ଗତ ମାର୍ଚ୍ଚରୁ ଶିଳ୍ପନଗରୀ ଅନୁଗୋଳରେ ତାତି ଅନୁଭୂତ ହେଲାଣି। ସକାଳ ୯ଟାରୁ ଖରା ଟାଣ ଧରୁଥିବା ବେଳେ ଗୁଳୁଗୁଳିରେ ଲୋକେ ଦହଗଞ୍ଜ ହୋଇଛନ୍ତି। ମାତ୍ର କରୋନା ଜନିତ କଡ଼ା କଟକଣା ଯୋଗୁ ସେମାନେ ଘରୁ ବାହାରି ନ ଥିବାରୁ ଜଳଛତ୍ରର ଅଭାବ ସେତେଟା ଜଣାପଡ଼ୁ ନ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ହେବା ଫଳରେ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ଜରୁରୀ କାମରେ ଲୋକେ ବାହାରକୁ ବାହାରିଥିଲେ। ଏପରି କି ଜିଲାରେ ଚଳିତବର୍ଷ ଅଂଶୁଘାତରେ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇସାରିଛି। ତଥାପି ଜଳଛତ୍ର ଖୋଲିବାକୁ ପ୍ରଶାସନର ମନେ ପଡ଼ିଲା ନାହିଁ। ଏବେ ମଝିରେ ମଝିରେ ବର୍ଷା ଯୋଗୁ କିଛିଦିନ ହେଲା ଜିଲାରେ ତାତି କମିଛି। ମୌସୁମୀ ମଧ୍ୟ କିଛିଦିନ ମଧ୍ୟରେ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି। ତେଣୁ ଆଷାଢ଼ ପାଦ ଦେବାକୁ ବସିଥିବା ବେଳେ ପ୍ରଶାସନର ଏବେ ଜଳଛତ୍ର କଥା ମନେ ପଡ଼ିବା ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ହୋଇଛି।
ଏ ସମ୍ପର୍କରେ ଜିଲା କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କରୋନା ପାଇଁ ଜଳଛତ୍ର ଖୋଲିବା ବିଳମ୍ବ ହୋଇଛି। କିନ୍ତୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବାରୁ ଖୁବ୍‌ଶୀଘ୍ର ଜଳଛତ୍ର ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri