ଅନୁଗୋଳ ଅଫିସ, ୨।୧୦- ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚି ଭାଙ୍ଗି ରହିଯାଇଥିବାରୁ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁକନ୍ୟା ଯନ୍ତ୍ରଣା ଭୋଗୁଛି। ଅନୁଗୋଳ ଓ କଟକର ଏକ ଘରୋଇ ନର୍ସିଂହୋମ୍ରେ ଅସ୍ତ୍ରୋପଚାର ବିଫଳ ହେବା ପରେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ନ ପାରି ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିବା ସୂଚନା ମିଳିଛି। ତେବେ ଏ ନେଇ କିଛି ଜାଣି ନ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ(ମେଡିକାଲ) ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି।
ଶିଶୁକନ୍ୟାଙ୍କ ବାପା ନିରଞ୍ଜନ ବେହେରା କହିଛନ୍ତି, ଦେଢ଼ମାସ ତଳେ ଝିଅ ବଳରାମପ୍ରସାଦସ୍ଥିତ ମାମୁ ଘରକୁ ଯାଇଥିବାବେଳେ ଜ୍ୱରରେ ପୀଡ଼ିତ ହୋଇଥିଲା। ନିକଟରେ ଥିବା ଏକ କ୍ଲିନିକ୍ର ଫାର୍ମାସିଷ୍ଟ ଝିଅକୁ ଇଞ୍ଜେକଶନ୍ ଦେଇଥିଲେ। କିନ୍ତୁ ଛୁଞ୍ଚତ୍ଟି ଭାଙ୍ଗି ଅଣ୍ଟାରେ ରହିଯାଇଥିଲା। ପରେ ଯନ୍ତ୍ରଣା ହେବାରୁ ଝିଅକୁ ଅନୁଗୋଳର ଏକ ଘରୋଇ ମେଡିକାଲରେ ଦେଖାଇଥିଲେ। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ କଟକର ଏକ ଘରୋଇ ନର୍ସିଂହୋମରେ ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ୩ଡି ଡିଜିଟାଲ ମେଶିନ ନ ଥିବାରୁ ଛୁଞ୍ଚତ୍ ଠାବ କରାଯାଇପାରି ନ ଥିଲା। ପାଖରେ ଆଉ ଅର୍ଥ ନ ଥିବାରୁ ଅଧିକ ଚିକିତ୍ସା କରି ନ ପାରି ଝିଅକୁ ଘରକୁ ଫେରାଇ ଆଣିଛନ୍ତି। ପ୍ରଶାସନ ସହାୟତା ଦେଲେ ଝିଅ ଯନ୍ତ୍ରଣାମୁକ୍ତ ହୋଇପାରନ୍ତା ବୋଲି ନିରଞ୍ଜନ ପ୍ରକାଶ କରିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All
ବାଇକ୍ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ
ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…
ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ
କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…
ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ
ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…
ଆଜିଠୁ ଗଞ୍ଜାମରେ ୭ମ ରାଜ୍ୟସ୍ତରୀୟ ଓ୍ବାକୋ ଓଡ଼ିଶା କିକ୍ ବକ୍ସିଂ ଚାମ୍ପିୟନଶିପ୍
ଗଞ୍ଜାମ,୭ା୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ଡୋର୍ ଷ୍ଟାଡିୟମରେ ଆସନ୍ତା ମେ’ ୭ରୁ ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍ କିକ୍ ବକ୍ସିଂ ଚାମ୍ପିୟନଶିପ୍…
ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….
ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…
ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା
ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।…
ଏ-୧ ଗ୍ରେଡ୍ରେ ପାସ୍ କରିଥିବା ଛାତ୍ରଙ୍କୁ ଭେଟି ଆଶୀର୍ବାଦ ଦେଲେ ପ୍ରଧାନଶିକ୍ଷକ, କହିଲେ ଜଣେ ଦକ୍ଷ ଛାତ୍ର ଭାବେ…
କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜବାହରଉଚ୍ଚ ବିଦ୍ୟପୀଠ, ବାଲସି (କ)ର ଛାତ୍ର ଚଳିତ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ…
ବଲାଙ୍ଗୀର ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା, ଝାମ୍ପିନେଇ ଫାଇଲ୍ ଚିରିଦେଲେ ଚେୟାରମ୍ୟାନ୍
ବଲାଙ୍ଗୀର,୭।୫(ସୁନିଲ କୁମାର ମହାନ୍ତି): ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଧବାର ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ…
Archives

