ହିଂସା କମାଉଛି ମତଦାନ ହାର

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ୬ ଲୋକ ସଭା ଏବଂ ୪୧ ବିଧାନସଭା ଆସନରେ ହେବ। ବିଧାନସଭାରେ ବିଧାୟକ ଓ ସଂସଦରେ ସାଂସଦମାନେ ଆଇନ ପ୍ରଣୟନ କରନ୍ତି। ସେମାନଙ୍କୁ ଆଇନ ନିର୍ମାତା ବୋଲି କୁହାଯାଏ। ହେଲେ ସେମାନଙ୍କ ମଧ୍ୟରୁ ଅନେକେ ନିର୍ବାଚନ ସମୟରେ ଆଇନ ହାତକୁ ନେଉଛନ୍ତି। ହିଂସା ସୃଷ୍ଟି କରି ବିଜୟୀ ହେବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିବାରୁ ମତଦାନ ହାର ହ୍ରାସ ଘଟୁଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ୨ୟ ପର୍ଯ୍ୟାୟରେ ଗଞ୍ଜାମ ଜିଲା ସୋରଡା ବ୍ଲକ ବୋରସିଙ୍ଗି ପଞ୍ଚାୟତର ରେଣ୍ଟି ବୁଥ୍‌ରେ ମତଦାନ ଚାଲିଥିବାବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଶୋୟୀ ୧୦ରୁ ଊର୍ଦ୍ଧ୍ୱ ସହଯୋଗୀଙ୍କ ସହ ଜବରଦସ୍ତ ବୁଥରେ ପଶି ପୋଲିଂ କର୍ମଚାରୀଙ୍କୁ ମାଡ଼ ଓ ଇଭିଏମ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ମାମଲା(ନଂ.୫୭/୨୦୧୯) ରୁଜୁ କରାଯାଇ ନୀଳମଣିଙ୍କୁ ଗିରଫ କରାଯାଇଥିଲା। ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୨୧ତାରିଖ ରାତିରେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାଡ୍‌ ଚଢ଼ାଉ କରିବା ସମୟରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଥିରେ ମହାରଥୀ ନିଜେ ଏବଂ ତାଙ୍କ କେତେଜଣ ସହଯୋଗୀ ସମ୍ପୃକ୍ତ ଥିବାନେଇ ଅଭିଯୋଗରେ ୯୨/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ମହାରଥୀଙ୍କୁ ୨୨ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ବୀରକେଶରପୁର ଗ୍ରାମସ୍ଥିତ ବଳଭଦ୍ର ନୋଡାଲ ବିଦ୍ୟାଳୟର ୭୮ନଂ. ବୁଥ୍‌ରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଓ ତାଙ୍କ ସହଯୋଗୀ ଉକ୍ତ ବୁଥ ଭିତରେ ପଶି ପୋଲିଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା, ଇଭିଏମ୍‌ ଭାଙ୍ଗିବା ଅଭିଯୋଗ ହୋଇଛି। ଏନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ଥାନାରେ ୩୭/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଓମ୍‌ପ୍ରକାଶ ଫେରାର ଥିବାରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଛି। ନିର୍ବାଚନରେ ନେତାମାନଙ୍କ ଆପରାଧିକ କାର୍ଯ୍ୟକଳାପ ଭାରତ ପରି ଏକ ବିଶାଳ ଗଣତନ୍ତ୍ର ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ନେତାଙ୍କ ଏଭଳି ଆଚରଣ ସମ୍ପର୍କରେ ଜନସାଧାରଣ, ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଠମଲ୍ଲିକରେ ବିଜେଡିର ବାଜିମାତ: ୪୭,୧୩୫ ଖଣ୍ଡ ଭୋଟରେ ରମେଶ ସାଏ ବିଜୟୀ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ୬୩ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳିରେ ବାଜିମାରିଛି ବିଜେଡି। ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

ଅନୁଗୋଳରେ ରଜନୀକାନ୍ତ ୬୦୪୪ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୬୦୪୪ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା: ଦାଦ୍‌ରିରୁ ବବିତା ଫୋଗଟ

ଚଣ୍ଡିଗଡ,୩୦।୯: ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ୭୮ ଆସନ ପାଇଁ ଭାଜପା ପକ୍ଷରୁ ସୋମବାର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପୁଣି ଥରେ ହରିୟାଣା...

ଖୋର୍ଦ୍ଧା ବିଧାନସଭା ୮ଆସନରୁ ୭ରେ ବିଜୟୀ ହୋଇ ସ୍ଥିତି ବଜାୟ ରଖିଲା ବିଜେଡି

ଖୋର୍ଦ୍ଧା ଅଫିସ,୨୪।୫:ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା ଆସନ ମଧ୍ୟରୁ ୭ ଟିକୁ ଦଖଲକୁ ଆଣି ବିଜେଡ ସ୍ଥିତି ବଜାୟ ରଖିଛି । ୨୦୧୪ ନିର୍ବାଚନରେ ଚିଲିକା...

ନୟାଗଡ଼ରେ ବିଜେଡି, ରଣପୁରରେ ଭାଜପା ଆଗୁଆ

ନୟାଗଡ ଅଫିସ,୨୩ା୫- ୬ଷ୍ଠ ରାଉଣ୍ଡ ଗଣତି ପରେ ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୩୮୧୭ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ଚତୁର୍ଥ ରାଉଣ୍ଡ...

ଅନୁଗୋଳରେ ରଜନୀକାନ୍ତ ସିଂ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ରଜନୀକାନ୍ତ ସିଂ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ରଜନୀକନ୍ତ ସିଂ ୨୫୫୫, ଭାଜପାର...

ଭଞ୍ଜନଗରରେ ବିଜେଡିର ବିକ୍ରମ, ଆସିକାରେ ମଞ୍ଜୁଳା, ସୋରଡାରେ ପୂର୍ଣ୍ଣ ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର, ଆସିକା, ସୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଭଞ୍ଜନଗର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ୨୦,୩୭୩...

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ...

Advertisement
Archives

Model This Week