ସମ୍ମାନ ଦେଲା ସଙ୍ଗରୋଧ

(ଦିନେଶ ଦେହୁରୀ) ବନ୍ତଳା, ୭ା୫ – ବାହାର ରାଜ୍ୟ ଫେରନ୍ତାଙ୍କ ମଧ୍ୟରୁ ଅନେକେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏପରି କି କେତେଜଣ ଲୁଚି ପଳାଇ ଯାଇ ନିଜ ସହ ପରିବାର, ସମ୍ପର୍କୀୟଙ୍କ ପାଇଁ ବିପଦ ସାଜିବାର ସମ୍ଭାବନା ସୃଷ୍ଟି କରୁଛନ୍ତି। ସରକାରଙ୍କ ସଙ୍ଗରୋଧ ବ୍ୟବସ୍ଥା ଯେ ଜୀବନର ସୁରକ୍ଷା ସହ ସମ୍ମାନ ଦେଉଛି ଏହା ହୁଏତ ସେମାନେ ଜାଣିପାରୁ ନାହାନ୍ତି। କିନ୍ତୁ ଏପରି ବିଶୃଙ୍ଖଳାକାରୀ ବହିରାଗତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଜୟନ୍ତ ବେହେରା(୪୦)। ଆନ୍ଧ୍ରପ୍ରଦେଶରୁ ଅନୁଗୋଳ ୮୫୦ କିମି ଦୂର ଚାଲି ଚାଲି ଘରକୁ ଆସିବା ସହ ସରକାରୀ ଭାବେ ନାମ ପଞ୍ଜୀକରଣ କରିବା ଓ ୧୪ ଦିନ ସଙ୍ଗରୋଧରେ ରହି ସେ ବୁଧବାର ଖୁସିର ସହ ଘରକୁ ଫେରିଛନ୍ତି। ଅଧିକ ୧୦ ଦିନ ନିଜକୁ ପରିବାରଠାରୁ ଅଲଗା ରଖିବାର ନିର୍ଦ୍ଦେଶ ମଧ୍ୟ ପାଳନ କରିବେ ବୋଲି ଜୟନ୍ତ ପ୍ରକାଶ କରିଛନ୍ତି।
ଜୟନ୍ତଙ୍କ କହିବା ମୁତାବକ, ସେ ଆନ୍ଧ୍ରପ୍ରଦେଶର ଏକ ଢାବାରେ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଘରକୁ ଆସିବାକୁ ଗାଡ଼ିମୋଟର ସୁବିଧା ନ ପାଇବାରୁ ସେ ଏପ୍ରିଲ ୧୦ରେ ପୋକତୁଙ୍ଗା, ନାକଚି, ଠାକୁରଗଡ଼, ନରସିଂହପୁର ଅଞ୍ଚଳର ୧୦ ଜଣଙ୍କ ସହ ଚାଲି ଚାଲି ଆସିଥିଲେ। ଏଥିପାଇଁ ତାଙ୍କୁ ୧୩ ଦିନ ଲାଗିଥିଲା। ଶାରୀରିକ ପୀଡ଼ା ହେଉଥିଲେ ହେଁ ସେ ଘରକୁ ନ ଯାଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରି ପୋକତୁଙ୍ଗା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ତାଙ୍କ ଯୋଗୁ ପରିବାର କିମ୍ବା ଗ୍ରାମବାସୀ ଅସୁବିଧାରେ ନ ପଡନ୍ତୁ ତାହା ସେ ଚାହଁିଥିଲେ। ୧୪ ଦିନ ସେଠାରେ ରହିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ସଙ୍ଗରୋଧ କେନ୍ଦ୍ରରୁ ସେ ସୁସ୍ଥ ଓ ସମ୍ମାନର ସହ ଫେରିଥିବା ଯୋଗୁ ବେଶ୍‌ ଖୁସି ଅନୁଭବ କରୁଥିବା ଜୟନ୍ତ କହିଛନ୍ତି। ଏ ବିଷୟରେ ପୋକତୁଙ୍ଗା ସରପଞ୍ଚ ରିନାରାଣୀ ପ୍ରଧାନ ଓ ଗ୍ରାମ ସମ୍ପାଦକ ପ୍ରଶାନ୍ତ ପ୍ରଧାନ କହିଛନ୍ତି, ଦୀର୍ଘ ରାସ୍ତା ପାଦରେ ଚାଲି ଆସିବା ପରେ ଜୟନ୍ତ ଫୋନ କରି କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ। ଘରକୁ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକ ତାଙ୍କ ଭଳି ସଚେତନ ନାଗରିକର କର୍ତ୍ତବ୍ୟ କରିବା ଉଚିତ ବୋଲି ସେମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

ମନ ନିୟନ୍ତ୍ରଣ ରଖିଲେ ନିଶାକୁ ଦୂରେଇ ହେବ: ନିଶାମୁକ୍ତ ଭାରତ ଲକ୍ଷ୍ୟ

ଭଞ୍ଜନଗର,୧୮।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ନିଶାମୁକ୍ତ ଭାରତ’ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ…

ବିଲକୁ ଯିବା ବାଟରେ ଗୋଡାଇ ଗୋଡାଇ କାମୁଡିଲା ମାଙ୍କଡ଼, ତଳେ ପଡିଯିବାରୁ…..

ଆନନ୍ଦପୁର,୧୮।୮(ସୁଶାନ୍ତ କୁମାର ସାହୁ): ମାଙ୍କଡ଼ କାମୁଡ଼ାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ହେଉଛନ୍ତି ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri