ଭୁଶୁଡ଼ିଲା ସ୍କୁଲ ସଭାକକ୍ଷ

କଣିହାଁ, ୮ା୯(ଡି.ଏନ.ଏ.) – ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା କଣିହାଁ ବ୍ଲକର ସର୍ବପୁରାତନ ପବିତ୍ରମୋହନ ହାଇସ୍କୁଲର ସଭାକକ୍ଷ କୋଠା ଶୁକ୍ରବାର ବିଳମ୍ବିତ ରାତିରେ ଭୁଶୁଡି ପଡିଛି। ଲଙ୍ଗ ହଲ୍‌ କୁହାଯାଉଥିବା ବିଦ୍ୟାଳୟର ଏହି କକ୍ଷରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତା, ପୂଜା ଉତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଲଗାଣ ବର୍ଷ ଯୋଗୁ ଏହା ଅଧିକ ଦୁର୍ବଳ ହୋଇ ଭୁଶୁଡି ପଡିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଦାଶରଥି ଜେନା, ସହକାରୀ ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ, ବିନାୟକ ପ୍ରଧାନ ପ୍ରମୁଖ କହିଛନ୍ତି, ବିପଦସଙ୍କୁଳରେ ଥିବା କାନ୍ଥ ଭାଙ୍ଗି ଯାଇଛି। ତେବେ ଏଥିଯୋଗୁ ବିଦ୍ୟାଳୟର ସମସ୍ୟା ମଧ୍ୟ ବଢିଛି। ନୂତନ କକ୍ଷ ନିର୍ମାଣ କରାଯିବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି।
ସେହିପରି ବର୍ଷା ଯୋଗୁ କଣିହାଁ ବ୍ଲକ କଣିହାଁ-ରେଙ୍ଗାଳି ରାସ୍ତାର ଝରାବେରେଣୀ ଗ୍ରାମର ବହୁ ଲୋକଙ୍କ ଘରେ ପାଣି ପଶିଛି। ବ୍ଲକ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଉନ୍ନତୀକରଣରେ ଡ୍ରେନଗୁଡିକୁ ପୋତି ଦିଆଯାଇଥିବାରୁ ପାଣି ନିଷ୍କାସନ ହୋଇପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ରମେଶ ଚନ୍ଦ୍ର ପ୍ରଧାନ, ଶ୍ରୀକର ସାହୁ, ଖଗେଶ୍ୱର ସାହୁ, ପୁଲସ୍ତି ସାହୁ, ପବିତ୍ର ସାହୁ, କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ କୁହନ୍ତି, ରାଜପଥ ନିର୍ମାଣ ବେଳେ ଡ୍ରେନକୁ ପୋତି ଦିଆଯାଇଛି। ରାସ୍ତା ନିର୍ମାଣ ପରେ ଡ୍ରେନ କରାଯିବ ବୋଲି ଠିକାସଂସ୍ଥା ପକ୍ଷରୁ କୁହାଯାଇଥିଲା। ହେଲେ ଏହା କରାଗଲା ନାହିଁ। ସେହିପରି ଏନଟିପିସି ମୁଣ୍ଡାହଟିଂଠାରେ ମଧ୍ୟ ପାଣି ପଶି ଏପରି ସମସ୍ୟା ଉପୁଜିଛି। ଏଥିଯୋଗୁ ଲଳିତା ଲାଙ୍ଗୁରିଙ୍କ ଘର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ବର୍ଷା ଛାଡିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପାଣି ନିଷ୍କାସନ କରାଯାଇଛି। ବ୍ଲକ ଅଗ୍ନିଶମ ଅଧିକାରୀ ରୋହିତ ବେହେରା କୁହନ୍ତି, କଣିହାଁ ହଟିଂରେ ଡ୍ରେନ ଉପରେ ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ ହୋଇଥିବାରୁ ଏହା ପୋତି ହୋଇଯାଇଛି। ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ଜଳ ନିଷ୍କାସନ କରାଯାଇଥିବା ସେ କହିଛନ୍ତି। ସେହିପରି ଝରାବେରେଣୀ ଗ୍ରାମରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଅଧା କିଲୋମିଟର ଖଟିଆରେ ବୁହା ହେଲେ ପ୍ରସୂତି

ଲାଞ୍ଜିଗଡ, ୧୮।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀପଡ଼ା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଠାରେ…

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

ଗଞ୍ଜେଇ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ମାଡିବସିଲା ଅଡବା ପୋଲିସ, ୭ କ୍ୱିଣ୍ଟାଲ ଜବତ

ମୋହନା,୧୮।୮(ମନ୍ମଥ ମିଶ୍ର): ଜଙ୍ଗଲରୁ ବାହାରିଲା ୭ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆଟାପଡ଼ା…

ବାପାକୁ ଆକ୍ରମଣ କଲେ ପୁଅ, ଗିରଫ କରିବାକୁ ଯାଇ ପୋଲିସ ହଟହଟା

ଗୋପ,୧୮।୮( ଭାରତୀ ଭୂଷଣ ଉପାଧ୍ୟାୟ): ମଙ୍ଗଳବାର ଭୋର ସମୟରେ ଗୋପ ଥାନା ଅନ୍ତର୍ଗତ ଗଣେଶ୍ବରପୁର ଗ୍ରାମରେ ଛୁରାମାଡ଼ ହୋଇଛି । ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁତ୍ର ବିକି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ: ଶ୍ମଶାନ ପାଇଁ ସ୍ଥାନ ଚିହ୍ନଟ କଲା ପ୍ରଶାସନ

ଗଞ୍ଜାମ, ୧୮।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତର ବାଉଁଶିଆପଡ଼ା ଗ୍ରାମରେ ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀ କେନାଲ ପାର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri