ଅନୁଗୋଳ ଅଫିସ, ୨।୧୦- ଅଣ୍ଟାରେ ଇଞ୍ଜେକଶନ ଛୁଞ୍ଚି ଭାଙ୍ଗି ରହିଯାଇଥିବାରୁ ଅନୁଗୋଳ ଜିଲା ତାଳଚେର କଣ୍ଢାଳ ପଞ୍ଚାୟତ ବାଲୁଗଁାର ଜଣେ ୫ ବର୍ଷୀୟା ଶିଶୁକନ୍ୟା ଯନ୍ତ୍ରଣା ଭୋଗୁଛି। ଅନୁଗୋଳ ଓ କଟକର ଏକ ଘରୋଇ ନର୍ସିଂହୋମ୍ରେ ଅସ୍ତ୍ରୋପଚାର ବିଫଳ ହେବା ପରେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ନ ପାରି ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ଆଣିଥିବା ସୂଚନା ମିଳିଛି। ତେବେ ଏ ନେଇ କିଛି ଜାଣି ନ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ(ମେଡିକାଲ) ଲକ୍ଷ୍ମୀ ନାରାୟଣ ବିଶୋଇ କହିଛନ୍ତି।
ଶିଶୁକନ୍ୟାଙ୍କ ବାପା ନିରଞ୍ଜନ ବେହେରା କହିଛନ୍ତି, ଦେଢ଼ମାସ ତଳେ ଝିଅ ବଳରାମପ୍ରସାଦସ୍ଥିତ ମାମୁ ଘରକୁ ଯାଇଥିବାବେଳେ ଜ୍ୱରରେ ପୀଡ଼ିତ ହୋଇଥିଲା। ନିକଟରେ ଥିବା ଏକ କ୍ଲିନିକ୍ର ଫାର୍ମାସିଷ୍ଟ ଝିଅକୁ ଇଞ୍ଜେକଶନ୍ ଦେଇଥିଲେ। କିନ୍ତୁ ଛୁଞ୍ଚତ୍ଟି ଭାଙ୍ଗି ଅଣ୍ଟାରେ ରହିଯାଇଥିଲା। ପରେ ଯନ୍ତ୍ରଣା ହେବାରୁ ଝିଅକୁ ଅନୁଗୋଳର ଏକ ଘରୋଇ ମେଡିକାଲରେ ଦେଖାଇଥିଲେ। ସେଠାରେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ପରେ କଟକର ଏକ ଘରୋଇ ନର୍ସିଂହୋମରେ ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ୩ଡି ଡିଜିଟାଲ ମେଶିନ ନ ଥିବାରୁ ଛୁଞ୍ଚତ୍ ଠାବ କରାଯାଇପାରି ନ ଥିଲା। ପାଖରେ ଆଉ ଅର୍ଥ ନ ଥିବାରୁ ଅଧିକ ଚିକିତ୍ସା କରି ନ ପାରି ଝିଅକୁ ଘରକୁ ଫେରାଇ ଆଣିଛନ୍ତି। ପ୍ରଶାସନ ସହାୟତା ଦେଲେ ଝିଅ ଯନ୍ତ୍ରଣାମୁକ୍ତ ହୋଇପାରନ୍ତା ବୋଲି ନିରଞ୍ଜନ ପ୍ରକାଶ କରିଛନ୍ତି।
Posted inଅନୁଗୋଳ, ଆମ ଜିଲା ଖବର View All

ମାତୃ ଓ ଶିଶୁ ସୁରକ୍ଷା ଯୋଜନା ବାଟବଣା: ଟଙ୍କାଟିଏ ପାଉନାହାନ୍ତି ଆଦିବାସୀ ମା’
ଜୟପୁର,୧୫ା୩(ନି.ପ୍ର.) ମାତୃ ଓ ଶିଶୁ ସୁରକ୍ଷା ପାଇଁ ସରକାର ବହୁ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ କୋରାପୁଟ ପରି ଉପାନ୍ତ ଜିଲାରେ ଏହା ଫଳପ୍ରଦ ହୋଇପାରୁ ନାହିଁ।...

ଗୃହ କାର୍ଯ୍ୟାଦେଶ ଆବଣ୍ଟନ ବେଳେ ଉତ୍ତେଜନା: ସରପଞ୍ଚମାନଙ୍କ ଧାରଣା
ଆନନ୍ଦପୁର,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହରେ ଶନିବାର ପୂର୍ବାହ୍ନରେ ଗ୍ରାମାଞ୍ଚଳ ଗୃହ କାର୍ଯ୍ୟାଦେଶ ଆବଣ୍ଟନ ନିମନ୍ତେ ଏକ...

‘ବୁଲ୍ବୁଲ୍’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର
ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ....

ବେଆଇନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଲେ ପରିବାର
ବସ୍ତା,୨୩।୧(ଡି.ଏନ.ଏ)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଜୁଆରୀ ଗ୍ରାମର...

ହକି ଗଡ଼ରେ ଉତ୍ସବ
ସୁନ୍ଦରଗଡ଼,୫।୮(ଡି.ଏନ୍.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର...

ଆଶୀର୍ବାଦଙ୍କ ଜାମିନ ଆବେଦନ ଶୁଣାଣି: ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ
କଟକ ଅଫିସ, ୧୫ା୧୧- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ଏହି ଶୁଣାଣିରେ ଆଶୀର୍ବାଦଙ୍କ...

ହାଟଡିହୀରେ ସ୍ବାଧୀନତା ଦିବସ
ହାଟଡିହୀ,୧୫ା୮(ସ୍ବ.ପ୍ର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର...

ଘୁଣ୍ଟିପଶି ଗ୍ରାମ୍ୟ ରାସ୍ତା ନିର୍ମାଣ ନିମ୍ନମାନର:ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ
ଝୁମ୍ପୁରା, ୩୦।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ଘୁଣ୍ଟିପଶି ଗ୍ରାମ। ନହବେଡା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଏହି ଗ୍ରାମଟି ରହିଥିବା...