ନିଯୁକ୍ତି ପ୍ରତିଶୃତି  ପ୍ରହସନ : ନିର୍ବାଚନ ପରେ ନେତା ନୀରବ

ପାରାଦୀପ,୨୪ା୬(ସ୍ବ.ପ୍ର.): ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଛିଡ଼ାହୋଇଛି। ତେଣୁ ଗତ ସାଧାରଣ ନିର୍ବାଚନରେ ପ୍ରାୟ ସବୁ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଥିଲେ। ବିଶେଷ କରି ପାରାଦୀପ ନିର୍ବାଚନମଣ୍ଡଳୀରେ ପ୍ରାୟ ସମସ୍ତ ବିଧାୟକ ଓ ଏମ୍‌ପି ପ୍ରାର୍ଥୀ ନିଯୁକ୍ତି ପ୍ରତିଶୃତି  ଦେଇ ଭୋଟରଙ୍କୁ ହାତେଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିର୍ବାଚନ ପରେ ଉକ୍ତ ପ୍ରତିଶୃତି  କଥା ସେମାନେ ମନରୁ ପାସୋରି ଦେଲେଣି, ଯାହାକି ଗତ ୧୯ ତାରିଖରେ ପାରାଦୀପସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ କର୍ପୋରେଟ୍‌ ମିଟ୍‌ରୁ ସ୍ପଷ୍ଟ ହୋଇଛି। ଏଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଶିଳ୍ପସଂସ୍ଥାଗୁଡିକ ଗ୍ରାମାଞ୍ଚଳର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବା। ଶିଳ୍ପ ସଂସ୍ଥାରେ ଚାକିରି ପାଇଁ ପ୍ରଥମେ ତାଲିମ ଦିଆଯିବା ପରେ ନିଶ୍ଚିତ ଭାବେ ନିଯୁକ୍ତି ଦିଆଯିବ। ଏଥିରେ ପାରାଦୀପରେ ଥିବା ୧୫ ବୃହତ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ। ଓରମାସ ଓ ଓଏଲ୍‌ଏମ୍‌ ଓ୍ବାରା ଆୟୋଜିତ ଉକ୍ତ ବୈଠକରେ ଜିଲାପାଳଙ୍କ ସହ ଜିଲାର ସବୁ ବିଭାଗର ପ୍ରତିନିଧି ଓ ଜନପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଜିଲାପାଳ କିମ୍ବା କୌଣସି ଜନପ୍ରତିନିଧି ଉକ୍ତ ବୈଠକକୁ ଆସିଲେ ନାହିଁ। ଦ୍ୱିତୀୟ ପାହ୍ୟାର ଅଧିକାରୀମାନଙ୍କୁ ନେଇ ବୈଠକ ହେଲା। କେଉଁ ଶିଳ୍ପ ସଂସ୍ଥାରେ କେତେ ନିଯୁକ୍ତି ବା ତାଲିମ ମିଳିବ ତାହା ମଧ୍ୟ ଅସ୍ପଷ୍ଟ ରହିଲା। ଉକ୍ତ ଘଟଣାରୁ ସ୍ପଷ୍ଟ ଯେ, ବାସ୍ତବରେ ନିଯୁକ୍ତି ପ୍ରସଙ୍ଗରେ ଶାସକ-ପ୍ରଶାସକମାନେ କେତେ ଚିନ୍ତାଶୀଳ। ଅନ୍ୟ ଏକ ପ୍ରସଙ୍ଗ ହେଲା ୨୦୧୮ ସେପ୍ଟେମ୍ବର ୨୨ରେ ରାଜ୍ୟ ପ୍ରିନ୍ସପାଲ ସେକ୍ରେଟାରୀ ଏକ ସର୍କୁଲାର (ନଂ.୮୦୧୯) ଜାରି କରିଥିଲେ। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ପ୍ରତ୍ୟେକ ଶିଳ୍ପ ସଂସ୍ଥାରେ ଅତିକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ କାମରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ସଂଖ୍ୟାର ୯୦ ପ୍ରତିଶତ ସ୍ଥାନୀୟ ଲୋକ ରହିବେ। ସୁପରଭାଇଜର, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ କର୍ମଚାରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ରହିବା କଥା। ଏପରିକି ଶିଳ୍ପ ସଂସ୍ଥାର ସମୁଦାୟ କର୍ମଚାରୀଙ୍କ ମଧ୍ୟରେ ୩୦ ପ୍ରତିଶତ ସ୍ଥାନୀୟ ଲୋକ ରହିବେ। ଉକ୍ତ ସର୍କୁଲାର କେବଳ ବିଭାଗୀୟ ଅଫିସ ଫାଇଲରେ ରହିଯାଇଛି। ଉକ୍ତ ନିୟମ ପାରାଦୀପରେ ଥିବା କୌଣସି ଶିଳ୍ପ ଓ ରାଷ୍ଟ୍ରାୟାତ ଉଦ୍ୟୋଗ ପାଳନ କରୁ ନାହାନ୍ତି। ଗତ ୧୦ ବର୍ଷରେ ମାତ୍ର ୪ଜଣଙ୍କୁ ଶିଳ୍ପ ସଂସ୍ଥାରେ ଚାକିରି ମିଳିଛି ବୋଲି ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟରୁ ଜଣାଯାଇଛି। ତେଣୁ ନିଯୁକ୍ତି ପ୍ରସଙ୍ଗରେ ସରକାର କେତେ ତତ୍ପରତା ଦେଖାଉଛନ୍ତି, ତାହା ଏଥିରେୁ ପ୍ରମାଣିତ ହେଉଛି। ପାରାଦୀପରେ ଛତୁ ଫୁଟିଲା ଭଳି ୟୁନିୟନ ବଢିଚାଲିଛି। ନିୟୋଜନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଟି ଆଇନ ଅଛି। ତାହା ହେଲା ସିଏନ୍‌ଭି ଆକ୍ଟ ୧୯୫୯ (କମ୍ପଲସରି ନୋଟିଫିକେଶନ ଭାକାନ୍ସି) ଓ ଓଆରଭି ୧୯୬୩ (ଓଡ଼ିଶା ରିଜର୍ଭକେଶନ ଆକ୍ଟ)। ଏହା ସତ୍ତ୍ୱେ ବେକାରୀ ସମସ୍ୟା ବଢିଚାଲିଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଁ ଦଲାଲି ଓ ରାଜନୀତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ…

ଭଞ୍ଜନଗରରେ ଜାତୀୟ ଆଇନ ସେବା ଦିବସ ପାଳିତ

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଅପରାହହ୍ନ ସ୍ଥାନୀୟ ବାର୍ ଆସୋସିଏଶନ୍‌ର ଲାଇବ୍ରେରୀ ହଲ୍‌ଠାରେ ଜାତୀୟ ଆଇନ ସେବା…

ଟାଟା ଏସି-ଅଟୋ ମୁହାଁମୁହିଁ ଧକ୍କା, ୮ ଗୁରୁତର

ହିଞ୍ଜିଳିକାଟୁ,୯।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ସୋମବାର ଏକ ଟାଟା ଏସି ଏବଂ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ…

IPL ୨୦୨୭ ଟ୍ରେଡ୍‌କୁ ନେଇ ହଲଚଲ! ରାଜସ୍ଥାନ ରୟାଲ୍ସ ଛାଡିଦେବେ ବୈଭବ! ଅଶ୍ୱିନ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ…

WTC ପଏଣ୍ଟ ଟେବୁଲରେ ବଦଳିଲା ସମୀକରଣ: ବାଂଲାଦେଶର ପରାଜୟରୁ ଭାରତକୁ ବଡ଼ ଫାଇଦା! ଜାଣନ୍ତୁ କେଉଁ ସ୍ଥାନରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ, ୯।୧୧: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଶେଷ ହୋଇଛି। ଏହି ସିରିଜକୁ ୱେଷ୍ଟଇଣ୍ଡିଜ ୧-୦ରେ ନିଜ ନାମରେ କରିଛି।…

ହସିନାଙ୍କ ସ୍ୱଦେଶ ଫେରିବା ଚର୍ଚ୍ଚା; ବଡ଼ କଥା କହିଲେ ବାଂଲାଦେଶ ସରକାର, ରାଜନୈତିକ…

ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ସ୍ୱଦେଶ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ଉଠାଇଛନ୍ତି ସରକାର । ହସିନାଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ କେବଳ…

ଶିବ ଦର୍ଶନ ଅଧାରେ ରହିଗଲା: ଭାଇଙ୍କ ମୃତ୍ୟୁ, ଭଉଣୀ ଗୁରୁତର

ଭଞ୍ଜନଗର, ୯/୧୧ (ବାବୁଲା ପ୍ରଧାନ): ଶିବ ମନ୍ଦିରରେ ଠାକୁର ଦର୍ଶନ କରିବାକୁ ଆସୁଥିବା ବେଳେ ଘଟିଲା ଅଘଟଣ। ମନ୍ଦିରଠାରୁ ମାତ୍ର ୫୦ ମିଟର ଦୂରରେ ବାଇକ୍ ଦୁର୍ଘଟଣାରେ…

ନିଖୋଜ ଯୁବକଙ୍କ ମିଳିଲା ଗଳିତ ମୃତଦେହ

ଏମ୍‌.ରାମପୁର,୯ା୧୧(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଏମ୍‌.ରାମପୁର ବ୍ଲକ କାର୍ଯ୍ୟାଳୟ ପଛପଟେ ଥିବା କୁସୁମଦେଇ ପାହାଡ଼ ଉପରୁ ନିଖୋଜ ଥିବା ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?