ନିଯୁକ୍ତି ପ୍ରତିଶୃତି  ପ୍ରହସନ : ନିର୍ବାଚନ ପରେ ନେତା ନୀରବ

ପାରାଦୀପ,୨୪ା୬(ସ୍ବ.ପ୍ର.): ବର୍ତ୍ତମାନ ଦେଶରେ ବେକାରୀ ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଛିଡ଼ାହୋଇଛି। ତେଣୁ ଗତ ସାଧାରଣ ନିର୍ବାଚନରେ ପ୍ରାୟ ସବୁ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଅସ୍ତ୍ର କରି ମଇଦାନକୁ ଓହ୍ଲାଇଥିଲେ। ବିଶେଷ କରି ପାରାଦୀପ ନିର୍ବାଚନମଣ୍ଡଳୀରେ ପ୍ରାୟ ସମସ୍ତ ବିଧାୟକ ଓ ଏମ୍‌ପି ପ୍ରାର୍ଥୀ ନିଯୁକ୍ତି ପ୍ରତିଶୃତି  ଦେଇ ଭୋଟରଙ୍କୁ ହାତେଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିର୍ବାଚନ ପରେ ଉକ୍ତ ପ୍ରତିଶୃତି  କଥା ସେମାନେ ମନରୁ ପାସୋରି ଦେଲେଣି, ଯାହାକି ଗତ ୧୯ ତାରିଖରେ ପାରାଦୀପସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ କର୍ପୋରେଟ୍‌ ମିଟ୍‌ରୁ ସ୍ପଷ୍ଟ ହୋଇଛି। ଏଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଶିଳ୍ପସଂସ୍ଥାଗୁଡିକ ଗ୍ରାମାଞ୍ଚଳର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବା। ଶିଳ୍ପ ସଂସ୍ଥାରେ ଚାକିରି ପାଇଁ ପ୍ରଥମେ ତାଲିମ ଦିଆଯିବା ପରେ ନିଶ୍ଚିତ ଭାବେ ନିଯୁକ୍ତି ଦିଆଯିବ। ଏଥିରେ ପାରାଦୀପରେ ଥିବା ୧୫ ବୃହତ ଶିଳ୍ପ ସଂସ୍ଥାର ପ୍ରତିନିଧି ଯୋଗ ଦେଇଥିଲେ। ଓରମାସ ଓ ଓଏଲ୍‌ଏମ୍‌ ଓ୍ବାରା ଆୟୋଜିତ ଉକ୍ତ ବୈଠକରେ ଜିଲାପାଳଙ୍କ ସହ ଜିଲାର ସବୁ ବିଭାଗର ପ୍ରତିନିଧି ଓ ଜନପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଜିଲାପାଳ କିମ୍ବା କୌଣସି ଜନପ୍ରତିନିଧି ଉକ୍ତ ବୈଠକକୁ ଆସିଲେ ନାହିଁ। ଦ୍ୱିତୀୟ ପାହ୍ୟାର ଅଧିକାରୀମାନଙ୍କୁ ନେଇ ବୈଠକ ହେଲା। କେଉଁ ଶିଳ୍ପ ସଂସ୍ଥାରେ କେତେ ନିଯୁକ୍ତି ବା ତାଲିମ ମିଳିବ ତାହା ମଧ୍ୟ ଅସ୍ପଷ୍ଟ ରହିଲା। ଉକ୍ତ ଘଟଣାରୁ ସ୍ପଷ୍ଟ ଯେ, ବାସ୍ତବରେ ନିଯୁକ୍ତି ପ୍ରସଙ୍ଗରେ ଶାସକ-ପ୍ରଶାସକମାନେ କେତେ ଚିନ୍ତାଶୀଳ। ଅନ୍ୟ ଏକ ପ୍ରସଙ୍ଗ ହେଲା ୨୦୧୮ ସେପ୍ଟେମ୍ବର ୨୨ରେ ରାଜ୍ୟ ପ୍ରିନ୍ସପାଲ ସେକ୍ରେଟାରୀ ଏକ ସର୍କୁଲାର (ନଂ.୮୦୧୯) ଜାରି କରିଥିଲେ। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ପ୍ରତ୍ୟେକ ଶିଳ୍ପ ସଂସ୍ଥାରେ ଅତିକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ କାମରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ସଂଖ୍ୟାର ୯୦ ପ୍ରତିଶତ ସ୍ଥାନୀୟ ଲୋକ ରହିବେ। ସୁପରଭାଇଜର, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ କର୍ମଚାରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ରହିବା କଥା। ଏପରିକି ଶିଳ୍ପ ସଂସ୍ଥାର ସମୁଦାୟ କର୍ମଚାରୀଙ୍କ ମଧ୍ୟରେ ୩୦ ପ୍ରତିଶତ ସ୍ଥାନୀୟ ଲୋକ ରହିବେ। ଉକ୍ତ ସର୍କୁଲାର କେବଳ ବିଭାଗୀୟ ଅଫିସ ଫାଇଲରେ ରହିଯାଇଛି। ଉକ୍ତ ନିୟମ ପାରାଦୀପରେ ଥିବା କୌଣସି ଶିଳ୍ପ ଓ ରାଷ୍ଟ୍ରାୟାତ ଉଦ୍ୟୋଗ ପାଳନ କରୁ ନାହାନ୍ତି। ଗତ ୧୦ ବର୍ଷରେ ମାତ୍ର ୪ଜଣଙ୍କୁ ଶିଳ୍ପ ସଂସ୍ଥାରେ ଚାକିରି ମିଳିଛି ବୋଲି ସ୍ବତନ୍ତ୍ର ନିୟୋଜନ କାର୍ଯ୍ୟାଳୟରୁ ଜଣାଯାଇଛି। ତେଣୁ ନିଯୁକ୍ତି ପ୍ରସଙ୍ଗରେ ସରକାର କେତେ ତତ୍ପରତା ଦେଖାଉଛନ୍ତି, ତାହା ଏଥିରେୁ ପ୍ରମାଣିତ ହେଉଛି। ପାରାଦୀପରେ ଛତୁ ଫୁଟିଲା ଭଳି ୟୁନିୟନ ବଢିଚାଲିଛି। ନିୟୋଜନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁଇଟି ଆଇନ ଅଛି। ତାହା ହେଲା ସିଏନ୍‌ଭି ଆକ୍ଟ ୧୯୫୯ (କମ୍ପଲସରି ନୋଟିଫିକେଶନ ଭାକାନ୍ସି) ଓ ଓଆରଭି ୧୯୬୩ (ଓଡ଼ିଶା ରିଜର୍ଭକେଶନ ଆକ୍ଟ)। ଏହା ସତ୍ତ୍ୱେ ବେକାରୀ ସମସ୍ୟା ବଢିଚାଲିଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇଁ ଦଲାଲି ଓ ରାଜନୀତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଇଲେକ୍ଟ୍ରି ବିଲ୍‌ ନ ଦେଲେ ଜବତ ହେବ ଘରବାଡି ସମ୍ପତ୍ତି! କଠୋର ହେଲା ନିୟମ

ନୂଆଦିଲ୍ଲୀ,୧୭।୫: ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ରାଜ୍ୟର ବିଜୁଳି ବିଭାଗ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତ ନିଗମ ଦୀର୍ଘ ସମୟ ଧରି…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri