ଅନୁଗୋଳ ଅଫିସ, ୨୫ା୧୦- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟରୁ ଗୁରୁବାର ସନ୍ଧ୍ୟାରେ ଏକ ଗ୍ଲୋବ୍ସ ବାହାରିଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଭାତରେ ମିଶିଯାଇଥିବା ଉକ୍ତ ଗ୍ଲୋବ୍ସ ବାନ୍ତିରେ ବାହାରିବା ପରେ ଘଟଣା ପଦାକୁ ଆସିଥିବା କୁହାଯାଉଛି। କିନ୍ତୁ ଏ ନେଇ କିଛି ଅଭିଯୋଗ କି ସୂଚନା ନ ଥିବା ସିଡିଏମ୍ଓ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି କହିଛନ୍ତି।
ମେଡିସିନ ବିଭାଗ ମହିଳା ଓ୍ବାର୍ଡରେ ଚିକିତ୍ସାଧୀନ କେନ୍ଦ୍ରାପଡ଼ାର କୌଶଲ୍ୟା କହିଛନ୍ତି ଯେ, ତାଙ୍କୁ ସନ୍ଧ୍ୟାରେ ଦିଆଯାଇଥିବା ଭାତରେ ରବର ଗ୍ଲୋବ୍ସ ରହିଯାଇଥିଲା। ଜାଣି ନ ପାରି ସେ ଭାତ ସହ ତାହାକୁ ଖାଇ ଦେଇଥିଲେ। ହେଲେ କିଛି ସମୟ ପରେ ସେ ବାନ୍ତି କରିବାରୁ ସେଥିରେ ଉକ୍ତ ଗ୍ଲୋବ୍ସ ବାହାରି ଆସିଥିଲା। ଏ ନେଇ ୱାର୍ଡରେ ଥିବା ଡାକ୍ତରଙ୍କୁ ସେ ଅବଗତ କରିଥିଲେ। ଉକ୍ତ ଓ୍ବାର୍ଡରେ ଚିକିତ୍ସାଧୀନ ଅନ୍ୟ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମଧ୍ୟ କୌଶଲ୍ୟାଙ୍କ ବାନ୍ତିରେ ଗ୍ଲୋବ୍ସ ବାହାରିଥିବା କହିଛନ୍ତି। ତେବେ ମେଡିକାଲକୁ ଖାଦ୍ୟ ଯୋଗାଉଥିବା ଶକ୍ତି ରଞ୍ଜନ ପ୍ରଧାନ ଘଟଣା ସମ୍ପର୍କରେ ମୁହଁ ଖୋଲି ନ ଥିବା ବେଳେ ଓ୍ବାର୍ଡରେ ଥିବା ଡାକ୍ତର ଏ ନେଇ ପ୍ରଶାସନକୁ କାହିଁକି ଜଣାଇ ନାହାନ୍ତି ତାହାକୁ ନେଇ ରୋଗୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା: ରୋଗୀଙ୍କ ଖାଦ୍ୟରୁ ଗ୍ଲୋବ୍ସ ବାହାରିଥିବା ଚର୍ଚ୍ଚା
Posted inଅନୁଗୋଳ, ଆମ ଜିଲା ଖବର View All
ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…
ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…
ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ
କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…
ଭାରସାମ୍ୟ ହରାଇ ଟ୍ୟାଙ୍କର୍ ଦୁର୍ଘଟଣା: ଗାଡି ଭିତରେ ଚାପି ହୋଇଗଲେ
ଲାଞ୍ଜିଗଡ,୧୫।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡାଠାରେ ଏକ ଆଲୁମିନା ପାଉଡର ବୋଝେଇ ବଲକର ରବିବାର…
ମଦ ଦୋକାନକୁ ତୀବ୍ର ବିରୋଧ: ହଜାରରୁ ଅଧିକ ଲୋକଙ୍କ ଜନଆନ୍ଦୋଳନ
ତିହିଡ଼ି,୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀ ହରିହଂସ କୀର୍ତ୍ତନ ମଣ୍ଡପ ପରିସରରେ ଆଜି ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ…
ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟି ନେଲେ ଟଙ୍କା ସହ ଲକ୍ଷାଧିକ ସୁନା ଅଳଙ୍କାର
ନୀଳଗିରି, ୧୫/୦୬,(ପ୍ରଶାନ୍ତ କୁମାର ବିଶ୍ବାଳ):କଳାକନା ବୁଲାଇଲେ ଦୁର୍ବୃତ୍ତ। ରବିବାର ରାତି ପ୍ରାୟ ୮ଟା ୩୦ ରୁ ୯ ଟା ୩୦ ମିନିଟ ସମୟରେ ଚୋରି ହୋଇଥିବାର ଅନୁମାନ।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିର୍ମାଣାଧିନ ପୋଲ ତଳକୁ ଖସି ୨ ମୃତ
ନୀଳଗିରି,୧୫।୬,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ବରହମପୁର ଥାନା ଶେରଗଡ଼ ନୀଳଗିରି ଝରଣଘାଟି ରାସ୍ତା ୧୯ ନମ୍ବର ରାଜ୍ୟ ରାଜପଥର ତେଲିପାଳ ନିକଟରେ ପହିଲି ରଜ ରବିବାର…
ଆଦାୟ ହେଉଛି ରାଜସ୍ବ, ହେଉନି ପଙ୍କୋଦ୍ଧାର, ଶୁଖିଲା ପଡ଼ିଛି ପୋଖରୀ
ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମରେ ଥିବା ପୋଖରୀଗୁଡ଼ିକର ଦୁରବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମରେ ମୋଟ୍ ୭ଟି…
ଦୁଇ ଓସିଏସ୍ଙ୍କୁ ସମ୍ମାନିତ କଲେ ଜିଲାପାଳ, କହିଲେ ସମସ୍ତ ପ୍ରକାରର ଲୋକଙ୍କୁ କିପରି…
କେସିଙ୍ଗା,୧୫ା୬(ତୁମେଶ୍ୱର ସାହୁ): ଓଡ଼ିଶା ପ୍ରଶାସନିକ ସେବାର ଫଳାଫଳ ପ୍ରକାଶିତ ପରେ ଉତ୍ତୀର୍ଣ୍ଣ ହୋଇଥିବା କଳାହାଣ୍ଡି ଜିଲାର କେସିଙ୍ଗା ସହରର ଚତୁର୍ଥ ସ୍ଥାନରେ ଥିବା କନକ ଜୈନ ଏବଂ…
Archives

