ଏଇ ଭାରତରେ

ମାଟି କିମ୍ବା ସିମେଣ୍ଟ ଇଟା ନୁହେଁ ଏଥର ସ୍ବପ୍ନର ଘର ନିର୍ମାଣ କରିବେ ଏକ ସ୍ବତନ୍ତ୍ର ଇଟାରେ। ଏହା ପୁଣି ତିଆରି ହୋଇଛି ଶତପ୍ରତିଶତ ବର୍ଜ୍ୟବସ୍ତୁରେ। ଇଟାର ଦାମ୍‌ ରଖାଯାଇଛି ୧୦ ଟଙ୍କା। ଏହା ମାଟି ଓ ସିମେଣ୍ଟ ଇଟାଠାରୁ ଅଢେଇ ଗୁଣ ମଜଭୁତ। ଏଭଳି ଇଟା ପ୍ରସ୍ତୁତ କରୁଛନ୍ତି ଗୁଜରାଟର ବ୍ୟବସାୟୀ ମନୀଶ କୋଠାରୀ। ପେସାରେ ସେ ଜଣେ ମେକାନିକାଲ ଇଞ୍ଜିନିୟର। ରାଇନୋ ମେଶିନସ୍‌ କମ୍ପାନୀର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ମନୀଶ କମ୍ପାନୀକୁ ୧୯୮୬ରେ ପଞ୍ଜୀକରଣ କରିଥିଲେ। କମ୍ପାନୀର ନାମ ଅନୁସାରେ ଇଟାର ନାମ ରଖିଛନ୍ତି ରାଇନୋ ବ୍ରିକ୍ସ ବା ରାଇନୋ ଇଟା। ବର୍ଜ୍ୟ ପ୍ଲାଷ୍ଟିକ୍‌ ସହ ଫାଉଣ୍ଡ୍ରି ଡଷ୍ଟ୍‌ (ସିଲିକା, ମାଟି ଓ କାର୍ବନ ମିଶା ଧୂଳି) ମିଶାଇ ସେ ଇଟା ତିଆରି କରୁଛନ୍ତି। ୭୫ ପ୍ରତିଶତ ଫାଉଣ୍ଡ୍ରି ଡଷ୍ଟ ସହ ୨୫ ପ୍ରତିଶତ ପ୍ଲାଷ୍ଟିକ୍‌ ବର୍ଜ୍ୟ ରହୁଛି ଇଟାରେ। ଏହା ଏବେ ବ୍ୟବହାର କରାଯାଉଥିବା ପାରମ୍ପରିକ ଇଟାଠରୁ ୨୫ ପ୍ରତିଶତ ହାଲ୍‌କା। ଏହି ଇଟା ତିଆରି କରିବାରେ ପାଣି ବ୍ୟବହାର କରାଯାଉନାହିଁ।ଏଥିରେ କାନ୍ଥ ଗଢିବା ପରେ ବି ସେଥିରେ ପାଣି ଦେବାକୁ ପଡୁନାହିଁ ବୋଲି କହନ୍ତି ୫୨ ବର୍ଷୀୟ ମନୀଶ। ଏହି ଇଟା ଉପରେ ଗବେଷଣା ଓ ବିକାଶ କରିବାରେ ଆର୍‌ ପ୍ଲସ୍‌ ଡି ଲାବ୍‌ (ଏକ ଆର୍କିଟେକ୍‌ଚରାଲ ଫାର୍ମ) ମନୀଶଙ୍କୁ ସାହଯ୍ୟ କରିଛି। ୨୦୧୮ର ଶେଷାର୍ଦ୍ଧରେ ପ୍ରଥମେ ସେ ଏଭଳି ଇଟା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇପାରିଥିଲେ। ଫେବୃୟାରୀ ୨୦୨୦ରେ ଇଟା ତିଆରି କରିବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ଇଟା ଲାଗି ଅର୍ଡର ପହଞ୍ଚିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri