ଏଇ ଭାରତରେ

ମାଟି କିମ୍ବା ସିମେଣ୍ଟ ଇଟା ନୁହେଁ ଏଥର ସ୍ବପ୍ନର ଘର ନିର୍ମାଣ କରିବେ ଏକ ସ୍ବତନ୍ତ୍ର ଇଟାରେ। ଏହା ପୁଣି ତିଆରି ହୋଇଛି ଶତପ୍ରତିଶତ ବର୍ଜ୍ୟବସ୍ତୁରେ। ଇଟାର ଦାମ୍‌ ରଖାଯାଇଛି ୧୦ ଟଙ୍କା। ଏହା ମାଟି ଓ ସିମେଣ୍ଟ ଇଟାଠାରୁ ଅଢେଇ ଗୁଣ ମଜଭୁତ। ଏଭଳି ଇଟା ପ୍ରସ୍ତୁତ କରୁଛନ୍ତି ଗୁଜରାଟର ବ୍ୟବସାୟୀ ମନୀଶ କୋଠାରୀ। ପେସାରେ ସେ ଜଣେ ମେକାନିକାଲ ଇଞ୍ଜିନିୟର। ରାଇନୋ ମେଶିନସ୍‌ କମ୍ପାନୀର ମାଲିକ ତଥା ପରିଚାଳନା ନିର୍ଦ୍ଦେଶକ ମନୀଶ କମ୍ପାନୀକୁ ୧୯୮୬ରେ ପଞ୍ଜୀକରଣ କରିଥିଲେ। କମ୍ପାନୀର ନାମ ଅନୁସାରେ ଇଟାର ନାମ ରଖିଛନ୍ତି ରାଇନୋ ବ୍ରିକ୍ସ ବା ରାଇନୋ ଇଟା। ବର୍ଜ୍ୟ ପ୍ଲାଷ୍ଟିକ୍‌ ସହ ଫାଉଣ୍ଡ୍ରି ଡଷ୍ଟ୍‌ (ସିଲିକା, ମାଟି ଓ କାର୍ବନ ମିଶା ଧୂଳି) ମିଶାଇ ସେ ଇଟା ତିଆରି କରୁଛନ୍ତି। ୭୫ ପ୍ରତିଶତ ଫାଉଣ୍ଡ୍ରି ଡଷ୍ଟ ସହ ୨୫ ପ୍ରତିଶତ ପ୍ଲାଷ୍ଟିକ୍‌ ବର୍ଜ୍ୟ ରହୁଛି ଇଟାରେ। ଏହା ଏବେ ବ୍ୟବହାର କରାଯାଉଥିବା ପାରମ୍ପରିକ ଇଟାଠରୁ ୨୫ ପ୍ରତିଶତ ହାଲ୍‌କା। ଏହି ଇଟା ତିଆରି କରିବାରେ ପାଣି ବ୍ୟବହାର କରାଯାଉନାହିଁ।ଏଥିରେ କାନ୍ଥ ଗଢିବା ପରେ ବି ସେଥିରେ ପାଣି ଦେବାକୁ ପଡୁନାହିଁ ବୋଲି କହନ୍ତି ୫୨ ବର୍ଷୀୟ ମନୀଶ। ଏହି ଇଟା ଉପରେ ଗବେଷଣା ଓ ବିକାଶ କରିବାରେ ଆର୍‌ ପ୍ଲସ୍‌ ଡି ଲାବ୍‌ (ଏକ ଆର୍କିଟେକ୍‌ଚରାଲ ଫାର୍ମ) ମନୀଶଙ୍କୁ ସାହଯ୍ୟ କରିଛି। ୨୦୧୮ର ଶେଷାର୍ଦ୍ଧରେ ପ୍ରଥମେ ସେ ଏଭଳି ଇଟା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇପାରିଥିଲେ। ଫେବୃୟାରୀ ୨୦୨୦ରେ ଇଟା ତିଆରି କରିବା ଆରମ୍ଭ କରିଥିଲେ। ଏବେ ତାଙ୍କ ପାଖରେ ଇଟା ଲାଗି ଅର୍ଡର ପହଞ୍ଚିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri