ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି ଏମିତି ଘଟିପାରେ ଭାରତର ପୂର୍ୱ ଉପକୂଳରେ । କାରଣ ବର୍ଷ ଶେଷ ଆଡକୁ ମାଡ଼ି ଆସୁଛି ତିନୋଟି ବଡ଼ ସାଇକ୍ଲୋନ । ଯେଉଁଥିରୁ ବର୍ତ୍ତିବନି ଓଡିଶା-ଆନ୍ଧ୍ରପ୍ରଦେଶ । କିଛି ଏମିତି ପୂର୍ୱାନୁମାନ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଯାହାକୁ ନେଇ ଏବେଠୁ ଛାନିଆ ହେଲେଣି ଲୋକେ।

ଓଡିଶାରେ ପ୍ରତିବର୍ଷ ମାଡ଼ ହୁଏ ଛୋଟ ବଡ ଅନେକ ବାତ୍ୟା । ଅକ୍ଟୋବର ଆସିଲେ ଛାତି ଥରି ଉଠେ । କାରଣ ୧୯୯୯ ମସିହା ଅକ୍ଟୋବରରେ ଆସିଥିଲା ମହାବାତ୍ୟା । ପ୍ରାଣ ହରାଇଥିଲେ ଶହଶହ ଲୋକେ । ଅନେକ ଗାଁ ମାଟିରେ ମିଶିଯାଇଥିଲା । ସେହିପରି ୨୦୧୯ ମେ ମାସରେ ଆସିଥିବା ଫନି ବି ରଚିଥିଲା ତାଣ୍ଡବ । ପୁରୀ ଜିଲ୍ଲାରେ କରିଥିଲା ଲ୍ୟାଣ୍ଡଫଲ । ଭୂବନେଶ୍ୱରରେ ରଚିଥିଲା ପ୍ରଳୟ । ୭ ଦିନ ଯାଏଁ ଅନେକ ଜାଗା ରହିଥିଲା ଅନ୍ଧାରରେ ।

ଇସ୍ରୋର ମଡେଲ କହୁଛି ଯେ, ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ ଭାରତ ମହାସାଗରରେ ସୃଷ୍ଟି ହେବ ତିନୋଟି ସାଇକ୍ଲୋନ । ଯାହାର ପାଓୱାର ଡିସିପେସନ ଇଣ୍ଡେକ୍ସ ଏକ କୋଟି ଉପରେ ରହିବ । ଅର୍ଥାତ ଏହାର ବଳ ଅଧିକ। ସରଳ ଭାଷାରେ କହିଲେ ଅଧିକ ପିଡିଆଇ ଅର୍ଥ ଅଧିକ ଭୟାନକ । ଗତ ୪୪ ବର୍ଷ ମଧ୍ୟରେ ଆସିଥିବା ବାତ୍ୟାଠୁ ବି ବେଶି ଶକ୍ତିଶାଳୀ । ଝଡ଼ର ଶକ୍ତି ପୂର୍ୱ ତୁଳନାରେ ୮୩ ପ୍ରତିଶତ ଅଧିକ ରହିବ। ଏହି ସବୁ ଭାରତ ମହାସାଗରର ଉତ୍ତରରେ ସୃଷ୍ଟି ହେବ।

ତେବେ ଇସ୍ରୋକୁ ସମ୍ଭାବ୍ୟ ବାତ୍ୟା ଆକଳନ ପାଇଁ କରିବାକୁ ପଡିଥିଲା ଅନେକ କସରତ । ଦୀର୍ଘ ୪୦ ବର୍ଷର ଡାଟାକୁ ଏକାଠି କରିଥିଲେ ବୈଜ୍ଞାନିକ । ଅନ୍ୟ ଏକ ଦିଗକୁ ଦେଖିଲେ ଚଳିତ ବର୍ଷ ଦେଶରେ ମୌସୁମୀ ସେତେ ଆକ୍ଟିଭ ନାହିଁ । ଅନେକ ଜାଗାରେ ବର୍ଷାର ପରିମାଣ କମିଛି । ହେଲେ ଓଡିଶାରେ ଦେଖାଦେଇଛି ବ୍ୟତିକ୍ରମ । ଏଠାରେ ସୱାଭାବିକ ଠାରୁ ହୋଇଛି ବେଶି ବର୍ଷା । ଉତ୍ତର ଓଡିଶାରେ ହିଁ ବେଶି ବର୍ଷିଛି । ବନ୍ୟା ବି ଆସିଛି । ଏଲନିନୋ ସହ ଜଳବାୟୁର ପରିବର୍ତ୍ତନର ଶିକାର ହୋଇଚି ରାଜ୍ୟର ଉତ୍ତର ଭାଗ । ଯାହାକୁ ଦେଖିଲେ ସମ୍ଭାବ୍ୟ ବାତ୍ୟା ଭଦ୍ରକ, ବାଲେଶ୍ୱରରେ ମାଡ ହେବାର ସମ୍ଭବନା ବି ରହିଛି । କିନ୍ତୁ ଏହା କେବଳ ଏକ ଆକଳନ । ଯାହା ସମୁଦ୍ରରେ ବାତ୍ୟାର ରୂପ ନେବା ପରେ ହିଁ ସ୍ପଷ୍ଟ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ

ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ…

ବ୍ରିକ୍ସ (BRICS) ସମ୍ମିଳନୀରେ ଆମେରିକା ଉପରେ ବର୍ଷିଲେ ରୁଷିଆ-ଇରାନ; ଆୟୋଜକ ଭାରତ ସମ୍ମୁଖରେ କ’ଣ ରହିଛି ଆହ୍ବାନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରୁଷିଆ ଏବଂ ଇରାନ ଶୁକ୍ରବାର, ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା କଟକଣା ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପର ସମାଲୋଚନା କରିଛନ୍ତି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?