Posted inଖେଳ

ଇଂଲଣ୍ଡର ୫୦ତମ ବିଜୟ

ମାଞ୍ଚେଷ୍ଟର, ୨୨।୭-
ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୧୩ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଇଂଲଣ୍ଡର ଏହା ୧୫୯ ମ୍ୟାଚରୁ ୫୦ତମ ଟେଷ୍ଟ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୩୫୧ ଟେଷ୍ଟରୁ ସର୍ବାଧିକ ୧୧୦ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫୩ ମ୍ୟାଚରୁ ୬୪ତମ ବିଜୟ ହାସଲ କରିଛି। ଫଳରେ ଇଂଲଣ୍ଡ ପାଇଁ ଏହା ଥିଲା କୌଣସି ଦେଶ ବିପକ୍ଷରେ ତୃତୀୟ ସର୍ବାଧିକ ଟେଷ୍ଟ ବିଜୟ। ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୫ ମ୍ୟାଚରୁ ୪୮ ଓ ଭାରତ ବିପକ୍ଷରେ ୧୨୨ ମ୍ୟାଚରୁ ୪୭ ଟେଷ୍ଟ ବିଜୟ ହାସଲ କରିଛି।
ଓଲ୍ଡ ଟ୍ରାଫୋର୍ଡରେ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ଦଳ କେବେହେଲେ ମ୍ୟାଚ ଜିତି ପାରିନାହିଁ। ମୋଟ ୯ଟି ଟେଷ୍ଟରେ ଏପରି ନିଷ୍ପତ୍ତି ହୋଇଥିବାବେଳେ ୭ଟି ମ୍ୟାଚ ଡ୍ର ରହିଛି ଏବଂ ଅବଶିଷ୍ଟ ୨ଟି ମ୍ୟାଚରେ ଦଳ ପରାଜିତ ହୋଇଛି। ଏଥର ଇଂଲଣ୍ଡ ନିକଟରୁ ଓ୍ବେଷ୍ଟଇଣ୍ଡିଜ ହାରିଛି। ୧୯୯୩ରେ ଅନୁଷ୍ଠିତ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଇଂଲଣ୍ଡ ହାରିଥିଲା। ଏଥିରେ ଶେନ ଓ୍ବର୍ନ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ପରାଜୟ ସ୍ବାଦ ଚଖାଇଥିଲେ।
ଟେଷ୍ଟର ଅନ୍ତିମ ଦିବସରେ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ଏହାକୁ ମିଶାଇ ୬ ଥର ପରାଜିତ ହୋଇଛି। ଅର୍ଥାତ୍‌ ଦଳ ୪ର୍ଥ ଇନିଂସରେ ପୂରା ଗୋଟିଏ ଦିନ ଖେଳିବାକୁ ସକ୍ଷମ ହୋଇନାହିଁ। ପୂର୍ବରୁ ୧୯୬୩ରେ ଏଜବାଷ୍ଟନଠାରେ ଇଂଲଣ୍ଡଠାରୁ, ୨୦୦୧-୦୨ରେ କାଣ୍ଡିଠାରେ ଶ୍ରୀଲଙ୍କା, ୨୦୦୯ରେ ଆର୍ନୋସ ଭାଲେଠାରେ ବାଂଲାଦେଶ, ୨୦୧୪ରେ ବ୍ରିଜଟାଉନଠାରେ ନ୍ୟୁଜିଲାଣ୍ଡ ଏବଂ ୨୦୧୬ରେ ଗ୍ରସ୍‌ ଆଇସଲେଟ ଭାରତଠାରୁ ହାରିଥିବାବେଳେ ୨୦୨୦ରେ ମାଞ୍ଚେଷ୍ଟରଠାରେ ଇଂଲଣ୍ଡଠାରୁ ପରାଜିତ ହୋଇଛି।
ଘରୋଇ ପରିବେଶରେ ସାମ୍‌ କୁରାନ ଖେଳିଥିବା ଟେଷ୍ଟରେ ଇଂଲଣ୍ଡ ଶତପ୍ରତିଶତ ବିଜୟ ସଫଳତା ପାଇଛି। ଅର୍ଥାତ୍‌ ସେ ଖେଳିଥିବା ୮ଟି ଯାକ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଛି। ଏ କ୍ଷେତ୍ରରେ କୁରାନ ଘରୋଇ ମାଟିରେ ପ୍ରଥମ ୮ଟି ଟେଷ୍ଟ ଖେଳି ସବୁଥିରେ ବିଜୟୀ ହୋଇଥିବା ଇଂଲଣ୍ଡ କେନ୍‌ ବାରିଙ୍ଗଟନ, ଏମଜେକେ ସ୍ମିଥ, ଆଣ୍ଡ୍ର୍ୟୁ ଷ୍ଟ୍ରସ, ଗେରାଣ୍ଟ ଜୋନ୍ସ ଓ ଟିମ୍‌ ବ୍ରେସନାନ୍‌ଙ୍କ ସହ ସମକକ୍ଷ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?