ଆଜି ତାଳଚେର, ପାଲଲହଡ଼ାରେ ବନ୍ଦ ପାଳନ

ତାଳଚେର, ୧୧ା୧୧ (ନି.ପ୍ର.):ପୂର୍ବ ନିଷ୍ପତ୍ତି ମୁତାବକ ଅନୁଗୋଳ ଜିଲା ତାଳଚେର ଓକିଲ ସଂଘ ପକ୍ଷରୁ ୧୧ ତାରିଖରେ ୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ ଆନ୍ଦୋଳନ କରାଯିବ। ଗୁରୁବାର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ସାହୁ ଏହି ସୂଚନା ଦେଇଛନ୍ତି। ସାହୁ କହିଛନ୍ତି, ଗତ ୨୬ ତାରିଖରେ ତାଳଚେର ସିଏଏସ୍‌ଆଇ ଓକିଲମାନଙ୍କ ନାମରେ କରିଥିବା ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଓ ସମ୍ପୃକ୍ତ ସିଏଏସ୍‌ଆଇଙ୍କୁ ନିଲମ୍ବିତ କରାଯିବା ସହ ଅନ୍ୟ କର୍ମଚାରୀଙ୍କ ବଦଳି ଦାବି କରି ସଂଘ ପକ୍ଷରୁ ୧୪ ଦିନ ହେଲା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚାଲିଛି। ଓକିଲ ସଂଘର ଦାବିଗୁଡ଼ିକ ପ୍ରତି ବିଚାର କରିବାକୁ ସା ୭ଟା ପର୍ଯ୍ୟନ୍ତ ଜିଲା ପ୍ରଶାସନକୁ ସମୟ ଦିଆଯାଇଥିଲା। ହେଲେ କିଛି ପଦକ୍ଷେପ ନିଆ ନ ଯିବାରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୧୧ ତାରିଖ ସକାଳ ୬ ଘଟିକାଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ତାଳଚେର ଓ ପାଲଲହଡ଼ାରେ ବନ୍ଦ ପାଳନ କରାଯିବାକୁ ସ୍ଥିର କରାଯାଇଛି। ଏହି ବନ୍ଦ ପାଳନ ବେଳେ ଏମ୍‌ସିଏଲ୍‌ର ସମସ୍ତ କୋଇଲା ଖଣି, ଟ୍ରକ୍‌ ଓ ରେଳ ଯୋଗେ କୋଇଲା ପରିବହନ, ସମସ୍ତ ଯାତ୍ରୀବାହୀ ଗାଡି, ଦୋକାନ ବଜାର, ସ୍କୁଲ୍‌ କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସମସ୍ତ ବ୍ୟାଙ୍କ ବନ୍ଦ କରାଯିବ। ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାମାଜିକ ଅନୁଷ୍ଠାନ ନୈତିକ ସମର୍ଥନ ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri