ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍‌ ଲୁଟ୍‌: ବନ୍ଧା ହେଲେ ଯୁବକ

ବ୍ରହ୍ମପୁର ଅଫିସ,୫।୯: ମହିଳାଙ୍କୁ ଅସଦାଚରଣ କରି ସୁନା ଚେନ୍‌ ଲୁଟ୍‌ ଘଟଣାରେ ବଡ଼ବଜାର ଥାନା ପୋଲିସ ସୋମବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସୁଶୀଲ କୁମାର ମହାପାତ୍ର(୪୧)। ଏନେଇ ପୋଲିସ ଏକ ମାମଲା (ନଂ.୨୨୮/୨୨) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ମହିଳାଙ୍କ ସୁନା ଚେନ୍‌ ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରି ନ ଥିବା ଜଣାପଡିଛି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଘଟଣାରୁ ପ୍ରକାଶ ଯେ, ଘର କାନ୍ଥ ନିର୍ମାଣକୁ ନେଇ ଅଭିଯୁକ୍ତଙ୍କ ପରିବାର ତାଙ୍କ ପଡୋଶୀଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିଲେ। ଗତ ଶନିବାର ଏହି ବିବାଦକୁ କେନ୍ଦ୍ରକରି ଉଭୟ ପଡୋଶୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ସୁଶୀଲ ଓ ତାଙ୍କ ପରିବାର ଅନ୍ୟ ସଦସ୍ୟ ପଡୋଶୀ ମହିଳାଙ୍କୁ ଟଣାଓଟରା କରିଥିଲେ। ଏପରିକି ମହିଳାଙ୍କ ବେକରୁ ଏକ ସୁନା ଚେନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ପୃଥକ ଭାବେ ମାମଲା ରୁଜୁ ହୋଇଥିଲା। ସୋମବାର ପୋଲିସ ସୁଶୀଲଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାହୀ ଅଧିକାରୀଙ୍କୁ ତାଲା

ରାଜନଗର,୧୮।୧୧(ଡି.ଏନ.ଏ.): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟରଙ୍କୁ ସାମିଲ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରେ ଭୋଟର ତାଲିକା ପ୍ରକାଶ...

ଅଳକାଙ୍କୁ ଜିତାଇବାକୁ ଆହ୍ବାନ

ବ୍ରଜରାଜନଗର,୨୫।୫(ଡି.ଏନ.ଏ.): ସ୍ଥାନୀୟ ଗୋପବନ୍ଧୁ ଛକଠାରେ ମଙ୍ଗଳବାର ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ କରାଯାଇ ନିର୍ବାଚନ ପ୍ରଚାର କରାଯାଇଥିଲା। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

ନୟାଗଡରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୋବାଇଲ୍‌ ଟର୍ଚ୍ଚରେ ଆଟେଣ୍ଡାଣ୍ଟ କଲେ ଗୁରୁତର ରୋଗୀଙ୍କ ଷ୍ଟିଚିଂ

ନୟାଗଡ଼ ଅଫିସ,୩।୬: ମୋବାଇଲ ଟର୍ଚ୍ଚ ଆଲୋକରେ କରାଯାଉଛି ଷ୍ଟିଚ୍‌। ତାହା ପୁଣି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଥିବା ରୋଗୀଙ୍କୁ। ନୟାଗଡ ଜିଲା ରଣପୁର ବ୍ଲକ...

୨୦ କୁଇଣ୍ଟାଲ ଚୋରା ସ୍କ୍ରାପ୍‌ ସହ ପିକ୍‌ଅପ ଜବତ: ଜଣେ ଗିରଫ

ବଡ଼ବିଲ,୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୌର କାର୍ଯ୍ୟାଳୟ ନିକଟ ରେଳ ଫାଟକ କଡ଼ରୁ ବଡ଼ବିଲ ପୋଲିସ ବୁଧବାର ସକାଳେ ଏକ ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ...

ଲୋକନାଥ ହତ୍ୟାକାଣ୍ଡ: ୩ ଗିରଫ

କଣ୍ଟାମାଳ,୨୮ା୭(ଡି.ଏନ.ଏ.) ବୌଦ୍ଧ ଜିଲା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଲୋକନାଥ ପ୍ରଧାନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଙ୍ଗଳବାର ୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ...

ଗୋଟିଏ ଘରେ ରହୁଛନ୍ତି ୧୪ ଜଣ, ରାଶନକାର୍ଡ ପାଇଁ ବିଡିଓଙ୍କୁ ଗୁହାରି

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.)- ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୭ରେ ରୁହନ୍ତି ଶିବରାମ ମହାରଣାଙ୍କ ପରିବାର। ଗୋଟିଏ ଘରେ ଶିବରାମଙ୍କ ଦୁଇ ପୁଅ ଓ ୨ ବୋହୁ ଓ ଅବିବାହିତ...

ଯୁବକ କାଟିଦେଲେ ନିଜ ବେକ, ହାତ

ଭଞ୍ଜନଗର,୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଲଗୁଣ୍ଠା ପେଣ୍ଠ ସାହିରେ ସୋମବାର ଜଣେ ଯୁବକ ଏକ କାତିରେ ବେକ ଓ ଦୁଇ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...

ସରକାରୀ ଅସହଯୋଗ, ଅଟକିଛି ଲଞ୍ଚ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୭।୧୨(ଡି.ଏନ୍‌.ଏ.) ଜଳବନ୍ଦୀଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଲଞ୍ଚ ଆମ୍ବୁଲାନ୍ସ(୧୦୮) ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍ଥାନୀୟ ପ୍ରଶାସନର ସହଯୋଗ ଅଭାବରୁ ସେଗୁଡିକ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍...

Advertisement
Archives

Model This Week