ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଉତ୍ସାହ, ଆନନ୍ଦ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗଣ୍ଡ ସମାଜର ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ସମାଜର ଏକତା, ଭାଇଚାରା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବାର ଏକ ମାଧ୍ୟମ ପାଲଟିଥିଲା।

କାର୍ଯ୍ୟକ୍ରମର ଶୁଭାରମ୍ଭରେ କୋକସରା ଠାକୁରାଣୀ ମନ୍ଦିରଠାରୁ ଏକ ଭବ୍ୟ ମଶାଲ ଯାତ୍ରା ବାହାରିଥିଲା। ପାରମ୍ପରିକ ଉତ୍ସାହ ଓ ଶ୍ରଦ୍ଧାର ସହ ଏହି ମଶାଲ ଯାତ୍ରା ମଣ୍ଡି ପରିସରରେ ଥିବା ସଭାମଞ୍ଚ ନିକଟରେ ପହଞ୍ଚି ଥିଲା।

ପରେ ଗଣ୍ଡ ସମାଜର ଇଷ୍ଟଦେବତା ଚତୁର୍ଭୁଜ ବୁଢ଼ା ଦେଓଙ୍କ ପୂଜାର୍ଚ୍ଚନା କରାଯାଇ ସମାଜର ମଙ୍ଗଳ, ସମୃଦ୍ଧି ଓ ଶାନ୍ତି କାମନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରଣେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦକ୍ଷିଣ ଓଡ଼ିଶା ଆଦିବାସୀ ସଭାପତି ଗଙ୍ଗାଧର ମାଝୀ, ମହେଶ୍ୱର ମାଝୀ, କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ।

ସେହିପରି କୋକସରା ବ୍ଲକ ଗଣ୍ଡ ସମାଜର ସଭାପତି ନନ୍ଦକିଶୋର ଧରୁଆ, ନେତ୍ରାନନ୍ଦ ଧରୁଆ, ମହେନ୍ଦ୍ର ଧରୁଆ, ଉପଦେଷ୍ଟା କମିଟିର ଉଦ୍ଧବ ଧରୁଆ, ଦିଗାମ୍ବର ଦଳପତି, ରାମପ୍ରସାଦ ଧରୁଆ, ବିଦେଶୀ ଧରୁଆ, ପ୍ରସନ୍ନ ନାଏକ, ତ୍ରିନାଥ ପୋଟା, ରାଜ କିଶୋର ଧରୁଆ, ଗୋଶିଙ୍ଗ ଧରୁଆ ଓ ଭୁବନେଶ୍ୱର ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସଭାପତି ଓ ସମାଜର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପର୍ବ ନୁହେଁ, ଏହା ପରିବାର, ବନ୍ଧୁବାନ୍ଧବ ଓ ସମାଜର ସମସ୍ତଙ୍କୁ ଏକତ୍ର କରିବା ସହ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବାର ଏକମହାନ ପରମ୍ପରା। ଏହି ଭେଟ୍‌ଘାଟ୍‌ ମାଧ୍ୟମରେ ଗଣ୍ଡ ସମାଜର ଏକତା ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା ସମାଜର କାର୍ଯ୍ୟକର୍ତ୍ତା ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ନୂଆପଡ଼ା ସୁଆଦିଆ ଆତର ଚାହିଦା

ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ରାଜଧାନୀ ଭୁବନେଶ୍ୱରରେ ନୂଆପଡ଼ା ଆତର ଚାହିଦା ଦେଖିବାକୁ ମିଳିଛି। କୋମନା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରୁ ଯାଉଥିବା ସୁଆଦିଆ ଫଳ ଆତ (ରେକଟା, ବଡହଳ)…

ଦୀର୍ଘ ଅପେକ୍ଷାର ଅନ୍ତ! ୨୩୫ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଥୁଆମୂଳ ରାମପୁର, ୧୩/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ (ୟୁପିଏମ୍‌ପି) ଜରିଆରେ ମଧୁବାବୁ…

ନୂଆ ଭତ୍ତାଧାରୀଙ୍କ ମୁହଁରେ ହସ, ଦୁଇ ମାସର ଟଙ୍କା ପ୍ରଦାନ

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୨୬୧୨ ଜଣ…

ଗୁଡ଼ାରି ବନ ବିଭାଗ ପକ୍ଷରୁ ବାଘଛାଲ ଜବତ, ୪ ଅଟକ

ଗୁଡ଼ାରି, ୧୩।୧୧ (ପ୍ରମୋଦ କୁମାର ପତି): ଗୁଡ଼ାରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ାରି ରେଞ୍ଜ ଅନ୍ତର୍ଗତ କର୍ଣ୍ଣପାଡ଼ୁ ଶିବ ମନ୍ଦିର ନିକଟରେ ବାଘଛାଲ ବିକ୍ରି…

ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର…

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…

ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ…

କାଠ ଚୁଲିରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ ଲାଗିଲା ନିଆଁ, ବିସ୍ଫୋରଣ ହେବାରୁ…

ଭଞ୍ଜନଗର,୧୩ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅଗଝୋଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। କାଠ ଚୁଲିର ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ପାଇପ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?