Posted inଜାତୀୟ

ଲାଲୁଙ୍କୁ ଦଣ୍ଡିତ କରିଥିବା ବିଚାରପତି ଅବସର ନେବା ପୂର୍ବରୁ କଲେ ବିବାହ

ଗୋଡ୍ଡା,୫।୯: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରେ ଏକ ରୋଚକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଉକ୍ତ ଅଞ୍ଚଳର ଜଣେ ଓକିଲଙ୍କ ସହ ବିଚାରପତି ପ୍ରେମ ବିବାହ କରିଛନ୍ତି। ବିଚାରପତି ଜଣଙ୍କ ୫୯ବର୍ଷର ହୋଇଥିବା ବେଳେ ଓକିଲ ଜଣଙ୍କ ତାଙ୍କଠାରୁ ୯ବର୍ଷ ସାନ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଉକ୍ତ ବିଚାରପତି ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଶୁଣାଣି କରି ତାଙ୍କୁ ଦଣ୍ଡିତ କରିଥିଲେ। ଏହାପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଆସନ୍ତା ବର୍ଷ ସେ ଅବସର ନେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ କଠୋର ବିଚାରପତି ଭାବେ ବେଶ୍‌ ଜଣାଶୁଣା ଶିବପାଲ ସିଂହ(୫୯) ଭାଜପା ନେତ୍ରୀ ତଥା ଓକିଲ ନୂତନ ତିଓ୍ବାରୀ(୫୦)ଙ୍କୁ ବିବାହ କରିଛନ୍ତି। ଝାଡ଼ଖଣ୍ଡରେ ନୂତନଙ୍କୁ ଭାଜପାର ଟାଣୁଆ ନେତା ବୋଲି ଜଣାଯାଏ। ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଶିବପାଲଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିବା ବେଳେ କିଛି ବର୍ଷ ପୂର୍ବେ ନୂତନଙ୍କ ସ୍ବାମୀଙ୍କର ମଧ୍ୟ ପରଲୋକ ଘଟିଛି। ଶିବପାଲଙ୍କ ୨ପୁତ୍ର ଥିବା ବେଳେ ନୂତନଙ୍କ ଗୋଟିଏ ପୁଅ ରହିଛି। ତେବେ ଦୁହିଁଙ୍କ ବିବାହ ପରିବାରର ସହମତିରେ ହୋଇଥିବା ବେଳେ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ସେନା ମୁଖ୍ୟଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ,୨୦।୬: କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶରେ ଏବେ ଅନେକ ସ୍ଥାନରେ କ୍ରମାଗତ ବିରୋଧ ପ୍ରଦର୍ଶନ କରାଯାଉଛି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି...

ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ...

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ୩୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଚଣ୍ଡିଗଡ଼,୧୦ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ଶୁକ୍ରବାର ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି...

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସ୍ବାଧିନତାର ଅମୃତ ମହୋତ୍ସବ ମଧ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଶୋପିଆନରେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ ପରେ...

ମୋଦିଙ୍କ ସହିତ ପ୍ରିୟଙ୍କାଙ୍କ ଲଢ଼େଇ ନେଇ ଚର୍ଚ୍ଚା: ଏପ୍ରିଲ୍‌ ୨୯ରେ ବାରାଣସୀରେ ଦାଖଲ କରିପାରନ୍ତି ନାମାଙ୍କନ

ନୂଆଦିଲ୍ଲୀ, ୨୫।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାରାଣସୀ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି...

ଆମେରିକା ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୨୨।୯: କାନାଡା ସହିତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେପ୍ଟେମ୍ବର ୨୨-୩୦ମଧ୍ୟରେ ଆମେରିକା ଗସ୍ତରେ ରହିବେ। ସୂଚନାଯୋଗ୍ୟ, ଆମେରିକାରେ ମିଳିତ...

ଭାଜପାକୁ କେଜ୍‌ରିଓ୍ବାଲ୍‌ଙ୍କ ଖୋଲା ଚ୍ୟାଲେଞ୍ଜ୍‌: ଯଦି ଜିତିବ ତେବେ ଏଏପି ରାଜନୀତି ଛାଡି ଦେବ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀ ମ୍ୟୁନିସିପାଲିଟି...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

Advertisement
Archives

Model This Week