LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି ନେଇ ଏଲପିଜି (LPG) ଗ୍ୟାସ ସିଲିଣ୍ଡରର ନୂଆ କନେକ୍ସନ ଉପରେ ରୋକ ଲଗାଇ ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ୭ ମାସ ବିତିଯାଇଛି, ତଥାପି ହରମୁଜ ପ୍ରଣାଳୀ (Strait of Hormuz) ଦେଇ ଶକ୍ତି ଯୋଗାଣକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ସ୍ଥିତି ଏପରି ହୋଇଛି ଯେ, ଦେଶର ବହୁ ସଂଖ୍ୟକ ଲୋକ ଏବେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡର ପାଇଁ ଆବେଦନ କରିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ନୂଆ ଏଲପିଜି କନେକ୍ସନ ପାଇଁ ପୁଣି କେବେ ଆବେଦନ କରାଯାଇପାରିବ? ଏହି ସମୟରେ ରୋଷେଇ କରିବା ପାଇଁ ରୋଷେଇ ଘରେ ଆଉ କେଉଁ କେଉଁ ବିକଳ୍ପ ବାକି ରହିଛି?

କେବେଠାରୁ ଆରମ୍ଭ ହେବ ନୂଆ କନେକ୍ସନ?

ବର୍ତ୍ତମାନ ଲୋକମାନେ ନୂଆ ଏଲପିଜି କନେକ୍ସନ ଆରମ୍ଭ ହେବାକୁ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ତେବେ ଏହାକୁ ନେଇ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ। କିନ୍ତୁ ଆପଣଙ୍କ ପାଖରେ ଏବେ ମଧ୍ୟ ଏପରି କିଛି ବିକଳ୍ପ ରହିଛି, ଯାହାଦ୍ୱାରା ଆପଣ ବେଶ ସହଜରେ ରୋଷେଇ କରିପାରିବେ। ଏଥିରେ ୫ କିଲୋଗ୍ରାମ ଏବଂ ୧୦ କିଲୋଗ୍ରାମର ଏଲପିଜି ସିଲିଣ୍ଡର ତଥା ପିଏନଜି (PNG) ସାମିଲ ରହିଛି।

୫ କିଲୋ ବିଶିଷ୍ଟ ‘ଛୋଟୁ’ ରୋଷେଇ ଗ୍ୟାସ ସିଲିଣ୍ଡର ବଜାରରେ ସହଜରେ ଉପଲବ୍ଧ। ଇଣ୍ଡେନ ଛୋଟୁ, ଭାରତ ଗ୍ୟାସ ମିନି କିମ୍ୱା ଏଚ୍‌ପି ଗ୍ୟାସ ଅପ୍ପୁ ନାମରେ ଆପଣ ଏହାକୁ ଯେକୌଣସି ଏଲପିଜି ବିତରକଙ୍କଠାରୁ କିଣିପାରିବେ। ଏଥିପାଇଁ ପରିଚୟ ପତ୍ର, ପ୍ୟାନ କାର୍ଡ଼ ବା ଜମା ରାଶି ଦେବାର ଆବଶ୍ୟକତା ପଡ଼େ ନାହିଁ। ଠିକଣା ପ୍ରମାଣପତ୍ର କିମ୍ୱା ଦୀର୍ଘ ଆବେଦନ ପ୍ରକ୍ରିୟା ପୂରଣ କରିବାର କୌଣସି ଝଞ୍ଜଟ ମଧ୍ୟ ନାହିଁ। ସବୁଠାରୁ ବଡ଼ କଥା ହେଉଛି, ୫ କିଲୋ ବିଶିଷ୍ଟ ଏହି ମୁକ୍ତ ବାଣିଜ୍ୟ ଏଲପିଜି (FTL) ସିଲିଣ୍ଡରକୁ ବର୍ଷକୁ ଯେତେ ଥର ଚାହିଁବେ ରିଫିଲ କରିହେବ ଏବଂ ରିଫିଲ କରିବାକୁ ୧୦ ମିନିଟରୁ ମଧ୍ୟ କମ ସମୟ ଲାଗିଥାଏ।

୧୦ କିଲୋର ସିଲିଣ୍ଡର

ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ସୱିଗି ଇନଷ୍ଟାମାର୍ଟ ଭଳି କ୍ୱିକ-ସର୍ଭିସ ପ୍ଲାଟଫର୍ମ ଜରିଆରେ ୧୦ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡରକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି। ଇଣ୍ଡିଆନ ଅଏଲ ‘Indane XTRALITE’ ଲଞ୍ଚ କରିଛି, ଯାହା ପାରମ୍ପରିକ ଲୁହା ସିଲିଣ୍ଡର ତୁଳନାରେ ୫୦% ପର୍ଯ୍ୟନ୍ତ ହାଲୁକା। ଏହାର ବଡି ସୱଚ୍ଛ (ଟ୍ରାନ୍ସପାରେଣ୍ଟ), କାରଣ ଏହା ଫାଇବରଗ୍ଲାସ କମ୍ପୋଜିଟ ସାମଗ୍ରୀ (HDPE)ରେ ତିଆରି ହୋଇଛି। ଇଣ୍ଡିଆନ ଅଏଲ୍ର ଏହି ୧୦ କିଲୋ କମ୍ପୋଜିଟ ସିଲିଣ୍ଡରର ନୂଆ କନେକ୍ସନର ପ୍ରାରମ୍ଭିକ ମୂଲ୍ୟ ୪,୮୫୩ ଟଙ୍କା ଏବଂ ରିଫିଲିଂ ପାଇଁ ୧,୬୬୭ ଟଙ୍କା ଖର୍ଚ୍ଚ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସରେ ଉତ୍କଣ୍ଠା, ନାମାଙ୍କନ ଦାଖଲ ପରେ…

ବଞ୍ଚୋ,୯ା୧୦(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା, ବିଜେଡି ଓ କଂଗ୍ରେସ ସମର୍ଥିତ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନପତ୍ର ଦାଖଲ…

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଉଠୁନି ଅଳିଆ

ଛତ୍ରପୁର,୯ା୧୦(ଦିଲ୍ଲୀପ ସାମଲ): ଛତ୍ରପୁର ସହରର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ପିଲ୍ଲୀ ବନ୍ଧ ପାର୍ଶ୍ୱରେ ଥିବା ଜନବସତିର ଅନ୍ତେବାସୀ ପୌରପରିଷଦ କାର୍ଯ୍ୟାଳୟରେ ଅନେକ ସମୟରେ ଅଭିଯୋଗ କରିବା ସତ୍ତ୍ୱେ…

ନବରାତ୍ରୀର ପ୍ରଥମ ଦିନରେ ସୂର୍ଯ୍ୟଙ୍କ ଗୋଚର, ୫ ରାଶିଙ୍କର ହୁ ହୁ ହୋଇ ବଢିବ ଟଙ୍କା!

ସୂର୍ଯ୍ୟ ଗ୍ରହ ୧୧ ଅକ୍ଟୋବର ୨୦୨୬ ରବିବାର ରାତି ୨ଟା ୨୫ ମିନିଟରେ ହସ୍ତା ନକ୍ଷତ୍ରରୁ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହ ମଙ୍ଗଳଙ୍କ ନକ୍ଷତ୍ରରେ…

ଚଳଚଞ୍ଚଳ କ୍ୟାମ୍ପସ  ସରିଲା ନାମାଙ୍କନ, ବୈଧ ପ୍ରାର୍ଥୀ ତାଲିକାକୁ ଅପେକ୍ଷା

ଖୋର୍ଦ୍ଧା,୯।୧୦(ପ୍ରଭାତ ପାଣିଗ୍ରାହୀ): ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍‌ରେ ଛାତ୍ର ସଂସଦନିବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ…

ଛାତ୍ର ନିର୍ବାଚନରେ ବଢୁଛି ଉତ୍ସାହ: ଅତାବିରା କଲେଜରେ ୨୪ଜଣଙ୍କ ନାମାଙ୍କନ ଦାଖଲ

ଅତାବିରା,୯।୧୦(ଯୁଧିଷ୍ଠିର ମହାପାତ୍ର): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ ଅତାବିରା କଲେଜରେ ନିର୍ବାଚନୀ ଉତ୍ସାହ ଦେଖିବାକୁ ମିଳିଛି। କଲେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?