ଉଠା ଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ କାଟ୍‌: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

କେନ୍ଦୁଝର,୫ା୯(ସ୍ବ.ପ୍ର.): ସଦର ବ୍ଲକ ମଙ୍ଗଳାପଶି ଗ୍ରାମରେ ଥିବା ଦୁଇଟି ଉଠା ଜଳସେଚନ ପ୍ରକଳ୍ପ ଉପରେ ସ୍ଥାନୀୟ ଗରିବ ଆଦିବାସୀ ଓ ଅଣଆଦିବାସୀ ଚାଷୀମାନେ ନିର୍ଭର କରି ଚଳିଆସୁଛନ୍ତି। ଚଳିତ ବର୍ଷ ଖରିଫ ଚାଷ ପୂର୍ବରୁ ମୋଟର ପୋଡ଼ିଯିବାରୁ ଚାଷୀମାନେ ନିଜ ଉଦ୍ୟମରେ ୮୫ ହଜାର ଟଙ୍କା ସଂଗ୍ରହ କରି ମରାମତି ଓ ବିଦ୍ୟୁତ୍‌ ବିଲ୍‌ ପୈଠ କରିଥିଲେ। ତେବେ ଦିନରେ ହାରାହାରି ୬ ଘଣ୍ଟା ରାତିରେ ପ୍ରାୟ ୯ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଥିବାରୁ ଚାଷକାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ବିଲ୍‌ରେ ପାଣି ନ ଥିବା କାରଣରୁ ପାଣି ମଡ଼ାଇବା ଆବଶ୍ୟକ ପଡୁଛି। ଏଣୁ ଏଭଳି ବିଦ୍ୟୁତ୍‌ କାଟ୍‌ ଯୋଗୁ ପାଣି ପାଇପାରୁ ନ ଥିବା କହିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରି ନିରନ୍ତର ବିଦ୍ୟୁତ୍‌ ଯୋଗାଣ ପାଇଁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସୋମବାର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ: ଟ୍ରେନ୍‌ ଧକ୍କାରେ ଯୁବତୀଙ୍କ ମୃତ୍ୟୁ

ବିଷମକଟକ,୮ା୧୧: ଇୟରଫୋନ୍‌ରେ ଗୀତ ଶୁଣିବା ହେଲା କାଳ। କାନରେ ଇୟରଫୋନ୍‌ ଲଗାଇ ରେଳ ଧାରଣାରେ ଚାଲି ଚାଲି ଯାଉଥିବା ଜଣେ ଯୁବତୀଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ...

୨୦୧୯-୨୦ ସୁଦ୍ଧା ୯୭ ବିବାହ ବନ୍ଦ

ସୁବାସ ପାଢୀ ବ୍ରହ୍ମପୁର ଅଫିସ,୧୭ା୩ ସମାଜରେ ଥିବା କୁସଂସ୍କାର ମଧ୍ୟରେ ଅନ୍ୟତମ ହେଉଛି ବାଲ୍ୟ ବିବାହ। ପୂର୍ବ କାଳରୁ ଚଳି ଆସୁଥିବା ଏହି ପ୍ରଥା ଆଜି...

ବରବେରଣା ନୂଆସାହିରେ ଅବକାରୀ ବିଭାଗର ଚଢ଼ାଉ: ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୦।୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାର୍ଡର ୭ଜଣିଆ ଟିମ୍‌ ବେଗୁନିଆ ଥାନା ବରବେରଣା ନୂଆସାହିରେ ମଙ୍ଗଳବାର ପୂର୍ବାହ୍ନରେ ଚଢ଼ାଉ କରି ୨୧ ଗ୍ରାମ ବ୍ରାଉନ୍‌ସୁଗାର ଜବତ...

ଲୋକଙ୍କ କାମରେ ଲାଗୁନି ଶିଶୁ ପାର୍କ: ଜିଲାପାଳଙ୍କୁ ଆନନ୍ଦପୁର ପ୍ରେସ୍‌ କ୍ଲବ ପକ୍ଷରୁ ଦାବିପତ୍ର

ଆନନ୍ଦପୁର,୩୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରବାସୀଙ୍କ ଦୀର୍ଘ ଦିନର ଦାବି ପରେ ବିଆର୍‌ଜିଏଫ୍‌ (ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି) ଯୋଜନାରେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ...

ପୋଲସରା ବିଧାୟକଙ୍କୁ କରୋନା

ବ୍ରହ୍ମପୁର ଅଫିସ,୨୪।୭: ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନା ସଂକ୍ରମିତ ହୋଇଛନ୍ତି।...

ମୁମ୍ବାଇରେ ପୂର୍ବତନ ଜିଲାପରିଷଦ ସଭ୍ୟଙ୍କ ମୃତ୍ୟୁ

ଛତ୍ରପୁର,୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଜଣେ ଓଡ଼ିଆଙ୍କର ମୁମ୍ବାଇ ମେଡିକାଲରେ ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର...

ଅଟୋ ଦୁର୍ଘଟଣାଗ୍ରସ୍ତ : ୧୦ ଆହତ

ଦାରିଙ୍ଗବାଡ଼ି,୧୫ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଆମ୍ବଖାଲିଆ ଘାଟିରେ ଏକ ଯାତ୍ରୀବାହୀ ଅଟୋ (ଓଡି ୨୫ ଏ-୭୩୮୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୧୦...

ଅନ୍‌ଲାଇନରେ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମରେ ଜିଲାପାଳଙ୍କ ଜନସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ତେବେ ସୋମବାରଠାରୁ ପୁଣି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି।...

Advertisement
Archives

Model This Week