ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି ପଦବୀର ପ୍ରାର୍ଥୀ ଅଙ୍କିତ ପ୍ରଧାନ ନିଜ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ନିର୍ବାଚନ ମଇଦାନରେ ତ୍ରିମୁଖୀ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇପଡ଼ିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ନିର୍ବାଚନୀ ଉତ୍ସାହ ବଢ଼ିବା ସହ ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା ରୋଚକ ହେବାକୁ ଯାଉଛି। କଲେଜ ଅଧ୍ୟକ୍ଷ ଅରବିନ୍ଦ ଦାଶଙ୍କ ତତ୍ତ୍ୱାବଧାନରେ ଅଧ୍ୟାପକ ଡ. ପ୍ରବୀର କେଶରୀ ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଅଧ୍ୟାପକ ଡ. ରମେଶ ଚନ୍ଦ୍ର ସେନାପତି ଓ ଡ. ପ୍ରଦୀପ କୁମାର ସାହୁ ଉପଦେଷ୍ଟା ଭାବେ ରହି ଶାନ୍ତିଶୃଙ୍ଖଳାର ସହ ପରିଚାଳନାରେ ସହଯୋଗ କରୁଛନ୍ତି। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ତହସିଲଦାର ବିନୋଦ କୁମାର ବେହେରା ରହିଥିବା ବେଳେ ଆଇଆଇସି କୁଳମଣି ସେଠୀଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସଭାପତି ପଦବୀ ପାଇଁ ଦୀପ୍ତିମୟୀ ଦାଶ, ଗୋପାଳକୃଷ୍ଣ ବେହେରା ଓ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ମଧ୍ୟରେ ଲଢ଼େଇ ହେବ। ଉପସଭାପତି ପଦବୀ ପାଇଁ ଭବାନୀ ବେହେରା, ହିମାଂଶୁ ବେହେରା ଓ ଶୁଭଙ୍କର ସାହୁ ନିର୍ବାଚନ ମଇଦାନରେ ଅଛନ୍ତି। ସେହିପରି ସମ୍ପାଦକ ପଦବୀ ପାଇଁ ଆଦିତ୍ୟ ଦୋରା, ଅନିଲ ଗୌଡ଼ ଓ କୁଳମଣି ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ସହସମ୍ପାଦକ ପଦବୀରେ ଦେବାଶିଷ ସାହୁ ନିର୍ଦ୍ୱନ୍ଦ୍ୱରେ ରହିଛନ୍ତି। କ୍ରୀଡ଼ା ସଂସଦ ସମ୍ପାଦକ ପଦବୀ ପାଇଁ ରାଜେଶ ଗୌଡ଼, ସନ୍ତୋଷ ବେହେରା ଓ ଶୁଭମ କୁମାର ମୁନିଙ୍କ ମଧ୍ୟରେ ଲଢ଼େଇ ହେବ। ନାଟ୍ୟ ସଂସଦ ସମ୍ପାଦକ ପଦବୀ ପାଇଁ ବି. କିଶୋରୀ ପାତ୍ର, ବର୍ଷାରାଣୀ ବେହେରା ଓ ଶୁଭମ ବେହେରା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଅନ୍ୟପକ୍ଷରେ ଓଡ଼ିଆ ସାହିତ୍ୟ ସମାଜ ସମ୍ପାଦକ ପଦବୀରେ ଧନନ୍ତରୀ ଗୌଡ଼ ଏବଂ ବିଜ୍ଞାନ ବିଭାଗ ସମ୍ପାଦକ ପଦବୀରେ ସତ୍ୟଜିତ ପାତ୍ର ନିର୍ଦ୍ୱନ୍ଦ୍ୱ ରହିଛନ୍ତି। ଛାତ୍ର ପ୍ରକୋଷ୍ଠ ପ୍ରତିନିଧି ପଦବୀ ପାଇଁ ବି. ମୃତ୍ୟୁଞ୍ଜୟ ପାତ୍ର ଓ ରାଜା ସେଠୀ ଏବଂ ଛାତ୍ରୀ ପ୍ରକୋଷ୍ଠ ପ୍ରତିନିଧି ପଦବୀ ପାଇଁ ବର୍ଷାରାଣୀ ଗୌଡ଼ ଓ ସୁମିତ୍ରା ଗୌଡ଼ ନିର୍ବାଚନ ମଇଦାନରେ ରହିଥିବାନେଇ ନିର୍ବାଚନ ଅଧିକାରୀ ଡ. ପ୍ରବୀର କେଶରୀ ପ୍ରଧାନ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

ଉଠୁଛି ପଡୁଛି ସାରାଦେଶ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବି ବରଗଡ଼ରେ ତୀବ୍ର ଆନ୍ଦୋଳନ

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ଭୋଟ୍‌ ଚୋରି ଅଭିଯୋଗ ନେଇ ସାରାଦେଶ ଉଠୁଛି ଓ ପଡୁଛି। ଏଭଳି ଅଭିଯୋଗ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନଶ କୁମାରଙ୍କ ଇସ୍ତଫା ଦାବିରେ…

‘ଅଙ୍ଗୁର ଖଟା’, CJP ବିରୋଧ ପ୍ରଦର୍ଶନ ମଧ୍ୟରେ କାହିଁକି ଏପରି କହିଲେ କଙ୍ଗନା ରାନାଓ୍ବତ? ବୟାନ ହେଲାଣି ଭାଇରାଲ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଜନ୍ତର ମନ୍ତର ଠାରେ କଂଗ୍ରେସ ଦଳ ଦ୍ୱାରା ଆୟୋଜିତ ବିକ୍ଷୋଭ ଏବଂ ତା’ପରେ ରାଷ୍ଟ୍ରପତିଙ୍କ ସହ ରାହୁଲ ଗାନ୍ଧୀଙ୍କ ସାକ୍ଷାତକୁ ନେଇ ଭାଜପା ସାଂସଦ…

ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍‌

ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ।…

ଏବେ କିଏ ନେବେ CJPର ନେତୃତ୍ୱ? ଏକ୍ସରେ ଅଭିଜିତ ଦୀପକେ କହିଲେ ‘ବର୍ତ୍ତମାନ…’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ପୋଲିସ ଦ୍ୱାରା ଦଳର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଅଟକ ରଖାଯିବା ପରେ ‘କକରୋଚ ଜନତା ପାର୍ଟି’ (CJP)…

IND vs WI, 3rd T20 Playing-11: ଶୋଚନୀୟ ପରାଜୟ ପରେ ଭାରତୀୟ ଦଳରେ ପରିବର୍ତ୍ତନ; ଏହି ଅଲରାଉଣ୍ଡରଙ୍କ ସ୍ଥାନ ନେବେ …

ନୂଆଦିଲ୍ଲୀ,୧୦।୧୦: ଦ୍ୱିତୀୟ ଟି-୨୦ ମ୍ୟାଚରେ ୱେଷ୍ଟ ଇଣ୍ଡିଜ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ। ଭାରତ ୨୫୦ ରନର ସ୍କୋରକୁ ରକ୍ଷା କରିବାରେ ବିଫଳ…

ମଦଭାଟି ବିରୋଧରେ ମହିଳାଙ୍କ ମହାବିଦ୍ରୋହ: ଭାଙ୍ଗିଲେ ଭାଟି

ଅମରପାଲି, ୧୦।୧୦ (ପୀତାମ୍ବର ସାହୁ): ମଦମୁକ୍ତ ଗାଁ ଗଠନ ଦାବିରେ ତେଜିଲା ଜନଆକ୍ରୋଶ। ମଦର କୁପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଶେଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?