Posted inTrending

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୨୪୯ ରନ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ ୧୮.୩ ଓଭରରେ ୪ ଉଇକେଟ ହରାଇ ୨୫୨ ରନ କରି ବିଜୟ ହାସଲ କରିଥିଲା। ଏହା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌ର ସବୁଠାରୁ ବଡ଼ ରନ ଚେଜ ବୋଲି ଦାବି କରାଯାଇଛି।

ଏହି ପରାଜୟ ପରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ମ୍ୟାଚ୍‌ର ପରିସ୍ଥିତି ଓ କାକରର ପ୍ରଭାବକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି,ଏହି ମ୍ୟାଚ୍‌ରେ କାକରର ପ୍ରଭାବ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ବୋଲର ଠିକ ଲାଇନ ଓ ଲେନ୍ଥ୍ରେ ବଲ ନ ପକାଇଲେ ବ୍ୟାଟର୍ମାନେ ସହଜରେ ଛକା ମାରିପାରୁଥିଲେ। କିଛି ସୁଯୋଗ ହାତଛଡ଼ା ହୋଇଥିଲେ ମଧ୍ୟ ଏହା ଖେଳର ଅଂଶ। ବିପକ୍ଷ ଦଳର ବ୍ୟାଟିଂ ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ।

ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ମୟଙ୍କ ଯାଦବଙ୍କ ପ୍ରଦର୍ଶନକୁ ନେଇ ଆୟର କହିଛନ୍ତି, ସଞ୍ଜୁ ଓ ଅଭିଷେକଙ୍କଠାରୁ ଦଳ ସବୁବେଳେ ଭଲ ପ୍ରଦର୍ଶନ ଆଶା କରେ। ସେମାନେ ଦାୟିତ୍ୱ ନେଇ ଦଳକୁ ଭଲ ଆରମ୍ଭ ଦେଇଥିଲେ। ମୟଙ୍କ ଯାଦବ ମଧ୍ୟ ନିଜ ବିଭାଗରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଭାରତକୁ ମ୍ୟାଚ୍ରେ ଆଗକୁ ବଢ଼ିବାର ସୁଯୋଗ ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ୱେଷ୍ଟଇଣ୍ଡିଜ୍‌ର ଏକ ବଡ଼ ଭାଗୀଦାରି ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?