Posted inTrending, ଖେଳ

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ ପିଛା କରି ଟି-୨୦ କ୍ରିକେଟ୍‌ରେ ନିଜର ଶକ୍ତି ପ୍ରଦର୍ଶନ କରିଛି। କାରିବୀୟ ବ୍ୟାଟରମାନେ ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ମୋଟ ୨୦ଟି ଛକା ମାରିଥିଲେ। ଫଳରେ ବିଶାଳ ସ୍କୋର କରି ମଧ୍ୟ ତାହାକୁ ରକ୍ଷା କରିବାରେ ବିଫଳ ହୋଇଥିଲା ଭାରତ।

ଏହି ରନ୍‌ ଚେଜ୍‌ ୱେଷ୍ଟଇଣ୍ଡିଜ ପାଇଁ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବବୃହତ୍ତମ ରନ୍‌ ଚେଜ୍‌ ହୋଇଥିବା ବେଳେ ସମଗ୍ର ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ଏହା ଦ୍ୱିତୀୟ ସର୍ବବୃହତ୍ତମ ରନ୍‌ ଚେଜ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ତେବେ ଏତେ ବଡ଼ ସ୍କୋର କରିବା ପରେ ମଧ୍ୟ ଭାରତ କାହିଁକି ହାରିଲା? ଆସନ୍ତୁ ଜାଣିବା ପରାଜୟର ୩ଟି ପ୍ରମୁଖ କାରଣ।

କାକର ଯୋଗୁ ବୋଲରଙ୍କ ବିଗିଡ଼ିଲା ଲୟ

ମ୍ୟାଚ୍‌ରେ ଟସ ଏକ ବଡ଼ ଭୂମିକା ନେଇଥିବା କୁହାଯାଉଛି। ଦ୍ୱିତୀୟ ଇନିଂସରେ କାକର ଭାରତୀୟ ବୋଲରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଥିଲା। ବଲ ଓଦା ହୋଇଯିବାରୁ ବୋଲରମାନେ ଠିକ ଭାବେ ଗ୍ରିପ କରିପାରି ନଥିଲେ। ଏହାର ପ୍ରଭାବ ସ୍ପିନରଙ୍କ ପ୍ରଦର୍ଶନରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ନମନ ଧୀରଙ୍କୁ ୱେଷ୍ଟଇଣ୍ଡିଜ ବ୍ୟାଟରମାନେ ଜୋରଦାର ଆକ୍ରମଣ କରିଥିଲେ। ଏହି ତିନି ଜଣ ସ୍ପିନର ମିଳିତ ଭାବେ ୯.୩ ଓଭରରେ ୧୪୧ ରନ ବ୍ୟୟ କରିଥିଲେ। କାକର କାରଣରୁ ଦ୍ରୁତ ବୋଲରମାନେ ମଧ୍ୟ ଠିକ ଲେନ୍ଥରେ ବୋଲିଂ କରିବାକୁ ସଂଘର୍ଷ କରିଥିଲେ।

ରୋଷ୍ଟନ ଚେଜ୍‌ଙ୍କ ଚମତ୍କାର ବୋଲିଂ

ଭାରତୀୟ ଇନିଂସର ଗୋଟିଏ ସମୟରେ ଟିମ ଇଣ୍ଡିଆ ୧୦ ଓଭରରେ ୧୨୭ ରନ କରିସାରିଥିଲା। ପ୍ରତ୍ୟେକ ଓଭରରେ ବଡ଼ ସ୍କୋର ହେଉଥିବାରୁ ଭାରତ ୨୭୦ରୁ ୨୭୫ ରନ ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଆଶା କରାଯାଉଥିଲା। କିନ୍ତୁ ମଧ୍ୟ ଓଭରରେ ରୋଷ୍ଟନ ଚେଜ ଭାରତର ରନ୍‌ ଗତିରେ ବ୍ରେକ ଲଗାଇଥିଲେ। ସେ ୪ ଓଭରରେ ମାତ୍ର ୨୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ତାଙ୍କର ଏହି ପ୍ରଭାବଶାଳୀ ସ୍ପେଲ ଯୋଗୁ ଭାରତ ବଡ଼ ସ୍କୋର ଆଡ଼କୁ ଆଗେଇ ପାରି ନ ଥିଲା। ପିଚ୍‌ରେ ରନ ସଂଗ୍ରହର ଗତି ଦେଖିଲେ ଭାରତ ଆଉ ୨୦ରୁ ୩୦ ରନ ଅଧିକ କରିଥିଲେ ମ୍ୟାଚ୍ର ଫଳାଫଳ ଅଲଗା ହୋଇପାରିଥାନ୍ତା।

ମୟଙ୍କ ଯାଦବଙ୍କୁ ଆଉ ଗୋଟିଏ ଓଭର ଦିଆଗଲାନି କାହିଁକି?

ଭାରତର ଯୁବ ଦ୍ରୁତ ବୋଲର ମୟଙ୍କ ଯାଦବ ଏହି ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ସେ ୩ ଓଭର ବୋଲିଂ କରି ୩ଟି ଉଇକେଟ ନେଇଥିଲେ। ତାଙ୍କ ବୋଲିଂରେ ଉଇକେଟ ନେବାର କ୍ଷମତା ସ୍ପଷ୍ଟ ଦେଖାଯାଇଥିଲା। ୧୩ରୁ ୧୪ ଓଭର ମଧ୍ୟରେ ୱେଷ୍ଟଇଣ୍ଡିଜ୍‌ର ବିଜୟ ସମ୍ଭାବନା ବଢ଼ୁଥିବା ବେଳେ ଭାରତକୁ ଏକ ବଡ଼ ନିଷ୍ପତ୍ତି ନେବାର ଆବଶ୍ୟକତା ଥିଲା। ଏପରି ସ୍ଥିତିରେ ମୟଙ୍କଙ୍କୁ ପୁଣି ବୋଲିଂ ଦିଆଯାଇଥିଲେ ସେ ଉଇକେଟ ନେଇ ମ୍ୟାଚ୍‌ର ମୋଡ଼ ବଦଳାଇ ପାରିଥାନ୍ତେ ବୋଲି ଚର୍ଚ୍ଚା ହେଉଛି। ତେବେ ଅଧିନାୟକଙ୍କ ରଣନୀତି ଏବଂ ବୋଲରଙ୍କ ବ୍ୟବହାର ନେଇ ଏବେ ପ୍ରଶ୍ନ ଉଠିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଉଦୟରେ ୫ ରାଶିଙ୍କ ଭାଗ୍ୟ ଚମକିବ! ନୂଆ ଚାକିରି ସାଙ୍ଗକୁ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ବିବେକ ଓ ବ୍ୟବସାୟର କାରକ ଭାବେ ବିବେଚନା କରାଯାଏ । ନିକଟରେ ବୁଧଙ୍କ ଉଦୟ ହୋଇଥିବା ବେଳେ ଏହାର…

ପାକ୍‌ ବିପକ୍ଷରେ ଚାଲିଲାନି ବ୍ୟାଟ୍‌, UAE ବିପକ୍ଷରେ ଗର୍ଜିବେ ବୈଭବ! ରେକର୍ଡ ଦେଖିଲେ ବିରୋଧୀ ଦଳଙ୍କ ଉଡିବ ହୋସ୍‌

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶାଜନକ ରହିଛି। ଦୁଇଟି ମ୍ୟାଚରେ ସେ ମାତ୍ର ୩୭ ରନ କରିଛନ୍ତି।…

ପଞ୍ଜାବ ବିଧାନସଭା ନିର୍ବାଚନ: ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ, ଅପରାହ୍ନ ୧ଟାରେ ଏନେଇ କରାଯିବ ଘୋଷଣା

ଚଣ୍ଡିଗଡ଼,୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟରେ ଏକ ନୂଆ ରାଜନୈତିକ ମେଣ୍ଟକୁ ନେଇ ଆଲୋଚନା ଜୋର ଧରିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଶିରୋମଣି…

ବରିଷ୍ଠ-କନିଷ୍ଠ ଖେଳାଳିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ଭାରତୀୟ ଦଳ ଭାଙ୍ଗି ପଡ଼ିଥିଲା; ଖେଳାଳିମାନେ ପରସ୍ପର ସହ କଥା ହେଉ ନ ଥିଲେ

ନୂଆଦିଲ୍ଲୀ,୨୪।୧୧: ଯେତେବେଳେ ଏକ ଦଳ ଏକଜୁଟ ହୋଇ ଖେଳିବାରେ ବିଫଳ ହୁଏ, ସେତେବେଳେ ଏହାର ପ୍ରଦର୍ଶନ ଉପରେ ନିଶ୍ଚିତ ଭାବରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ୧୯୯୨ ବିଶ୍ୱକପ…

ଡ୍ରୋନ୍‌ କ୍ୟାମେରାରେ ମହାବଳ! ୨ ବଳଦଙ୍କୁ ମାରି ଖାଇବା ପରେ ଆତଙ୍କ

ଲଷ୍ମୀପୁର, ୨୪।୧୧(ଅନନ୍ତ ପ୍ରସାଦ ନାୟକ): ମହାବଳ ବାଘ ଦୁଇ ବଳଦଙ୍କୁ ମାରି ଖାଇବା ପରେ ଜଙ୍ଗଲରେ ଟ୍ରାପ କ୍ୟାମେରା ଏବଂ ଡ୍ରୋନ ଲଗାଯାଇଥିଲା । ତେବେ ଡ୍ରୋନ…

ମାତ୍ର ୩୬ ବଲ୍‌ରେ କମାଲ କଲେ ପ୍ରିୟାଂଶ: ଚୌକା-ଛକାରେ ବର୍ଷା, ବୋଲର୍‌ଙ୍କ ଉଡ଼ିଲା ହୋଶ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ପଡ଼ିଆରେ ପୁଣି ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟର…

ପ୍ରସ୍ତୁତ ହେଲାଣି ICC, ଆଇପିଏଲ ପରି ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକରେ ମଧ୍ୟ ବ୍ୟାଟଗୁଡ଼ିକର ହେବ ସ୍ବତନ୍ତ୍ର ଯାଞ୍ଚ

ନୂଆଦିଲ୍ଲୀ,୨୪।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ଏକ ନୂତନ ନିୟମ ଲାଗୁ କରିଛି। ଏହି ନିୟମ ଅନୁଯାୟୀ, ଜଣେ…

ଶୁଭମନ ଗିଲଙ୍କ ଗୋଟିଏ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଶ୍ୱିନ୍‌, କହିଦେଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚରେଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?