ଯୁବ ଅଗ୍ରଦୂତ

ନୂଆଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରେ ଜେନ୍‌-ଜିର ପ୍ରଭାବ ଦେଖିବାକୁ ମିଳିଲା। ପାରମ୍ପରିକ ପ୍ରତିବାଦ ଅପେକ୍ଷା ଏହି ପିଢ଼ି ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା ଓ ହାସ୍ୟରସକୁ ଆନ୍ଦୋଳନର ଅଂଶ କରିଥିଲା। ଦେଖିବାକୁ ମିଳିଲା ଯେ, ଇନ୍‌ଷ୍ଟାଗ୍ରାମ, ଏକ୍ସ(ପୂର୍ବରୁ ଟୁଇଟର) ଓ ୟୁଟ୍ୟୁବ୍‌ ପରି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସେମାନେ ତତ୍‌କ୍ଷଣାତ୍‌ ସୂଚନା ପ୍ରସାରଣ, ଲାଇଭ୍‌ ଷ୍ଟ୍ରିମ୍‌, ଡିଜିଟାଲ ଅଭିଯାନ ଏବଂ ଦେଶବ୍ୟାପୀ ସମର୍ଥନ ସଂଗ୍ରହ କରୁଛନ୍ତି। ଚତୁର ସ୍ଲୋଗାନ, ବ୍ୟଙ୍ଗାତ୍ମକ ପ୍ଲାକାର୍ଡ, ମିମ୍‌, ସଙ୍ଗୀତ, ପଥନାଟକ ଓ କ୍ଷୁଦ୍ର ଭିଡିଓ ମାଧ୍ୟମରେ ସେମାନେ ଜଟିଳ ପ୍ରସଙ୍ଗକୁ ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଉଛନ୍ତି। ପ୍ରତିବନ୍ଧକ ସତ୍ତ୍ୱେ ସେମାନେ କ୍ରାଉଡ୍‌ଫଣ୍ଡିଂ, ସ୍ବେଚ୍ଛାସେବୀ ନେଟ୍‌ୱର୍କ ଓ ଅନ୍‌ଲାଇନ ସମୁଦାୟର ସହଯୋଗରେ ଆନ୍ଦୋଳନକୁ ଜୀବନ୍ତ ରଖିଛନ୍ତି। ସେମାନଙ୍କ ବାର୍ତ୍ତା ସ୍ପଷ୍ଟ-ପ୍ରତିବାଦ କେବଳ କ୍ରୋଧର ପ୍ରକାଶ ନୁହେଁ; ଏହା ନବସୃଜନ, ଏକତା ଓ ଦାୟିତ୍ୱଶୀଳ ନାଗରିକତାର ମାଧ୍ୟମ ମଧ୍ୟ ହୋଇପାରେ।
ସମ୍ପ୍ରତି ବର୍ଷଗୁଡ଼ିକରେ ବିଶ୍ୱର ବିଭିନ୍ନ ଦେଶରେ ଯୁବ ନେତୃତ୍ୱାଧୀନ ପ୍ରତିବାଦ ଦେଖିବାକୁ ମିଳିଛି। ଏହା ପ୍ରମାଣ କରିଛି ଯେ ଆଜିର ଯୁବପିଢ଼ି କେବଳ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ ନୁହେଁ, ବରଂ ତାହାକୁ ସୁରକ୍ଷିତ କରିବା ପାଇଁ ସାହସର ସହ ଆଗକୁ ଆସୁଛି। ବାଂଲାଦେଶରେ, ୨୦୨୪ରେ ଛାତ୍ରୀଛାତ୍ରମାନେ ସରକାରୀ ଚାକିରିରେ କୋଟା ବ୍ୟବସ୍ଥା ବିରୋଧରେ ବ୍ୟାପକ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଉତ୍ତମ ଶାସନ ଓ ଜବାବଦେହିତାର ଦାବିରେ ପରିଣତ ହୋଇଥିଲା। କେନିଆରେ, ୨୦୨୪ରେ ପ୍ରସ୍ତାବିତ ଫାଇନାନ୍ସ ବିଲ୍‌ ବିରୋଧରେ ହଜାର ହଜାର ଯୁବକ, ବିଶେଷକରି ଜେନ୍‌-ଜେଡ୍‌, ଏକାଠି ହୋଇଥିଲେ। ସୋସିଆଲ ମିଡିଆର ସଫଳ ବ୍ୟବହାର ଏହି ଆନ୍ଦୋଳନକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସମର୍ଥନ ଯୋଗାଇଥିଲା। ଶ୍ରୀଲଙ୍କାର ‘ଅରଗାଲୟା’ ଆନ୍ଦୋଳନ ଆର୍ଥିକ ସଙ୍କଟ ସମୟରେ ଯୁବଶକ୍ତିର ଏକ ଉଜ୍ଜ୍ୱଳ ଉଦାହରଣ। ଛାତ୍ରୀଛାତ୍ର ଓ ଯୁବ ପେସାଜୀବୀମାନେ ଦାୟିତ୍ୱଶୀଳ ନେତୃତ୍ୱ ଦାବିକରି ସରକାରଙ୍କୁ ଜବାବଦେହି କରିଥିଲେ। ହଂକଂରେ, ଛାତ୍ରମାନେ ଗଣତନ୍ତ୍ର ଓ ନାଗରିକ ସ୍ବାଧୀନତା ପାଇଁ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଥାଇଲାଣ୍ଡରେ ଯୁବପିଢ଼ି ଗଣତାନ୍ତ୍ରିକ ସଂସ୍କାର ଓ ମତ ପ୍ରକାଶର ସ୍ବାଧୀନତା ଦାବିକରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ। ଇଣ୍ଡୋନେସିଆ, ନେପାଳ, ମରକ୍କୋ, ମାଡାଗାସ୍କାର, ପେରୁ, ଫିଲିପାଇନ୍ସ ଏବଂ ଟିମୋର-ଲେସ୍ତେ ପରି ଦେଶଗୁଡ଼ିକରେ ମଧ୍ୟ ଯୁବପିଢ଼ି ଦୁର୍ନୀତି, ବେକାରି, ଆର୍ଥିକ ବୈଷମ୍ୟ, ଶିକ୍ଷା ଓ ରାଜନୈତିକ ସଂସ୍କାର ପାଇଁ ଦୃଢ଼ ସ୍ବର ଉଠାଇଛନ୍ତି।
ଯନ୍ତରମନ୍ତରେ ଯୁବପିଢ଼ିଙ୍କ ପ୍ରତିବାଦ ପ୍ରତି ସରକାରଙ୍କ ଆଭିମୁଖ୍ୟ ଏକ ଦ୍ୱିମୁଖୀ ପଦକ୍ଷେପକୁ ପ୍ରତିଫଳିତ କରୁଛି। ଗୋଟିଏ ପଟେ ସରକାର ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା, ଆଇନର କଡ଼ାକଡ଼ି ପାଳନକରିବ ଉପରେ ଗୁରୁତ୍ୱ ଦେଇଛନ୍ତି। ଅନ୍ୟପଟେ ସମାଲୋଚକମାନଙ୍କ ମତରେ ଛାତ୍ର ପ୍ରତିନିଧିମାନଙ୍କ ସହ ଯଦି ଅଧିକ ତ୍ୱରିତ ଓ ସିଧାସଳଖ ସଂଳାପ କରାଯାଇଥାନ୍ତା, ତେବେ ଅବିଶ୍ୱାସ କମିଥାନ୍ତା ଏବଂ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇନଥାନ୍ତା। ସରକାରଙ୍କ ସମର୍ଥକମାନଙ୍କ ମତ ହେଉଛି, ଆଇନସମ୍ମତ ପ୍ରକ୍ରିୟା ଓ ପ୍ରତିଷ୍ଠାନଗତ ତଦନ୍ତ ପାଇଁ ସମୟ ଆବଶ୍ୟକ ଏବଂ ସ୍ଥାୟୀ ସଂସ୍କାର ପାଇଁ ଏହା ଅପରିହାର୍ଯ୍ୟ। ତେବେ ଏହି ସଙ୍କଟ ସହ ଜଡ଼ିତ ୨୧ ଜଣ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ଘଟଣାକୁ ଯଦି ଗମ୍ଭୀର ଜନସ୍ବାର୍ଥର ବିଷୟ ଭାବେ ଗ୍ରହଣ କରାଯାଏ, ତେବେ ଏହା ସରକାରଙ୍କ ପାଇଁ କେବଳ ପ୍ରଶାସନିକ ପଦକ୍ଷେପରେ ସୀମିତ ନ ରହି ଅଧିକ ସମ୍ବେଦନଶୀଳ ଓ ମାନବିକ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତାକୁ ସୂଚିତ କରେ। ସଙ୍କଟପୂର୍ଣ୍ଣ ସମୟରେ ଛାତ୍ର ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା ସରକାରଙ୍କ ସହାନୁଭୂତିର ପରିଚୟ ଦେଇପାରିବ, ଯୁବପିଢ଼ିଙ୍କ ମନରେ ବିଶ୍ୱାସ ଫେରାଇ ଆଣିପାରିବ ଏବଂ ସେମାନଙ୍କୁ ଏହି ଭରସା ଦେଇପାରିବ ଯେ ସେମାନଙ୍କ ସ୍ବରକୁ ଗୁରୁତ୍ୱର ସହ ଶୁଣାଯାଉଛି। ଏକ ରାଷ୍ଟ୍ରର ସର୍ବଶ୍ରେଷ୍ଠ ଶକ୍ତି ତାହାର ଯୁବପିଢ଼ି। ସେମାନଙ୍କ ସ୍ବପ୍ନ ଓ ଆଶାକୁ ବାସ୍ତବ ନୀତିରେ ପରିଣତ କରିପାରିଲେ ହିଁ ଏକ ସଶକ୍ତ, ନ୍ୟାୟପୂର୍ଣ୍ଣ ଓ ସମାବେଶୀ ଗଣତାନ୍ତ୍ରିକ ଭାରତ ଗଢ଼ିଉଠିବ।

ଏସ୍‌. ଆର୍‌. ଶ୍ରଦ୍ଧାଞ୍ଜଳି
ଶିକ୍ଷୟିତ୍ରୀ, ଡିଏଭି ପବ୍ଲିକ୍‌ ସ୍କୁଲ, ପୁରୀ
ମୋ: ୭୮୫୪୮୦୨୮୦୫

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?