ବିଶ୍ୱ ଅର୍ଥନୀତିଜ୍ଞ

କୋଭିଡ୍‌ ମହାମାରୀ ଓ ପରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମଗ୍ର ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ଆଜି ଶ୍ରୀଲଙ୍କାର ଶୋଚନୀୟ ସ୍ଥିତିକୁ ଦେଖିଲେ ଏହା ପଛର ମୂଳ କାରଣ ରହିଛି ଆର୍ଥିକ ଦୁଃସ୍ଥିତି। ଅନ୍ତର୍ଜାତୀୟ ସ୍ତରରେ ଏହିଭଳି ଅନେକ ରାଷ୍ଟ୍ର ଅଛନ୍ତି, ଯେଉଁଗୁଡ଼ିକର ଅର୍ଥନୀତି ଦୁର୍ବଳ ହୋଇଯାଇଥିବାରୁ ସେଗୁଡ଼ିକ ନଇଁପଡ଼ିଲେଣି। ଏଭଳି ପରିପ୍ରେକ୍ଷୀରେ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଓ ବିଶ୍ୱ ବ୍ୟାଙ୍କ ଭଳି ଆର୍ଥିକ ସହାୟତାକାରୀ ସଂସ୍ଥାଗୁଡ଼ିକ ଅମ୍ଳଜାନ ପରି କାର୍ଯ୍ୟ କରିଥାଆନ୍ତି। ବିଶେଷକରି ସାମାଜିକ ଓ ମୌଳିକ ଭିତ୍ତିଭୂମି ସୁଦୃଢ଼ କରିବା ଦିଗରେ ବିଶ୍ୱ ବ୍ୟାଙ୍କ ଏହିସବୁ ରାଷ୍ଟ୍ରକୁ ଋଣ ଓ ସହାୟତା ପ୍ରଦାନ କରିଥାଏ। ଉଲ୍ଲେଖଯୋଗ୍ୟ, ଇଣ୍ଟରନ୍ୟାଶନାଲ ବ୍ୟାଙ୍କ୍‌ ଫର୍‌ ରିକନ୍‌ଷ୍ଟ୍ରକଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ (ଆଇବିଆର୍‌ଡି) ଏବଂ ଇଣ୍ଟରନ୍ୟାଶନାଲ ଡେଭଲପ୍‌ମେଣ୍ଟ ଆସୋସିଏଶନ(ଆଇଡିଏ)କୁ ସାମୂହିକ ଭାବେ ବିଶ୍ୱ ବ୍ୟାଙ୍କ କୁହାଯାଇଥାଏ। ଡେଭିଡ୍‌ ମାଲ୍‌ପସ ଏହି ବ୍ୟାଙ୍କର ସଭାପତି ଥିବା ବେଳେ ଭାରତୀୟ ଅର୍ଥଶାସ୍ତ୍ରବିତ୍‌ ଇନ୍ଦରମିତ ଗିଲ୍‌ଙ୍କୁ ଏହାର ମୁଖ୍ୟ ଅର୍ଥନୀତିଜ୍ଞ ଭାବେ ନିକଟରେ ନିଯୁକ୍ତି ମିଳିଛି। ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ହେବାରେ ଇନ୍ଦରମିତ୍‌ ଦ୍ୱିତୀୟ ଭାରତୀୟ। ୨୦୧୨ରୁ ୨୦୧୬ ଯାଏ କୌଶିକ ବସୁ ପ୍ରଥମ ଭାରତୀୟ ଭାବେ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ। ଅନ୍ୟ ବିଶିଷ୍ଟ ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ରଘୁରାମ ରାଜନ ଓ ଗୀତା ଗୋପୀନାଥ ବିଶ୍ୱ ବ୍ୟାଙ୍କର ସହଯୋଗୀ ସଂସ୍ଥା ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ରହିଥିଲେ। ଆସନ୍ତା ସେପ୍ଟେମ୍ବର ପହିଲାରୁ ଇନ୍ଦରମିତ୍‌ ଗିଲ୍‌ ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ ରୂପେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ କ୍ୟାରିୟର ଓ ଅର୍ଥନୀତିରେ ଗଭୀର ପ୍ରବେଶ ସଂକ୍ରାନ୍ତରେ ଜାଣିବା ଲାଗି ସମସ୍ତେ ଆଗ୍ରହ ରଖିବା ସ୍ବାଭାବିକ।
ଇନ୍ଦରମିତ୍‌ ଗିଲ୍‌ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତିରେ ସ୍ନାତକ ଓ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନମିକ୍ସରୁ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ପରେ ଶିକାଗୋ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଗାରି ବେକର ଓ ରବର୍ଟ ଲୁକାସଙ୍କ ଅଧୀନରେ ଗବେଷଣା କରି ସେ ଅର୍ଜନ କରିଥିବା ଡକ୍ଟରେଟ୍‌ ଡିଗ୍ରୀ ତାଙ୍କୁ ଆଗକୁ ବଢ଼ିବା ଲାଗି ବାଟ ଦେଖାଇଥିଲା। ପ୍ରାରମ୍ଭିକ ସମୟରେ ସେ ୧୯୯୩ରୁ ୨୦୧୬ ଯାଏ ବିଶ୍ୱ ବ୍ୟାଙ୍କର ଡେଭଲପ୍‌ମେଣ୍ଟ ଇକୋନମିକ୍ସର ଡେଭଲପ୍‌ମେଣ୍ଟ ପଲିସି ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି ସମୟ ମଧ୍ୟରେ ସେ ୟୁରୋପ ଓ ପଶ୍ଚିମ ଏସିଆର ମୁଖ୍ୟ ଅର୍ଥନୀତିଜ୍ଞ, ୨୦୦୯ରେ ଓ୍ବାଲର୍‌ଡ ଡେଭଲପ୍‌ମେଣ୍ଟ ରିପୋର୍ଟ ଅନ୍‌ ଇକୋନମିକ୍‌ ଜିଓଗ୍ରାଫିର ଷ୍ଟାଫ୍‌ ଡାଇରେକ୍ଟର, ଇଷ୍ଟ ଏସିଆ ଆଣ୍ଡ୍‌ ପାସିଫିକ୍‌ର କାର୍ଯ୍ୟକାରୀ ମୁଖ୍ୟ ଅର୍ଥନୀତିଜ୍ଞ ଏବଂ ବ୍ରାଜିଲର ପ୍ରିନ୍ସିପାଲ କଣ୍ଟ୍ରି ଇକୋନମିଷ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। ତେବେ ୨୦୧୬ରୁ ୨୦୨୧ ଯାଏ ସେ ଅଧ୍ୟାପନା ପ୍ରତି ମନବଳାଇ ଡ୍ୟୁକ୍‌ ୟୁନିଭର୍ସିଟିର ପବ୍ଲିକ୍‌ ପଲିସ୍‌ର ପ୍ରଫେସର ଓ ବ୍ରୁକିଂ ଇନ୍‌ଷ୍ଟିଚ୍ୟୁଶନ୍ସରେ ଗ୍ଲୋବାଲ ଇକୋନମି ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍‌ର ନନ୍‌ରେସିଡେଣ୍ଟ ସିନିୟର ଫେଲୋ ରୂପେ କାର୍ଯ୍ୟ କରିଛନ୍ତି। ତେବେ ୨୦୦୯ରେ ଓ୍ବାଲର୍‌ଡ ଡେଭଲପ୍‌ମେଣ୍ଟ ରିପୋର୍ଟ ଅନ୍‌ ଇକୋନମିକ୍‌ ଜିଓଗ୍ରାଫିର ଷ୍ଟାଫ୍‌ ଡାଇରେକ୍ଟର ଭାବେ ତାଙ୍କ ଚିନ୍ତାଶୀଳ ନେତୃତ୍ୱ ଯୋଗୁ ଇନ୍ଦରମିତ୍‌ ବିଶ୍ୱ ବ୍ୟାଙ୍କରେ ସମ୍ମାନନୀୟ ସ୍ଥାନ ଦଖଲ କରିପାରିଛନ୍ତି। ସେଥିପାଇଁ ଦ୍ୱିତୀୟ ଥର ସେ ଏହି ବିଶ୍ୱ ବ୍ୟାଙ୍କରେ ଯୋଗ ଦେବା ଲାଗି ନିମନ୍ତ୍ରଣ ପାଇପାରିଥିଲେ। ଅର୍ଥନୀତିର ବିଭିନ୍ନ ପ୍ରସଙ୍ଗ ଉପରେ ଯୁକ୍ତିଯୁକ୍ତ ଓ ହାସ୍ୟପୂର୍ଣ୍ଣ ତଥ୍ୟ ଉପସ୍ଥାପନା ଶୈଳୀ ତାଙ୍କୁ ଅନ୍ୟ ଅର୍ଥନୀତିଜ୍ଞଙ୍କଠାରୁ ସ୍ବତନ୍ତ୍ର ସ୍ଥାନ ଦେଇଆସିଛି। ବିଶେଷକରି ‘ମିଡିଲ୍‌ ଇନ୍‌କମ୍‌ ଟ୍ରାପ୍‌’ କନ୍‌ସେପ୍ଟ ଉଦ୍ଭାବନ କରି ସେ ଅନ୍ତର୍ଜାତୀୟ ସ୍ତରର ଅର୍ଥନୀତିଜ୍ଞଙ୍କ ଦୃଷ୍ଟି ଆକର୍ଷଣ ପରିପାରିଛନ୍ତି। ନିର୍ଦ୍ଦିଷ୍ଟ ଅର୍ଥନୈତିକ ସ୍ତରରେ ଆଘାତପ୍ରାପ୍ତ ହୋଇଥିବା ଦେଶଗୁଡ଼ିକ ସେମାନଙ୍କର ଆୟ ସ୍ତରକୁ ବୃଦ୍ଧି କରିବା ଲାଗି କିଭଳି ସଂଗ୍ରାମ କରିଥାଆନ୍ତି, ତାହାକୁ ମିଡିଲ୍‌ ଇନ୍‌କମ୍‌ ଟ୍ରାପ୍‌ରେ ଦର୍ଶାଇବାକୁ ଯାଇ ଇନ୍ଦରମିତ୍‌ ଅଗ୍ରଗାମୀ ଭୂମିକା ନିର୍ବାହ କରିଛନ୍ତି।
ଏବେ ବିଶ୍ୱବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ତଥା ଡେଭଲପ୍‌ମେଣ୍ଟ ଇକୋନମିକ୍ସର ଉପସଭାପତି ହୋଇଥିବାରୁ ଇନ୍ଦରମିତ୍‌ଙ୍କ ଅଭିଜ୍ଞତା ବହୁବିଧ ସଂସ୍ଥା ଲାଗି ଅମୂଲ୍ୟ ଜ୍ଞାନ ପ୍ରଦାନ କରିବ ବୋଲି ଏହି ବ୍ୟାଙ୍କର ସଭାପତି ଡେଭିଡ୍‌ ମାଲପସ୍‌ କହିଛନ୍ତି। ବାସ୍ତବରେ ଭାରତୀୟ ଅର୍ଥନୀତି ଛାତ୍ରୀଛାତ୍ରଙ୍କ ପାଇଁ ଇନ୍ଦରମିତ୍‌ ତାଙ୍କ କ୍ୟାରିୟରରେ ଧାରଣ କରିଥିବା ପଦବୀ ନିଶ୍ଚିତ ଆକର୍ଷଣୀୟ ମନେହେବ। ନୂଆ ପିଢ଼ି ନିଜକୁ କିଭଳି ଭାବେ ପ୍ରସ୍ତୁତ କଲେ ଈପ୍‌ସିତ ଲକ୍ଷ୍ୟରେ ପହଞ୍ଚତ୍ପାରିବେ, ଇନ୍ଦରମିତ୍‌ଙ୍କ ଭଳି ପ୍ରଜ୍ଞାବାନ ଓ ପ୍ରଖର ଧୀସମ୍ପନ୍ନ ଅର୍ଥନୀତିଜ୍ଞଙ୍କ ବ୍ୟକ୍ତିତ୍ୱ ପ୍ରେରଣା ଦେବ ବୋଲି ନିଶ୍ଚିତ କହିହେବ।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?