ଗଡ଼କରୀ କାହିଁକି ରାଗିଛନ୍ତି

Dillip Cherian

ଭାରତର ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ମୁଖ୍ୟାଳୟ ନିର୍ମାଣରେ ବିଳମ୍ବ ହୋଇଥିବା ଯୋଗୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିକଟରେ ଏନ୍‌ଏଚ୍‌ଏଆଇ ଅଧିକାରୀମାନଙ୍କୁ କଟୁ ଭର୍ତ୍ସନା କରିଛନ୍ତି। ତାଙ୍କ ଚିରାଚରିତ ଢଙ୍ଗରେ ହସି ହସି ସେ ଏଭଳି ଭର୍ତ୍ସନା କରିଥିଲେ। ଏହା ଏନ୍‌ଏଚ୍‌ଏଆଇ ବାବୁମାନଙ୍କୁ ଶକ୍ତ ଆଘାତ ଦେଇଥିଲା ଏବଂ ସେମାନେ ଏଥିରେ ଖୁବ୍‌ ଦୁଃଖିତ ହୋଇଥିଲେ। ଗଡ଼କରୀଙ୍କ ସଚ୍ଚୋଟତା ବା ସ୍ପଷ୍ଟବାଦିତା ଆଚରଣରେ (ଯାହା କ୍ୱଚିତ ରାଜନେତାଙ୍କଠାରେ ଦେଖାଯାଏ) ଏହା ଥିଲା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ଘଟଣା। ସେ ଏନ୍‌ଏଚ୍‌ଏଆଇ ବିଲ୍ଡିଂ ଉଦ୍‌ଘାଟନ ଭଳି ଏକ ଖୁସିର କାର୍ଯ୍ୟକ୍ରମକୁ ଦେଶରେ ଅମଲାତନ୍ତ୍ରୀଙ୍କ ଅପାରଗତାର ଏକ କଠୋର ସମାଲୋଚନା ଭିତ୍ତିକ ପରିବେଶରେ ପରିବର୍ତ୍ତନ କରିଦେଇଥିତ୍ଲେ।
ଏନ୍‌ଡିଏ ସରକାରଙ୍କ ୬ ବର୍ଷରୁ ଊର୍ଦ୍ଧ୍ୱ ଶାସନକାଳରେ ଏଭଳି ଘଟି ନ ଥିଲା। ୬ ବର୍ଷ ପୂର୍ବେ ମୋଦି ସରକାର ଯେତେବେଳେ କ୍ଷମତାକୁ ଆସିଲା ପରେ ଅର୍ଥନୀତିକୁ କ୍ରିୟାଶୀଳ କରିବା,ଭିତ୍ତିଭୂମିର ବିକାଶକୁ ନିରୀକ୍ଷଣ କରିବା,ସରକାରୀ କାର୍ଯ୍ୟଧାରାରେ ଉନ୍ନତି ଆଣିବା ତଥା ଦୁର୍ନୀତି ନିୟନ୍ତ୍ରଣ କରିବା ପାଇଁ ଏକ ବିରାଟ ପ୍ରତ୍ୟାଶା ନେଇ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ଏହାର ବଡ଼ ବଡ଼ ଅର୍ଥନୈତିକ ସଂସ୍କାରଗୁଡ଼ିକ ଏଯାବତ ଆଗେଇ ପାରିନାହିଁ କିମ୍ବା ରାଜନେତିକ ବିରୋଧ ଯୋଗୁ ପଛେଇ ଯାଇଛି। ସରକାରଙ୍କ ଦୁଇଟି ବଡ଼ ଧରଣର ଅର୍ଥନୈତିକ ସଂସ୍କାର ଥିଲା ବିମୁଦ୍ରୀକରଣ ଏବଂ ତ୍ରୁଟ୍ରିପୂର୍ଣ୍ଣ ଭାବେ ଲାଗୁ କରାଯାଇଥିବା ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି)। ଏହା ଏବେ ବିପର୍ଯ୍ୟସ୍ତ ହୋଇରହିଛିି। କିନ୍ତୁ ଗୋଟିଏ କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଉଛି ତାହା ହେଉଛି ଅମଲାତନ୍ତ୍ରୀ। ଏହା ସ୍ପଷ୍ଟଭାବେ ସୂଚିତ କରୁଛି ଯେ, ମୋଦିଙ୍କ ଦୃଷ୍ଟିକୋଣରେ ସତ୍ତାବାଦୀତାର ଛବି ଦେଖାଯାଉଥିବା ସତ୍ତ୍ୱେ ଭାରତରେ ଅମଲାତନ୍ତ୍ରୀର ମୂଳଦୁଆ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଏହା ସେମାନଙ୍କ ନିଦ ହଜେଇ ଦେଇଛି । ସକ୍ରିୟ ଶାସନ ବ୍ୟବସ୍ଥାର ନୂଆ ଢାଞ୍ଚା ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ କାର୍ଯ୍ୟ କରିବାକୁୁ ବାଧ୍ୟ କରିଛି।
ଏବେ ଗଡ଼କରୀଙ୍କଠାରୁ ଏହା ଶୁଣିବା ପରେ ଏହି ଘଟଣାରେ ଜଣାପଡୁଛି ଯେ, ପ୍ରଶାସନରେ ମଧ୍ୟ ଆଜ୍ଞାପାଳନ କରୁ ନ ଥିବା ବାବୁମାନେ ଅଛନ୍ତି। ଡାଇରେକ୍ଟ ଆକ୍ସେସ, ପ୍ରକ୍ରିୟାର ସରଳୀକରଣ ଏବଂ ନିଷ୍ପତ୍ତି ନେବା ଓ ଲାଗୁ କରିବାରେ ଦେଖାଯାଉଥିବା ବିଳମ୍ବ ଦୂର କରିବା ଆଦି ମୋଦି ସରକାରଙ୍କ ସଂସ୍କାର ଭିତ୍ତିକ ଧାରାରେ କାମ କରିବାକୁ ଏମାନେ ପସନ୍ଦ କରୁନାହାନ୍ତି। ଏହି ଅବସ୍ଥା ୟୁପିଏ-୨ ଶାସନ କାଳରେ ଦେଖାଦେଇଥିବା ପ୍ରଶାସନିକ ସ୍ଥାଣୁତାକୁ ଫେରିଗଲା ଭଳି ମନେହେଉଛି। ଶୀର୍ଷ ସ୍ତରରୁ ସବୁଜ ସଙ୍କେତ ଥିବା ସତ୍ତ୍ୱେ ଦିଲ୍ଲୀରେ ରହୁଥିବା ବାବୁମାନେ ନିର୍ଣ୍ଣୟ ନେବା ତଥା ଗୋଟିଏ ମନ୍ତ୍ରଣାଳୟରୁ ଆଉ ଏକ ମନ୍ତ୍ରଣାଳୟକୁ ଫାଇଲ ମୁଭ୍‌ କରିବା ଆଗ୍ରହ ପ୍ରକାଶ କରୁନାହାନ୍ତି।
ଗଡ଼କରୀ ଅମଲାତନ୍ତ୍ରୀକୁ ଯେଭଳି ସମାଲୋଚନା କଲେ ବାସ୍ତବରେ ତାହା ଅନ୍ୟ ପଲିଟିକାଲ ଏକ୍‌ଜିକ୍ୟୁଟିଭଙ୍କ କ୍ଷେତ୍ରରେ ଦେଖିବା ବିରଳ। କେନ୍ଦ୍ରରେ ଏବକାର ଶାସନ ବ୍ୟବସ୍ଥା ପୂର୍ବ ସରକାରଙ୍କଠାରୁ ଅମଲାତାନ୍ତ୍ରିକ ଦୁର୍ନୀତି ଏବଂ ଅପାରଗତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାରେ ଢ଼େର ଆଗକୁ ଯାଇପାରିଛି। ଦୁର୍ନୀତିରେ ଲିପ୍ତ ତଥା ଅପାରଗ ଶହ ଶହ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଗତ ବର୍ଷ ଯେତେବେଳେ ମୋଦି ସରକାର ପୁଣି କ୍ଷମତାକୁ ଫେରିଲା ସେତେବେଳେ ପ୍ରଥମେ ୨୭ ଜଣ ଆଇଆର୍‌ଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିତ୍ଲା। ଏହାକୁ ଅନୁସରଣ ପୂର୍ବକ ଅପାରଗ ବାବୁମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କଠାରୁ ମୁକ୍ତି ପାଇବା ଜରୁରୀ ବୋଲି ଉପଲବ୍ଧି କରି ସରକାର ବିଭିନ୍ନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଥିତ୍ଲେ। ଏହି ବାର୍ତ୍ତାକୁ ପୁଣି ଥରେ ଗଡ଼କରୀ ତାଙ୍କ ବାବୁମାନଙ୍କ ସମ୍ମୁଖରେ ସ୍ପଷ୍ଟ କରିଦେଲେ। ତେବେ ଏବେ ଏହି ଘଟଣା ପରେ ସରକାର ସିରିୟସ ନ ଥିଲେ ବୋଲି କେତେ ଜଣ ବାବୁ ଅନୁଭବ କଲେ। କିନ୍ତୁ ଏହା କ’ଣ ସାମଗ୍ରିକ ଚିତ୍ର। ବିଫଳତା ପାଇଁ ଜଣେ କାରିଗର ତାଙ୍କ ନିଜ ଯନ୍ତ୍ରପାତି ସହ ଝଗଡ଼ା କରିବା ଭଳି ସମ୍ଭବତଃ ଏହା ଏକ ପ୍ରତିକୂଳ ପକ୍ଷ ହୋଇପାରେ। ଯାହା ହେଉ ମନ୍ତ୍ରୀଙ୍କ ଦ୍ୱାରା ଭର୍ତ୍ସିତ ହୋଇଥିବା ସେହି ବାବୁମାନେ ମଧ୍ୟ ସେହି ସମାନ ନିୟମ ଓ ପଦ୍ଧତି ଉପଯୋଗ କରି ଆଶ୍ଚର୍ଯ୍ୟଜନକ ଭାବେ ଦିନକୁ ୩୦ କି.ମି. ହାରରେ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି! ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ,ପଲିଟିକାଲ ଏକ୍‌ଜିକ୍ୟୁଟିଭ ଅଯୋଗ୍ୟ ଏବଂ ନିକମା ବାବୁମାନଙ୍କୁ ସିଷ୍ଟମରେ ରହି କାର୍ଯ୍ୟ କରିବା ପାଇଁ ଅନୁମତି ଦେଇଥିତ୍ବା ଦୋଷର ମଧ୍ୟ ଭାଗୀଦାରି ହେବା ଉଚିତ। କାରଣ ସେମାନଙ୍କୁ ତଥା ସେମାନଙ୍କ ଲୋକାଭିମୁଖୀ ନୀତିକୁ ସୁହାଇବା କାରଣରୁ ସେମାନେ ଏଭଳି କରିଛନ୍ତି। ଶାସନରେ ଥିବା ଦୁର୍ନୀତି କିମ୍ବା ଦୁର୍ନୀତିଗ୍ରସ୍ତ ନେତା ଓ ବାବୁମାନଙ୍କର କ୍ଷତିକାରକ ଶକ୍ତିକୁ ଦୂର କରିବା ଲାଗି ସରକାରଙ୍କ ଅଭିଯାନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଗଡ଼କରୀ ଏବଂ ସରକାର କ’ଣ ସାହସ ଜୁଟାଇପାରିବେ?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri