Posted inଖେଳ

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)-
ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ ପ୍ରଦର୍ଶନର ଛାପ ଛାଡ଼ିବାରେ ସକ୍ଷମ ହୋଇଛନ୍ତି। ଏଚପିସିରେ ନିକଟରେ ଅନୁଷ୍ଠିତ ସ୍ପ୍ରିଣ୍ଟ ଏବଂ ମିଡିଲ ଡିଷ୍ଟାନ୍ସ ଫେଷ୍ଟରେ ସବିତା ଶ୍ରେଷ୍ଠ ମହିଳା ପ୍ରଦର୍ଶନକାରୀ ବିବେଚିତ ହୋଇଥିଲେ। ସେ ୬ ରେସ୍‌ ମଧ୍ୟରୁ ୪ ଥର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ଦେବାରେ ସକ୍ଷମ ହୋଇଥିଲେ। ଏଥିରେ ୩ ଥର ତାଙ୍କ ପ୍ରିୟ ଇଭେଣ୍ଟ ୧୦୦ ମିଟର ହର୍ଡଲ୍ସ ସାମିଲ। ଗତବର୍ଷ ଅଗଷ୍ଟରେ ଏଚପିସିରେ ଯୋଗ ଦେଇଥିବା ସବିତା ଇତିମଧ୍ୟରେ ୨ ସେକେଣ୍ଡରୁ ଅଧିକ ଉନ୍ନତି ଆଣିଛନ୍ତି ଏବଂ ୧୦୦ ମିଟର ହର୍ଡଲ୍ସରେ ୧୫.୫୪ ସେକେଣ୍ଡ ତାଙ୍କର ଶ୍ରେଷ୍ଠ ଟାଇମିଂ ରହିଛି। ଆସନ୍ତା ବର୍ଷ ସେ ୧୪ ସେକେଣ୍ଡରୁ କମ୍‌ ସମୟରେ ଏହି ଦୂରତା ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ସୁନ୍ଦରଗଡ଼ର ସବିତା ୬ ଭଉଣୀଭାଇଙ୍କ ମଧ୍ୟରୁ ସର୍ବକନିଷ୍ଠ। ଛୋଟ ବେଳରୁ ସେ ପ୍ରତିଭା ପ୍ରଦର୍ଶନ କରି ନିଜ ସ୍କୁଲ୍‌ର ବାର୍ଷିକ ସ୍ପୋଟର୍‌ସ ମିଟ୍‌ରେ ସମସ୍ତ ରେସ୍‌ରେ ବିଜୟୀ ହୋଇଥିଲେ। ସୁନ୍ଦରଗଡ଼ ସ୍ପୋଟର୍‌ସ ହଷ୍ଟେଲରେ ଭର୍ତ୍ତି ହେବାପରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ହୋଇଥିଲା। ୨୦୧୮ରେ ରୋହତକ୍‌ରେ ଅନୁଷ୍ଠିତ ଏସ୍‌ଜେଏଫଆଇ (ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ) ସ୍କୁଲ ନ୍ୟାଶନାଲ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ସେ ଏଚ୍‌ପିସିରେ ଭର୍ତ୍ତି ହୋଇ ଉଚ୍ଚମାନର ଟ୍ରେନିଂ ପାଇଥିଲେ। ଗୁଣ୍ଟୁରରେ ଅନୁଷ୍ଠିତ ଜାତୀୟ ଜୁନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସେ ୧୬ ବର୍ଷରୁ କମ୍‌ ପେଣ୍ଟାଥଲନ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଅବସରରେ ସେ ଜାତୀୟ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ୨୦୨୦ ଜାନୁୟାରୀରେ ମୁମ୍ବାଇରେ ଅନୁଷ୍ଠିତ ରିଲିଆନ୍ସ ଫାଉଣ୍ଡେଶନ ୟୁଥ୍‌ ସ୍ପୋଟର୍‌ସ ନ୍ୟାଶନାଲ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଲଙ୍ଗଜମ୍ପ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ପାଇଥିଲେ। ”ଏଚପିସିରେ ସିନ୍ଥେଟିକ୍‌ ଟ୍ରାକ୍‌ରେ ଭଲ କୋଚ୍‌ଙ୍କ ତତ୍ତ୍ୱାବଧାନରେ ଟ୍ରେନିଂ ନେଇପାରୁଛି। ଭଲ ଜିମ୍‌, ରହିବା ସୁବିଧା ଏବଂ କ୍ୱାଲିଟି ରନିଂ ସୁ’ ଉପଲବ୍ଧ ହେଉଛି। ଏହା ପାଇବି ବୋଲି ମୁଁ ପୂର୍ବରୁ କେବେ କଳ୍ପନା କରିପାରି ନ ଥିଲି। ମୋ ବେସିକ୍‌ ସ୍ପିଡ୍‌ ଓ ଷ୍ଟ୍ରେନ୍ଥରେ ଉନ୍ନତି ଆସିଛି“ ବୋଲି ସବିତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଏଥର କାହିଁକି ନଜର ଆସିଲେନି ପଞ୍ଜାବ କିଙ୍ଗ୍ସର ମାଲିକାଣୀ? MI ବିପକ୍ଷରେ ବିଜୟ ପରେ ପୋଷ୍ଟ କରିି…

ନୂଆଦିଲ୍ଲୀ,୧୭।୪: IPL 2026 ରେ ପଞ୍ଜାବ କିଙ୍ଗ୍ସ ଏକ ଚମତ୍କାର ପ୍ରଦର୍ଶନ କରୁଛି। ଏପର୍ଯ୍ୟନ୍ତ, ପଞ୍ଜାବ ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଯିଏ ଗୋଟିଏ ବି ମ୍ୟାଚ ହାରିନାହିଁ।…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri