Posted inଫୁରସତ

ମଶା କାମୁଡିଲେ କୁଣ୍ଡାଇ ହୁଏ କାହିଁକି

ମଶା ଚୁପି ଚୁପି ଆସି କେତେବେଳେ କାମୁଡିଦେଇ ଉଡ଼ିଯାଏ ଅନେକ ସମୟରେ ଜଣାପଡେନା। ହେଲେ ପରେ ଯେବେ କାମୁଡିଥିବା ସ୍ଥାନ ଲାଲ ପଡ଼ି ଫୁଲିଯାଏ ଏବଂ କୁଣ୍ଡେଇ ହୁଏ ଜଣାପଡ଼େ ମଶା କାମୁଡିଛି ବୋଲି। ତେବେ କେବେ ଭାବିଛନ୍ତି ମଶା କାମୁଡିଲେ ଏମିତି କୁଣ୍ଡେଇ ହୁଏ କାହିଁକି?

ଏହା ପଛର କାରଣ ହେଉଛି- ମଶା ତା’ର ଷ୍ଟ୍ର ପରି ସୁଣ୍ଢ(ପ୍ରୋବୋସିସ୍‌)କୁ ମଣିଷର ତ୍ୱଚା ଭିତରେ ପ୍ରବେଶ କରାଇ ରକ୍ତ ନଳୀକୁ ଚିହ୍ନଟକରି ସେଥିରୁ ରକ୍ତ ଶୋଷିଥାଏ। ଯେହେତୁ ସେ ରକ୍ତକୁ ଖାଇଥାଏ ରକ୍ତ ଶୋଷିବା ସମୟରେ ତାର ସଲାଇଭା ଆମ ଶରୀର ଭିତରକୁ ଯାଇଥାଏ। ଏହି ସଲାଇଭାରେ ଆଣ୍ଟିକଗୁଲାଣ୍ଟ ଥାଏ, ଯାହା ବ୍ୟକ୍ତିଙ୍କ ବ୍ଲଡ଼ କ୍ଲଟ ହେବା କିଛି ସମୟ ପାଇଁ ବନ୍ଦ କରିଦିଏ। କାରଣ ଯଦି ମଶା ରକ୍ତ ଶୋଷିବାବେଳେ ବ୍ଲଡ କ୍ଲଟ ହୋଇଯାଏ ତେବେ ସେ ରକ୍ତ ଶୋଷି ପାରିବ ନାହିଁ। ଏହାଛଡ଼ା ଲାଳରେ ଥିବା ରାସାୟନିକ ତତ୍ୱ ଲାଗି ମଣିଷ ଶରୀରରେ ଆଲର୍ଜି ସୃଷ୍ଟି ହୋଇଥାଏ। ଆଉ ଶରୀର ଭିତରକୁ ବାହାରର କିଛି ପ୍ରବେଶ କରିବା ଦ୍ୱାରା ଆମ ଇମ୍ୟୁନସିଷ୍ଟମ ବା ପ୍ରତିରୋଧ କ୍ଷମତା ସକ୍ରିୟ ହୋଇଉଠେ। ଏହି ଇମ୍ୟୁନ ସିଷ୍ଟମ ଦ୍ୱାରା ନିର୍ଗତ ରସାୟନ ହିଷ୍ଟାମାଇନ୍‌ ପାଇଁ ସେହି ସ୍ଥାନ ଫୁଲିଥାଏ। ଏହା ମଶା କାମୁଡ଼ିଥିବା ସ୍ଥାନରେ ରକ୍ତ ପ୍ରବାହ ଓ ଶ୍ୱେତ ରକ୍ତ କଣିକାର ମାତ୍ରା ବଢାଇଦିଏ। ତେଣୁ ସେହି ସ୍ଥାନ ଫୁଲିଯାଏ। ତା’ସହ କାମୁଡିଥିବା ସ୍ଥାନ କୁଣ୍ଡେଇ ହୁଏ କାରଣ ଏହି ହିଷ୍ଟାମାଇନ ହିଁ କାମୁଡା ସ୍ଥାନ ନିକଟସ୍ଥ ସବୁ ନର୍ଭକୁ ସିଗ୍ନାଲ ଦିଏ। ଆଉ ଏହି ନର୍ଭ ସବୁ ମସ୍ତିସ୍କକୁ ସିଗ୍ନାଲ ପଠାନ୍ତି। ଏହାପରେ ଯାଇ ଆମକୁ ମଶା କାମୁଡିଥିବା ଜଣାପଡ଼େ ଓ ମଶା କାମୁଡିଥିବା ସ୍ଥାନ କୁଣ୍ଡାଇ ହୁଏ।

ମଶା କାମୁଡେ କାହିଁକି: ମଶା ମଣିଷର ରକ୍ତ ପିଇବା ଲାଗି କାମୁଡେ ବୋଲି ତ ସମସ୍ତେ ଜାଣନ୍ତି। ତେବେ ପ୍ରକୃତ କଥା ହେଲା ସବୁ ମଶା କାମୁଡନ୍ତି ନାହିଁ କେବଳ ମାଈ ମଶା କାମୁଡିଥାଏ। କାରଣ ମଣିଷ ରକ୍ତରେ ଥିବା ନ୍ୟୁଟ୍ରିଏଣ୍ଟ ମଶାର ଅଣ୍ଡା ତିଆରିରେ ସାହାଯ୍ୟ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri